ଶ୍ରୀ ମୟୂରେଶ୍ୱର ମନ୍ଦିର, ମୋରଗାଁ | |
---|---|
श्री मयूरेश्वर मंदीर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୁଣେ ଜିଲ୍ଲା |
ଦେବାଦେବୀ | ମୟୂରେଶ୍ୱର ବା ମୋରେଶ୍ୱର ରୂପରେ ଗଣେଶ |
Festivals | Ganesh Chaturthi, Ganesh Jayanti, Vijayadashami |
Location | |
ସ୍ଥାନ | ମୋରଗାଁ/ Morgaon |
State | ମହାରାଷ୍ଟ୍ର |
Country | ଭାରତ |
ଭୌଗଳିକ ଅବସ୍ଥିତି | 18°16′33.8″N 74°19′17″E / 18.276056°N 74.32139°E |
Architecture | |
Type | Mandir architecture |
Completed | 14th to 17th century AD |
Website | |
https://m.facebook.com/mayureshwarmorgaon/ |
ଶ୍ରୀ ମୟୂରେଶ୍ୱର ମନ୍ଦିର (ମରାଠୀ: श्री मयूरेश्वर मंदीर) କିମ୍ବା ଶ୍ରୀ ମୋରେଶ୍ୱର ମନ୍ଦିର (ମରାଠୀ: श्री मोरेश्वर मंदीर) ଏକ ହିନ୍ଦୁ ମନ୍ଦିର ଯାହା ଜ୍ଞାନର ଦେବତା ଶ୍ରୀ ଗଣେଶଙ୍କୁ ସମର୍ପିତ ହୋଇହି । ଏହି ମନ୍ଦିର ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା ପୁଣେ ଜିଲ୍ଲାର ପୁଣେ ସହରଠାରୁ ୬୫ କିମି ଦୂରରେ ଅବସ୍ଥିତ ।.[୧]ଗଣେଶଙ୍କ ଅଷ୍ଟବିନାୟକ ମନ୍ଦିରମାନଙ୍କର ତୀର୍ଥ ଯାତ୍ରାର ଆରମ୍ଭ ଓ ଶେଷ ଏହି ସ୍ଥାନରୁ ହୁଏ ।
ପୁଣେ ପାଖରେ ଥିବା ପୂଜ୍ୟ ଗଣେଶଙ୍କର ଆଠଟି ମନ୍ଦିରମାନଙ୍କର ପରିକ୍ରମା ଏହିଠାରୁ ଆରମ୍ଭ ହୁଏ । ଏହି ମନ୍ଦିରମାଳାକୁ ଅଷ୍ଟବିନାୟକ କୁହାଯାଏ । ତୀର୍ଥଯାତ୍ରା ଶେଷରେ ମୋରଗାଁ ଦର୍ଶନ ନ କରିଥିଲେ ତୀର୍ଥଯାତ୍ରା ବ୍ୟର୍ଥ ହୋଇଯିବା କଥା କୁହାଯାଏ ।[୧] ମୋରଗାଁ ଅଷ୍ଟ ବିନାୟକମାଳାର କେବେଳ ଶ୍ରେଷ୍ଠ ମନ୍ଦିର ନୁହେଁ, ଏହାକୁ ପ୍ରଧାନ ମନ୍ଦିର ମାନ୍ୟତା ମଧ୍ୟ ଦିଆଯାଏ ।[୨][୩][୪] ମୋରଗାଁ ହେଉଛି ଆଦ୍ୟପୀଠ – ଗାଣପତ୍ୟ ଗୋଷ୍ଠୀ ମତରେ ଗଣେଶ ହେଉଛନ୍ତି ସର୍ବଶ୍ରେଷ୍ଠ ସୃଷ୍ଟି ।[୪] ଅଷ୍ଟବିନାୟକ ମାଳାରେ ସବୁଠାରୁ ଅଧିକ ତୀର୍ଥଯାତ୍ରୀ ଏଠାକୁ ଆସନ୍ତି ।[୪] ଗଣେଶଙ୍କର ମହାନତା ବିଷୟରେ ମୁଦଗଲ ପୁରାଣରେ ୨୨ଟି ଅନୁଚ୍ଛେଦ ଅଛି । ଏକ ପରମ୍ପରା ଅନୁସାରେ ପ୍ରଳୟ ଆସିଲେ ଏହି ସ୍ଥାନରେ ଗଣେଶ ଯୋଗନିଦ୍ରାରେ ପ୍ରବେଶ କରନ୍ତି । ଏହି ସ୍ଥାନର ପବିତ୍ରତା କେବଳ କାଶୀ ଧାମ ସାଥିରେ ତୁଳନା କରାଯାଇପାରେ ।
