ଖାମୋଶୀ ( ହିନ୍ଦୀ -ख़ामोशी) ଏକ ୧୯୬୯ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅସିତ ସେନଙ୍କଦ୍ୱାରା ନିର୍ଦ୍ଦେଶିତ ଏକ କଳା ଧଳା ଫିଲ୍ମ । ମୁଖ୍ୟ ଭୂମିକାରେ ସେହି ସମୟର ଜନପ୍ରିୟ ଅଭିନେତା ରାଜେଶ ଖାନ୍ନା ଓ ଅଭିନେତ୍ରୀ ୱାହିଦା ରହମାନ ଅଭିନୀତ ଏହି ଚିତ୍ର ମୁଖ୍ୟତ ହେମନ୍ତ କୁମାରଙ୍କ ମନମୁଗ୍ଧକର ସଂଗୀତ, ଗୁଲଜାରଙ୍କ ରଚିତ ସୁନ୍ଦର ଭାବସମ୍ପନ୍ନ ଗୀତ ଓ ସାବଲୀଳ କାହାଣୀ ପାଇଁ ଆଦୃତ ହୋଇଥିଲା । କଳା ଧଳା ଚିତ୍ର ହେଇଥିଲେ ମଧ୍ୟ ଏଥିରେ ଚିତ୍ରତ୍ତୋଳକ କମଳ ବୋଷଙ୍କ ଚିତ୍ରଗ୍ରହଣ ଖୁବ ସୁନ୍ଦର ଥିଲା ଓ କମଳ ବୋଷ, ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ।
ହେମନ୍ତ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ଗୁଲଜାରଙ୍କ ରଚନା ଏହି କଥାଚିତ୍ରର ମୁଖ୍ୟ ଆକର୍ଷଣ
ଏହା ଉପରେ ଆଧାରିତ ଏକ ହଲିଉଡ ଫିଲ୍ମ ' silence ' ପାଇଁ ୨୦୦୮ରେ ଏକ ଯୋଜନା ଥିଲା , କିନ୍ତୁ ପରେ ତାହା ଆଉ ଫଳପ୍ରସୂ ହେଇ ନ ଥିଲା ।