Chorionic hemorrhage, chorionic bleed | |
ବିଭାଗ | Obstetrics |
---|---|
ଲକ୍ଷଣ | None, vaginal bleeding, abdominal cramps[୨] |
ଆକ୍ରାନ୍ତ ସମୟ | 10 to 20 wks gestational age[୨] |
କାରଣ | Unclear[୨] |
ବିପଦ କାରକ | Miscarriage, uterine malformation, pelvic infections[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound[୨] |
ସଠିକ ରୋଗ ନିର୍ଣ୍ଣୟ | Ectopic pregnancy, twins, miscarriage, implantation bleeding, placental abruption, placenta previa, gestational trophoblastic disease[୨][୩] |
ଚିକିତ୍ସା | Depends on symptoms and Rh status[୨] |
ପୁନଃପୌନିକ | 1 to 18% of pregnancies[୪] |
କୋରିଓନିକ ହେମାଟୋମା ହେଉଛି ଏମ୍ବ୍ରିଓ ଚାରିପାଖରେ ଘେରି ରହିଥିବା ଝିଲ୍ଲି ବା କୋରିଅନ ଓ ଗର୍ଭାଶୟ କାନ୍ଥ ମଧ୍ୟରେ ରକ୍ତ ଜମାହୋଇଯିବାକୁ କୁହାଯାଏ ।[୨] [୩] ଲକ୍ଷଣଗୁଡ଼ିକ ମଧ୍ୟରେ କିଛି ନ ଥାଇପାରେ ବା ଯୋନୀପଥ ରକ୍ତସ୍ରାବ ହୋଇପାରେ ।[୨] ସାଧାରଣତଃ କୌଣସି ଯନ୍ତ୍ରଣା ହୁଏ ନାହିଁ, ଯଦିଓ କିଛି ଲୋକଙ୍କର କ୍ରାମ୍ପ ହୋଇପାରେ | [୨] ଅଧିକ ସ୍ଥାନରେ ରକ୍ତସ୍ରାବ ହେଲେ ସ୍ୱତଃ ଗର୍ଭପାତ ହୋଇଯାଏ ।[୨] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଅବଧିପୂର୍ବ ଅବଧିପୂର୍ବ ପ୍ରସବ ଏବଂ ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ ହୋଇପାରେ ।[୫]
ଏହାର କାରଣ ଅସ୍ପଷ୍ଟ ରହିଛି ।[୨] ବିପଦର କାରଣଗୁଡ଼ିକ ମଧ୍ୟରେ ପୂର୍ବ ସ୍ୱତଃ ଗର୍ଭପାତ, ଗର୍ଭାଶୟ ବିକୃତି ଏବଂ ପେଲଭିକ ପ୍ରଦାହ ରୋଗ ହୋଇପାରେ ।[୨] ଅନ୍ତର୍ନିହିତ ପ୍ରଣାଳୀ ମଧ୍ୟରେ ଗର୍ଭାଶୟରୁ କୋରିଅନ ବିଚ୍ଛିନ୍ନ ହେଉଥିବା ବିଶ୍ୱାସ କରାଯାଏ | [୨] ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ।[୨]
ଲକ୍ଷଣଗୁଡ଼ିକର ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ ।[୨] ଯେଉଁମାନଙ୍କର ବିଯୁକ୍ତାତ୍ମକ ଆରଏଚଡି (RhD negative) ଥାଏ ତାଙ୍କୁ ଆଣ୍ଟି-ଡି ଇମ୍ୟୁନ ଗ୍ଲୋବୁଲିନ ଦିଆଯିବା ଉଚିତ ।[୨] ହୃଦ୍ଶବ୍ଦ ଉପସ୍ଥିତ ଥିଲେ ଗର୍ଭପାତ ହେବାର ଆଶଙ୍କା ପ୍ରାୟ ୧୦% ଅଟେ ।[୩]
ପ୍ରାୟ ୧ରୁ ୧୮% ଗର୍ଭବସ୍ଥାରେ କୋରିଓନିକ ହେମାଟୋମା ହୁଏ ।[୪] ସାଧାରଣତଃ ୧୦ରୁ ୨୦ ସପ୍ତାହର ଗର୍ଭଧାରଣ ସମୟରେ ଏହି ଅବସ୍ଥା ଉପୁଜେ ।[୨] ଏହି ରୋଗ ବିଷୟ ପ୍ରଥମେ ୧୯୮୧ ମସିହାରେ ବର୍ଣ୍ଣନା କରାଯାଇଥିଲା ।[୨]
{{cite journal}}
: Cite journal requires |journal=
(help)