କେଶବରାଓ ଦାତେ | |
---|---|
![]() ୧୯୩୭ ମସିହାରେ କୁଙ୍କୁ କଥାଚିତ୍ରରେ କେଶବରାଓ ଦାତେ, ରାଜା ନେନେ ଏବଂ ଶାନ୍ତା ଆପ୍ଟେ | |
ଜନ୍ମ | ଅଦିବାରେ, ରତ୍ନଗିରି, ମହାରାଷ୍ଟ୍ର, ବ୍ରିଟିଶ ଭାରତ | ୨୮ ସେପ୍ଟେମ୍ବର ୧୮୮୯
ମୃତ୍ୟୁ | ୧୩ ସେପ୍ଟେମ୍ବର ୧୯୭୧ | (ବୟସ ୮୧)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୩୪–୧୯୬୪ |
କେଶବରାଓ ଦାତେ (୧୮୮୯ – ୧୯୭୧) ଜଣେ ଭାରତୀୟ କଥାଚିତ୍ର ଅଭିନେତା, ଯିଏକି ଉଭୟ ନିରବ ଏବଂ ଧ୍ୱନି କଥାଚିତ୍ରରେ କାମ କରିଥିଲେ । ସେ ନିଜର ଡ୍ରାମା କମ୍ପାନୀ ଚଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଉଭୟ ପରିଚାଳକ ଓ ଅଭିନେତାଙ୍କ ଭୂମିକା ନିଭେଇବା କଷ୍ଟକର ହୋଇ ପଡ଼ିଥିଲା ।
କେଶବରାଓ ୧୮୮୯ ମସିହାର ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଅଦିବାରେଠାରେ ଜନ୍ମଗ୍ରହଣ କରିଥିଲେ ।
୧୯୩୩ ମସିହାରେ ତାଙ୍କ ଅଭିନୀତ ନାଟକ ଅନ୍ଧାଳୟାଞ୍ଚି ଶାଳା ("ଦ ବ୍ଲାଇଣ୍ଡସ୍ ସ୍କୁଲ") ପାଇଁ ତାଙ୍କୁ ଅନେକ ପ୍ରସଂଶା ମିଳିବା ସହିତ ତାଙ୍କର ଅନେକ ଲୋକପ୍ରିୟତା ବଢ଼ିଥିଲା ଏବଂ ସେ ପ୍ରଭାତ ଫିଲ୍ମ କମ୍ପାନୀରେ ଯୋଗ ଦେଇଥିଲେ ।[୧]
୧୯୩୭ ମସିହାରେ ସେ ମରାଠୀ କଥାଚିତ୍ର କୁଙ୍କୁରେ ଅଭିନୟ କରିଥିଲେ, ମାତ୍ର ଏହା ପ୍ରେକ୍ଷାଳୟରେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲା ।[୨] ୧୯୪୧ ମସିହାରେ ସେ ପ୍ରଭାତ ଫିଲ୍ମ କମ୍ପାନୀର ଶେଜାରୀରେ ଅଭିନୟ କରିଥିଲେ । ପରେ ସେ ମୁମ୍ବାଇରେ ନିର୍ମିତ ହୋଥିବା କିଛି କଥାଚିତ୍ରରେ ଚରିତ୍ର ଅଭିନେତା ଭାବରେ ଅଭିନୟ କରିଥିଲେ । ସେ ଭି. ଶାନ୍ତାରାମଙ୍କ ଡକ୍ଟର କୋଟନିସ୍ କି ଅମର କାହାନୀ (୧୯୪୬), ଝନକ ଝନକ ପାୟଲ ବାଜେ (୧୯୫୫), ନବରଙ୍ଗ (୧୯୫୯) ଏବଂ ଗୀତ୍ ଗାୟା ପଥରୋଁ ନେ (୧୯୬୪)ରେ ଅଭିନୟ କରିଥିଲେ ।[୩]
କେଶବରାଓ ୪ଟି କଥାଚିତ୍ର, କିସିସେ ନା କେହନା (୧୯୪୨), ଅନ୍ଧୋଁ କି ଦୁନିୟା (୧୯୪୭),[୪] ଏବଂ ହିନ୍ଦୀ କଥାଚିତ୍ର ମାଲି (୧୯୪୪) ଏବଂ ଏହାର ମରାଠୀ ଡବିଂ ଭକ୍ତିଚା ମାଲା (୧୯୪୪)ର ନିର୍ଦ୍ଦେଶନା ଦେଇଥିଲେ । ମାଲି ଏବଂ ଭକ୍ତିଚା ମାଲା ଭି.ଶାନ୍ତରାମଙ୍କ କଥାଚିତ୍ର ନିର୍ମାଣ କମ୍ପାନୀ ରାଜକମଲ କଳାମନ୍ଦିରଦ୍ୱାରା ନିର୍ମତି ହୋଇଥିଲେ ।[୫]
କେଶବରାଓ ଦାତେ ୧୯୭୧ ମସିହାର ସେପ୍ଟେମ୍ବର ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।