ଗଣେଶଙ୍କ ପତ୍ନୀ ଓ ଗଣେଶଙ୍କ ବୈବାହିକ ସ୍ଥିତି ବିଷୟ ବିଭିନ୍ନ ପୌରାଣିକ ଗ୍ରନ୍ଥମାନଙ୍କରେ ଭିନ୍ନ ଭିନ୍ନ ଥାଏ ଓ ଏହା ପଣ୍ଡିତମାନଙ୍କର ସମୀକ୍ଷାକୁ ଖୋରାକ ଯୋଗାଏ ।[୧] ତାଙ୍କର ଭିନ୍ନ ଭିନ୍ନ ପତ୍ନୀ ବିଷୟରେ ଲେଖାଥାଏ । ଏକ ପୌରାଣିକ ଗାଥାରେ ସେ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି । ଅନ୍ୟ କେତେକ କଥାରେ ତାଙ୍କର ବୁଦ୍ଧି (ବୁଝିବା ଶକ୍ତି), ସିଦ୍ଧି (ସାଫଲ୍ୟ) ଓ ରିଦ୍ଧି (ସମୃଦ୍ଧି) ନାମକ ତିନି ପତ୍ନୀ ଥିବା ଉଲ୍ଲେଖ ଅଛି ଓ ଏହି ତିନି ଗୁଣକୁ ମାନବୀକରଣ କରି ତିନି ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି ।[୨] ଅନ୍ୟ ଏକ ବୃତ୍ତାନ୍ତରେ କଳା ଓ ସଂସ୍କୃତିର ଦେବୀ ସରସ୍ୱତୀଙ୍କ ସହିତ ତାଙ୍କୁ ସଂଯୁକ୍ତ କରାଯାଇଛି । ବେଙ୍ଗଲରେ ତାଙ୍କୁ କଦଳୀ ବୃକ୍ଷ ସହିତ ଯୋଗସୂତ୍ର ଥିବା କୁହାଯାଏ । [୩] ସାଧାରଣତଃ ତାଙ୍କର ରଚନାତ୍ମକ ଶକ୍ତିକୁ ତାଙ୍କର ପତ୍ନୀ ଭାବରେ ଉପସ୍ଥାପନ କରାଯାଏ । ତାଙ୍କର ଏକ ପତ୍ନୀ ଥିବା ବା ଅନାମଧେୟ ଦାସୀ ପତ୍ନୀ ଥିବା ଦର୍ଶାଯାଏ ।[୪]
ଭାରତର ସ୍ଥାନୀୟ ପାର୍ଥକ୍ୟ ଦେଖିଲେ ଗଣେଶଙ୍କ ପତ୍ନୀ ବିଷୟରେ ବିଭିନ୍ନତାର ଉପସ୍ଥାପନ ବୁଝିହୁଏ । ଏହା ସହିତ ସେହି ଉପସ୍ଥାପନର ସମୟ ବା କାଳ, ଓ ପରମ୍ପରାକୁ ନେଇ ମଧ୍ୟ ପରିବର୍ତ୍ତିତ ହେଉଥିବା ସମ୍ଭାବନା ଅଧିକ ହୁଏ । ଲୋକମାନଙ୍କର ପୂଜା ଓ ଧ୍ୟାନ ପଦ୍ଧତି ଅନୁସାରେ ଓ ବିଭିନ୍ନ ପରମ୍ପରା ଅନୁସାରେ ତାଙ୍କୁ ଏକ ବାଳକ (ବାଳ ଗଣପତି) (बाल गणपति; bālagāņapati) ବା ଏକ ତାନ୍ତ୍ରୀକ ଭଗବାନ ରୂପରେ ମଧ୍ୟ ପୂଜା କରାଯାଏ । [୫][୬]
ଗଣେଶ ପୁରାଣ ଓ ମୁଦଗଲ ପୁରାଣରେ (Mudgala Purana) ଗଣେଶଙ୍କର ଦୁଇ ପାଖରେ ସିଦ୍ଧି ଓ ବୁଦ୍ଧି ବସିଥିବା ଦେଖାଯାଏ ।[୭] ଏହି ଦୁଇ ପୁରାଣରେ ସେମାନେ ଗଣେଶଙ୍କର ସ୍ୱାଭାବିକ ଅଂଶ ଭାବରେ ଦେଖାଯାଆନ୍ତି ,[୮] ଓ ଥପନ ଅନୁସାରେ [୯] ଶକ୍ତି ପୂଜା ନିମନ୍ତେ ସେ କୌଣସି ବିଶେଷ ପୂଜା ଆବଶ୍ୟକ କରନ୍ତି ନାହିଁ । ଗଣେଶ ପୁରାଣ ଅନୁସାରେ ବ୍ରହ୍ମା ଗଣେଶଙ୍କୁ ସମ୍ମାନାର୍ଥେ ପୂଜା କରନ୍ତି ଓ ଏହି ସମୟରେ ବୁଦ୍ଧି ଓ ସିଦ୍ଧି ପ୍ରକାଶିତ ହୁଅନ୍ତି । ଗଣେଶ ତାଙ୍କୁ ପ୍ରସାଦ ଭାବରେ ଗ୍ରହଣ କରନ୍ତି । [୧୦] ଗଣେଶ ପୁରାଣ (Ganesha Purana) ଅନୁସାରେ ଗଣେଶଙ୍କୁ ଅନେକ ଦେବତା ଉପହାର ଦିଅନ୍ତି କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଯାଏ, ବ୍ରହ୍ମା ତାଙ୍କର ମାନସରୁ ବୁଦ୍ଧି ଓ ସିଦ୍ଧି ଜାତ କରି ଗଣେଶଙ୍କୁ ଦେଇଛନ୍ତି ।[୧୦]
