Clinical data | |
---|---|
Trade names | Welchol, Cholestagel, Lodalis, others |
Synonyms | Colesevelam hydrochloride |
AHFS/Drugs.com | monograph |
MedlinePlus | a699050 |
data |
|
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | N/A |
Metabolism | Colesevelam is not absorbed and not metabolised. |
Elimination half-life | N/A (non-systemic drug) |
Excretion | By intestines only, colesevelam is non-systemic. |
Identifiers | |
| |
Chemical and physical data | |
Formula | C31H67Cl3N4O |
Molar mass | ୬୧୮.୨୫ g·mol−1 |
(verify) |
କୋଲେସେଭେଲାମ, ଏକ ବିକ୍ରୟ ନାମ ୱେଲଚୋଲ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତକୋଲେଷ୍ଟେରଲ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହାର ଚିକିତ୍ସା ପାଇଁ ସାଧାରଣତଃ ଷ୍ଟାଟିନ୍ ପସନ୍ଦ କରାଯାଏ ।[୨] ଆୟୁଷ ଉପରେ ପ୍ରଭାବ ଅସ୍ପଷ୍ଟ ।[୧] ଏହା ଟାଇପ୍-୨ ମଧୁମେହ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ବୁକୁଜ୍ୱାଳା, ଏବଂ ଅଇ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଅନ୍ତନଳୀ ଅବରୋଧ ଏବଂ ଚର୍ବି ଦ୍ରବଣକ୍ଷମ ଭିଟାମିନ୍ ଅଭାବ ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ବାଇଲ୍ ଏସିଡ୍ ସିକ୍ୱେଷ୍ଟ୍ରାଣ୍ଟ ।[୧]
୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋଲେସେଭେଲାମ ଅନୁମୋଦିତ ହୋଇଥିଲେ ।[୧] [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ୧୧୫ ପାଉଣ୍ଡ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ଏକ ମାସର ଚିକିତ୍ସା ନିମନ୍ତେ ପ୍ରାୟ ୭୦ ଡଲାର ଖର୍ଚ୍ଚ ହୁଏ ।[୫]