![]() | |
Clinical data | |
---|---|
Trade names | Clolar, Evoltra, others |
AHFS/Drugs.com | monograph |
MedlinePlus | a607012 |
data |
|
Routes of administration | Intravenous |
Legal status | |
Legal status | |
Identifiers | |
| |
ECHA InfoCard | 100.159.663 |
Chemical and physical data | |
Formula | C10H11ClFN5O3 |
Molar mass | ୩୦୩.୬୮ g·mol−1 |
3D model (JSmol) | |
| |
| |
(verify) |
କ୍ଲୋଫାରାବାଇନ (ଇଂରାଜୀ ଭାଷାରେ Clofarabine), କ୍ଲୋଲାର୍ ଏବଂ ଇଭୋଲଟ୍ରା ଏହାର ଦୁଇ ବେପାର ନାମ ଯାହା ଆକ୍ୟୁଟ ଲିମ୍ପୋବ୍ଲାସ୍ଟିକ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଯେତେବେଳେ ଅନ୍ୟ ସମସ୍ତ ଉପଲବ୍ଧ ଚିକିତ୍ସାରେ କୌଣସି ଉପକାର ମିଳେନାହିଁ, ସେତେବେଳେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚିନ୍ତା, ମୁଣ୍ଡବିନ୍ଧା, ମୁହଁ ଉଷୁମ ଲାଲ ହୁଏ, ଅଇ, ତରଳ ଝାଡ଼ା, ଗଲୁ, ଥକାପଣ ଓ ଜ୍ୱର ସହିତ ସ୍ୱଳ୍ପ ଧଳା ରକ୍ତ କଣିକା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଆଣ୍ଟିମେଟାବୋଲାଇଟ, ବିଶେଷ ଭାବରେ ଆଡେନାଇନ ଅନୁରୂପ | ଏହା ଡିଏନଏ ପଲିମେରେଜ୍ ଏବଂ ଆରଏନଏ ରେଡକ୍ଟେଜକୁ ନଷ୍ଟ କରି ନୂତନ ଡିଏନଏ ଏବଂ ଆରଏନଏ ତିଆରିକୁ ରୋକିଦିଏ ।
୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୬ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲୋଫାରାବାଇନ ଅନୁମୋଦିତ ହୋଇଥିଲା ।[୩] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ୨୦ ମିଗ୍ରା ବିଶିଷ୍ଟ ଏହି ଔଷଧର ମୂଲ୍ୟ ୧୩୨୫ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୫୦ ଡଲାର ଅଟେ |।[୫]