ଶ୍ରୀ କୋପିନେଶ୍ୱର ମନ୍ଦିର (ଥାଣେ) | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Thane |
ଦେବାଦେବୀ | Shiva |
Location | |
State | Maharashtra |
Country | India |
ଭୌଗଳିକ ଅବସ୍ଥିତି | 19°11′35″N 72°58′37″E / 19.193°N 72.977°E |
Architecture | |
Shilahara dynasty |
କୋପିନେଶ୍ୱର ମନ୍ଦିର ବା କୌପୀନେଶ୍ୱର ମନ୍ଦିର (ମରାଠୀ: कौपिनेश्वर मंदिर) ଥାଣେରେ ଥିବା ଏକ ମନ୍ଦିର ଯାହାକୁ ସେଠାକାର ଅଧିବାସୀମାନେ ଭଗବାନ ମାନନ୍ତି । ଏଠାରେ ଥିବା ଶିବଲିଙ୍ଗ ଭାରତର ମହାରାଷ୍ଟ୍ରରେ ସବୁଠାରୁ ବୃହତ ଶିବଲିଙ୍ଗ ।[୧]
ଶିଲାହାର ରାଜବଂଶ ଏହି ମନ୍ଦିରକୁ ତୋଳେଇଥିଲେ । ଏହାର ନବୀକରଣ ୧୭୬୦ ମସିହାରେ କରାଯାଇଥିଲା ।[୨] ଚାନ୍ଦା ଓ ଦାନ ସଂଗ୍ରହ କରି ଗର୍ଭ ଗୃହ ସାମନାରେ ଥିବା ହଲର ପୁନର୍ନିମାଣ ୧୮୭୯ ମସିହାରେ ହୋଇଥିଲା । ପୁନଶ୍ଚ ଏହାର ନବୀକରଣ ୧୯୯୬ ମସିହାରେ କରାଯାଇଥିଲା ।[୧] ପୂର୍ବରୁ ମନ୍ଦିରଟି ମାଶୁଣ୍ଡା ହ୍ରଦ (ତାଲାଓ ପାଲି) କୂଳରେ ଥିଲା କିନ୍ତୁ ଏବେ ଏହା ମଝିରେ ଶିବାଜୀ ରାସ୍ତା ତିଆରି ହୋଇଛି ଯାହା ଥାଣେ ରେଲୱ୍ୟେ ଷ୍ଟେସନକୁ ଯାଇଛି ।[୩] ମନ୍ଦିରର ଦୁଇଟି ପ୍ରବେଶ ଦ୍ୱାର ଅଛି, ଗୋଟିଏ ମାସୁନ୍ଦା ହ୍ରଦ ଦିଗକୁ ଓ ଅନ୍ୟଟି ଯମ୍ଭଳୀ ନାକା ବଜାର ଦିଗକୁ ଅଛି ।
ବଜାର ଦିଗକୁ ଥିବା ଫାଟକଠାରେ ନନ୍ଦୀ ବୃଷଭ ପ୍ରତିମୂର୍ତ୍ତି ଅଛି । ମନ୍ଦିରର ମୂଖ୍ୟ ଦେବତା ଶିବଙ୍କର ୪’-୩” ଉଚ୍ଚତା ଓ ୧୨ ଫିଟ ଗୋଳେଇର ଏକ ଶିବଲିଙ୍ଗ ଅଛି । ଏହି ମନ୍ଦିର ପରିସରରେ ବ୍ରହ୍ମା, ରାମ, ହନୁମାନ, ଶୀତଳା ଦେବୀ, ଉତ୍ତରେଶ୍ୱର (କାଶୀ ବିଶ୍ୱଲିଙ୍ଗେଶ୍ୱର), ଦତ୍ତାତ୍ରେୟ, ଗରୁଡ଼ ଓ କାଳୀ ମନ୍ଦିର ମଧ୍ୟ ଅଛି ।[୧]
{{cite news}}
: CS1 maint: unrecognized language (link)
{{cite web}}
: CS1 maint: unrecognized language (link)