ଶିବ ପୁରାଣର ଏକ କାହାଣୀ ଅନୁସାରେ ପ୍ରଜାପତିଙ୍କର ସିଦ୍ଧି ଓ ବୁଦ୍ଧି ନାମକ ଦୁଇ ଝିଅଙ୍କୁ ବିବାହ କରିବା ନିମନ୍ତେ ଗଣେଶ ଓ ତାଙ୍କ ଭାଇ ସ୍କନ୍ଧଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲେ ଯେଉଁଥିରେ ଗଣେଶ ବୁଦ୍ଧିମତ୍ତାରେ ଜିତିଥିଲେ । [୧୧] ଏହି କାହାଣୀ ଅନୁସାରେ ସିଦ୍ଧିଙ୍କ ଔରସରୁ କ୍ଷେମ (ସମୃଦ୍ଧି) ଓ ବୁଦ୍ଧିଙ୍କ ଔରସରୁ ଲାଭ ଜାତ ହୋଇଥିଲେ । ଉତ୍ତର ଭାରତରେ ଏହି କାହାଣୀରେ ପରିବର୍ତ୍ତନ ହୋଇ ଦୁଇ ପୁତ୍ରଙ୍କର ଶୁଭ ଓ ଲାଭ ନାମକରଣ ହୋଇଛି । [୧୨] ଶିବ ପୁରାଣ ଅନୁସାରେ ଗଣେଶଙ୍କ ଦୁଇ ପାଖରେ ବସିଥିବା ମହିଳାମାନେ ତାଙ୍କର ପତ୍ନୀ ନୁହନ୍ତି ବରଂ ତାଙ୍କର ଶକ୍ତି । [୧୩]
ଲୁଡୋ ରୋସର କହନ୍ତି ଯେ ଗଣେଶଙ୍କର ବର୍ଣ୍ଣନାରେ 'ସିଦ୍ଧି-ବୁଦ୍ଧି ସମନ୍ୱିତ' କୁହାଯାଏ ଯାହାକୁ ଅନୁଗାମୀ ବା ସହଗାମୀ ଭାବରେ ଗ୍ରହଣ କରାଯାଇପାରେ ଓ ଏହାଠାରୁ ଅଧିକ କିଛି ନୁହେଁ । ଯେଉଁଠାରେ ଗଣିଶ ଅଛନ୍ତି ସେଠାରେ ସିଦ୍ଧି, ବୁଦ୍ଧି ପଛରେ ରହିପାରିବେନି । ଆରମ୍ଭରେ ଏହି ଧାରଣା ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ବିବାହକୁ ସଂଯୁକ୍ତ କରାଯାଇଛି ।[୧୪] ଗଣେଶ ପୁରାଣର ୪୯କ ଛନ୍ଦରେ ତାଙ୍କର ସହସ୍ର ନାମ ମଧ୍ୟରୁ ରିଦ୍ଧିସିଦ୍ଧିପ୍ରବର୍ଦ୍ଧନମ ଗୋଟିଏ ନାମ । ମତ୍ସ୍ୟ ପୁରାଣ ଅନୁସାରେ ରିଦ୍ଧି ଓ ସିଦ୍ଧିଙ୍କର ମାଲିକ ଗଣେଶ ଅଟନ୍ତି ।[୧୫]
ଅଜିତାଗମ ଅନୁସାରେ ଗଣେଶଙ୍କୁ ହରିଦ୍ରା ଗଣପତି କୁହାଯାଏ ଓ ତାଙ୍କ ଦୁଇ ପାର୍ଶରେ ଦୁଇ ଅନାମଧେୟ ପତ୍ନୀ ରହିଥାଆନ୍ତି । ସଂସ୍କୃତରେ ପତ୍ନୀଙ୍କୁ ଦାରା (दारा) କୁହାଯାଏ ଓ ଦାରାଯୁଗଳମ (दारायुगलम्) ବର୍ଣ୍ଣନା ଥାଏ । [୧୬] ଏହି ପତ୍ନୀମାନେ ଶକ୍ତିଠାରୁ ପୃଥକ ଅଟନ୍ତି ।[୧୭]
ଅନ୍ୟ ଏକ ପରମ୍ପରା ଅନୁସାରେ ଗଣେଶ ଅବିବାହିତ ଅଟନ୍ତି ।[୧୮] ଏହି ଧାରଣା ଦକ୍ଷିଣ ଭାରତରେ ଜନପ୍ରିୟ ।[୧୯] ଅବିବାହିତ ଓ ଧାର୍ମିକ ପରମ୍ପରାକୁ ଦକ୍ଷିଣ ଭାରତରେ ସଂଯୁକ୍ତ କରାଯାଇଛି । [୨୦] ଗଣେଶ ସହସ୍ରନାମର ଗଣେଶ ପୁରାଣ ସଂସ୍କରଣରେ ଭାସ୍କରାୟ ଗଣେଶଙ୍କର ଆଜୀବନ ଅବିବାହିତ ସମ୍ପର୍କରେ ସଂକେତ ଦେଇଛନ୍ତି । [୨୧] ଭାସ୍କରାୟ ମତରେ ଅଭୀରୁ ଅର୍ଥ ମହିଳ ବିହୀନ କିନ୍ତୁ ଏହାକୁ ଭୟାନକ ନୁହେଁ ବୋଲି କହିହେବ । [୨୨]