ମୋରଗାଁ ଓ ପୁଣେର ଆଖପାଖ ଗାଣପତ୍ୟ କେନ୍ଦ୍ରମାନ ଅଷ୍ଟାଦଶ ଶତାବ୍ଦୀରେ ମରହଟ୍ଟା ରାଜ୍ୟର ପେଷୱା ଶାସକମାନଙ୍କ ସଂରକ୍ଷଣ ସୁବିଧା ପାଉଥିଲେ । ପେଷୱା ଶାସକମାନେ ଗଣେଶଙ୍କୁ ତାଙ୍କର କୂଳ ଦେବତା ମାନୁଥିଲେ ଓ ମନ୍ଦିରକୁ ଦାନ ସହିତ ଭୂମି ତଥା ଅର୍ଥ ଦାନ କରୁଥିଲେ ।[୨][୫] ସପ୍ତଦଶ ଶତାବ୍ଦୀର ସନ୍ଥ ସମର୍ଥ ରାମଦାସ ମୋରଗାଁ ମନ୍ଦିର ନିମନ୍ତେ ଏକ ପ୍ରାର୍ଥନା (Sukhakarta Dukhaharta) ରଚନା କରିଥିଲେ ।[୬] ଅଧୁନା ମନ୍ଦିରକୁ ଚିଞ୍ଚୱାଡା ଦେବସ୍ଥାନ ଟ୍ରଷ୍ଟ ପରିଚାଳନା କରୁଛନ୍ତି । ଏହି ଟ୍ରଷ୍ଟ ମୋରଗାଁ ମନ୍ଦିର ବ୍ୟତୀତ ଚିଞ୍ଚୱାଡା ମନ୍ଦିର, ଥେଉର ମନ୍ଦିର ଓ ସିଦ୍ଧିବିନାୟକ ମନ୍ଦିରର ପରିଚାଳନା ମଧ୍ୟ କରୁଛନ୍ତି ।[୭]
ମନ୍ଦିର ଚତୁର୍ଦିଗରେ ଉଚ୍ଚ ପ୍ରସ୍ତର ପାଚେରୀ ଓ ପ୍ରତି କୋଣରେ ମୀନାର ଅଛି ଯାହା ମୁସଲମାନ ସ୍ଥାପତ୍ୟର ନିଦର୍ଶନ ଦର୍ଶାଉଛି ।[୧][୩] ମନ୍ଦିରର ଚାରୋଟି ଫାଟକ ଅଛି । ଯାହା ସମ୍ମୁଖରେ ଗଣେଶଙ୍କର ଚାରି ଯୁଗ ମୁତାବକ ପ୍ରତିମୂର୍ତ୍ତି ଅଛି । ପ୍ରତ୍ୟେକ ମୂର୍ତ୍ତି ଏକ ପୁରୁଷାର୍ଥ ବହନ କରିଛି ଓ ଦୁଇ ପରିଚାରକ ପାଖରେ ରହିଛନ୍ତି । ପୂର୍ବ ଫାଟକ ବାଟରେ ବଲ୍ଲଲବିନାୟକଙ୍କ ପାଖରେ ରାମ ଅବତାର (ବିଷ୍ଣୁ) ଓ ସୀତା ପ୍ରତିମୂର୍ତ୍ତି ଅଛି ଯାହା ଧର୍ମ (ସଚ୍ଚୋଟତା ଓ କର୍ତ୍ତବ୍ୟ) ନିଦର୍ଶନ ଦେଉଛି । ଦକ୍ଷିଣ ଦିଗରେ ବିଘ୍ନେଶ ସହିତ ଶିବ ଓ ପାର୍ବତୀ (ଧନ ଓ ସମ୍ମାନ ନିଦର୍ଶନ) ଅଛନ୍ତି । ପଶ୍ଚିମ ଫାଟକ ପାଖରେ କାମ ସହିତ କାମଦେବ ଓ ରତି ଅଛନ୍ତି । ଉତ୍ତର ଦିଗରେ ମୋକ୍ଷ ନିଦର୍ଶନ ମହାଗଣପତି ସାଥିରେ ବରାହ (ଅବତାର) ଓ ଭୂମୀ ଅଛନ୍ତି ।[୪] ଉତ୍ତର ଦିଗରେ ମୂଖ୍ୟ ପ୍ରବେଶ ଦ୍ୱାର । ଅଗଣା ଚତୁଷ୍କୋଣ ଆକାରର ଅଗଣାରେ ଦୁଇଟି ଦୀପ ଜ୍ୟୋତି ସ୍ତମ୍ଭ ଅଛି ଓ ଆଲୋକ ଲଗେଇବା ବ୍ୟବସ୍ଥା ଅଛି । ମନ୍ଦିର ସାମନାରେ ଛଅ ଫୁଟ ଉଚ୍ଚତାର ଗଣେଶ ବାହନ ମୂଷା ପ୍ରତିମୂର୍ତି ବସିଛନ୍ତି ।[୧] ପାଖରେ ଥିବା ନାଗରାଖାନାରେ କେଟଳ ଡ୍ରମ ଅଛି । ମନ୍ଦିର ଦୁଆର ସମ୍ମୁଖରେ ବିରାଟ ନନ୍ଦୀ ମୂର୍ତ୍ତି ଗଣେଶଙ୍କ ଦିଗକୁ ମୁଖକରି ରହିଛି । ନନ୍ଦୀ ଶିବଙ୍କ ଆଗରେ ରହେ, କିନ୍ତୁ ଏଠାରେ ଅନ୍ୟଥା ଅଛି । କିମ୍ବଦନ୍ତୀ ଅନୁସାରେ ପାଖରେ ଥିବା ଶିବ ମନ୍ଦିରରୁ ନାନ୍ଦୀଙ୍କୁ ଆଣି ଗଣେଶଙ୍କ ଆଗରେ ରକଯିବା ପ୍ରସ୍ତାବ ଥିଲା କିନ୍ତୁ ନନ୍ଦୀ ପ୍ରତିମୂର୍ତ୍ତି ଭିତରକୁ ନିଆଯାଇପାରିଲାନି, ସେଇଠି ସ୍ଥିର ହୋଇଗଲେ ।
{{cite book}}
: |work=
ignored (help)
{{cite web}}
: CS1 maint: multiple names: authors list (link)