Names | ଜି୧ | ||||
---|---|---|---|---|---|
ମିସନ ପ୍ରକାର | ଭାରତୀୟ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ, ପ୍ରଯୁକ୍ତି ପରିଦର୍ଶନ | ||||
ପରିଚାଳକ | ଇସ୍ରୋ | ||||
ମହାକାଶ ଯାନର ବିଶେଷତ୍ୱ | |||||
ମହାକାଶ ଯାନ | ଗଗନଯାନ | ||||
ଉତ୍ପାଦକ | ଏଚଏଏଲ | ||||
ମିସନ ପ୍ରାରମ୍ଭ | |||||
ଉତକ୍ଷେପଣ ତାରିଖ | ୨୦୨୪ର ପ୍ରଥମ ତିନିମାସରେ (ପ୍ରସ୍ତାବିତ) | ||||
ରକେଟ୍ | ଏଲଭିଏମ-୩ | ||||
ଉତକ୍ଷେପଣ ସ୍ଥଳ | ସତୀଶ ଧାୱନ ସ୍ପେସ ସେଣ୍ଟର | ||||
କଣ୍ଟ୍ରାକଟର | ଇସ୍ରୋ | ||||
କକ୍ଷପଥ ମାପଦଣ୍ଡ | |||||
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ | ଭୂକେନ୍ଦ୍ରିକ କକ୍ଷପଥ | ||||
Regime | ନିମ୍ନ ପୃଥିବୀ କକ୍ଷପଥ | ||||
----
|
ଗଗନଯାନ-୧ ହେଉଛି ଗଗନଯାନ କାର୍ଯ୍ୟକ୍ରମର ପ୍ରଥମ ପରୀକ୍ଷଣ ଉଡ଼ାଣ । ୨୦୨୪ର ପ୍ରଥମ ତିନି ମାସରେ ଏହାକୁ ଉତକ୍ଷେପଣ କରାଯିବାର ଯୋଜନା ରହିଛି।[୧]
ପ୍ରଥମେ ଏହି ଉତକ୍ଷେପଣ ଡିସେମ୍ବର ୨୦୨୦ରେ ହେବାର ଥିଲା,[୨] ପରେ ଡିସେମ୍ବର ୨୦୨୧ରେ,[୩] କିନ୍ତୁ କୋଭିଡ୍ -୧୯ ମହାମାରୀ କାରଣରୁ ଏହା ବିଳମ୍ବିତ ହୋଇଥିଲା ।[୨] ଶେଷରେ ଅପ୍ରେଲ ୨୦୨୨ ସୁଦ୍ଧା ବିମାନ ଉଡ଼ାଣ ଯୋଜନା ପ୍ରସ୍ତୁତ ହୋଇଥିଲା[୪] ଏବଂ ଟିଭି-ଡି୧ ଏବଂ ଟିଭି-ଡି୨ ପରେ ୨୦୨୪ରେ ଏହାର ଶୁଭାରମ୍ଭ ହେବ ବୋଲି ଆଶା କରାଯାଉଛି ।[୫] ୨୦୨୨ ଅପ୍ରେଲରେ କ୍ରୁ(ଦଳ) ମଡ୍ୟୁଲକୁ ଡିପ୍ରେସର କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।[୬]
ଗଗନଯାନ ମହାକାଶ ଯାନକୁ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ମାନବ ମାନ୍ୟତା ପ୍ରାପ୍ତ ଏଲଭିଏମ ୩ ଜରିଆରେ ଉତକ୍ଷେପଣ କରାଯାଇ ୧୭୦×୪୦୮ କିଲୋମିଟର କକ୍ଷପଥରେ ପ୍ରବେଶ କରାଯିବ ।[୭] ତୃତୀୟ କକ୍ଷପଥରେ ସର୍କୁଲାରାଇଜେସନ୍ (ଚଳାଚଳ) ଅଭ୍ୟାସ କରାଯିବ । ଅବତରଣ ଟିଭି-ଡି୧ ଭଳି ସମାନ ଢାଞ୍ଚା ଅନୁସରଣ କରାଯିବ ।[୪][୮]
ଏହି ଅଭିଯାନ ପରେ ଇସ୍ରୋ ହ୍ୟୁମାନଏଡ୍ ରୋବଟ୍ ବୌମିତ୍ରକୁ ନେଇ ଗଗନଯାନ-୨ ଉତକ୍ଷେପଣ କରିବା ପୂର୍ବରୁ ଆଉ ୪ଟି ପରୀକ୍ଷଣ କରିବ।[୯]