ଗଞ୍ଜପା ଭାରତୀୟ ରାଜ୍ୟ ଓଡ଼ିଶାର ଏକ ପାରମ୍ପାରିକ ତାସ ଖେଳ । [୧] ଗୋଲାକାର ଅଙ୍କିତ ପଟ୍ଟଚିତ୍ରରେ ଏହା ଖେଳାଯାଇଥାଏ । ୧୬ ଶହ ଶତାବ୍ଦୀରେ ଗଞ୍ଜପା ଖେଳ ଓଡ଼ିଆ ପୁରୁଷମାନଙ୍କ, ବିଶେଷ କରିଗାଁମାନଙ୍କରେ ଅବସର ବିନୋଦନ ଖେଳ ଭାବେ ଆରମ୍ଭ ହୋଇଥିଲା । ରାଜା ଓ ତାଙ୍କର ଦରବାରୀମାନେ ଏହା ଆଗକାଳରେ ଖେଳୁଥିଲେ । ଗଞ୍ଜପା "ଚାରିରଙ୍ଗୀ" (ଚାରୋଟି ରଙ୍ଗର ପଟ), "ଆଠରଙ୍ଗୀ"(ଆଠଟି ରଙ୍ଗର ପଟ), "ଦଶରଙ୍ଗୀ" (ଦଶଟି ରଙ୍ଗର ପଟ), "ବାରରଙ୍ଗୀ" (ବାରଟି ରଙ୍ଗର ପଟ), "ଚଉଦରଙ୍ଗୀ" (ଚଉଦଟି ରଙ୍ଗର ପଟ) ଏବଂ "ଷୋହଳରଙ୍ଗୀ" ଭାବେ ଖେଳାଯାଇଥାଏ । ମୋଗଲମାନଙ୍କ ଗଞ୍ଜିଫାଦ୍ୱାରା ପ୍ରଭାବିତ ଏହି ଖେଳର ଆଉ ଏକ ପ୍ରକାର "ମୋଗଲ ଗଞ୍ଜପା" ନାମରେ ଜଣା । ଏହି ଖେଳ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଜଣା । [୨][୩]
ଓଡ଼ିଆରେ ଗଞ୍ଜପା ମୋଗଲମାନଙ୍କ ସମୟରେ ପ୍ରଚଳିତ ପାରସୀ "ଗଞ୍ଜିଫେ"ର ସହ ସମ୍ବନ୍ଧିତ ବୋଲି ଜଣାଯାଏ । [୪][୨]
ପଟ୍ଟଚିତ୍ରରେ ଅଙ୍କାଯାଇ ଗଞ୍ଜପା ପଟ ତିଆରି କରାଯାଇଥାଏ । [୫] ପଟ୍ଟଚିତ୍ରରେ ଥିବା ଅଙ୍କନ ଶୈଳୀରେ ନଟ-ନଟୀ ଓ ଅନ୍ୟାନ୍ୟ ଲୋକେ, ରାମାୟଣ ଓ ଦଶାବତାର ଆଦି ପଟମାନଙ୍କରେ ଅଙ୍କାଯାଇଥାଏ । ଅଙ୍କନ ଶୈଳୀ ଓଡ଼ିଶାର ପାରମ୍ପାରିକ ଓ ଅଞ୍ଚଳ ଭେଦରେ ବଦଳିଥାଏ । [୩]
ପଟ ତିଆରି ପାରମ୍ପାରିକ ପଟ୍ଟଚିତ୍ର ଢଙ୍ଗରେ ହୋଇଥାଏ । ଶୁଖିଲା କପଡ଼ାରେ ତେନ୍ତୁଳି ମଞ୍ଜି ମଣ୍ଡରେ ତିଆରି ଅଠା ବୋଳି ତାହାକୁ ଶୁଖାଇ ଦିଆଯାଏ । ଶୁଖିଗଲା ପରେ ଗୋଲାକାର କରି ସେସବୁକୁ କାଟି ଦିଆଯାଏ । ଏହି ପଟରେ ପରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଯଥା: ଚୂନ (ଧଳା ପାଇଁ), ହାଣ୍ଡିକଳା (କଳା ପାଇଁ), ହଳଦୀ (ହଳଦିଆ ପାଇଁ) ଆଦି ଦେଇ ଲାଖ ବୋଳି ରଙ୍ଗକୁ ଦୀର୍ଘସ୍ଥାୟି କରାଯାଏ । [୪]
{{cite journal}}
: Cite journal requires |journal=
(help)