Clinical data | |
---|---|
Pronunciation | klor zox' a zone[୧] |
Trade names | Lorzone, Paraflex, Muscol, others |
AHFS/Drugs.com | monograph |
MedlinePlus | a682577 |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | Well absorbed |
Protein binding | 13–18% |
Metabolism | Liver |
Onset of action | With 1 hr[୪] |
Elimination half-life | 1.1 hr |
Duration of action | Up to 4 hr[୪] |
Excretion | Urine (<1%) |
Identifiers | |
| |
ECHA InfoCard | 100.002.186 |
Chemical and physical data | |
Formula | C7H4ClNO2 |
Molar mass | ୧୬୯.୫୬ g·mol−1 |
3D model (JSmol) | |
| |
| |
(verify) |
କ୍ଲୋରଜୋକ୍ସାଜୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲୋରଜୋନ, ହେଉଛି ଏକ ମାଂସପେଶୀ ଶିଥିଳକାରୀ ଔଷଧ ଯାହା କଟି ଯନ୍ତ୍ରଣା କମେଇବାକୁ ଏବଂ ମାଂସପେଶୀ ସ୍ପାଜ୍ମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହାର ଚିକିତ୍ସାରେ ମଧ୍ୟମ ଧରଣର ଉପକାର ମିଳେ ।[୧] ସେରେବ୍ରାଲ ପାଲ୍ସି ଭଳି ସ୍ନାୟୁଗତ ସମସ୍ୟା ପାଇଁ ଏହା ଉପଯୋଗୀ ନୁହେଁ ।[୪] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ମୁଣ୍ଡବିନ୍ଧା ଏବଂ କମ୍ପନ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ ।[୧][୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ମେରୁଦଣ୍ଡ ଏବଂ ମସ୍ତିଷ୍କ ସ୍ତରରେ କାମ କରେ ।[୪]
୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ କ୍ଲୋରଜକ୍ସାଜୋନକୁ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୮ ଡଲାର ଅଟେ ।[୫] ୨୦୧୭ ସୁଦ୍ଧା ଏହା ବହୁଳ ଭାବରେ ବ୍ୟବହୃତ ହୋଇଛି ।[୧]