Polymorphic eruption of pregnancy | |
---|---|
Pruritic urticarial papules and plaques of pregnancy (PUPPP) | |
ଫାଇଲ:Polymorphic eruption of pregnancy1.png | |
ବିଭାଗ | Dermatology, obstetrics |
ଲକ୍ଷଣ | Itchy hives, small blisters, widespread redness with clearing around the belly button[୧] |
ଆକ୍ରାନ୍ତ ସମୟ | Late pregnancy or shortly after childbirth[୧] |
ଅବଧି | 4 to 6 weeks[୨] |
କାରଣ | Unclear[୧] |
ବିପଦ କାରକ | First pregnancy, larger belly, multiple pregnancies[୧] |
ସଠିକ ରୋଗ ନିର୍ଣ୍ଣୟ | Pemphigus gestationis, prurigo of pregnancy, pruritic folliculitis of pregnancy, scabies[୨] |
ଚିକିତ୍ସା | Steroid cream, antihistamines[୩][୨] |
Prognosis | Resolves after delivery[୩] |
ପୁନଃପୌନିକ | 1 in 120 to 300 pregnant women[୧] |
ଗର୍ଭାବସ୍ଥାର ବହୁରୂପୀ ଉଦ୍ଗୀରଣ (ଇଂରାଜୀ ଭାଷାରେ Polymorphic eruption of pregnancy/PEP), ଅନ୍ୟ ନାମ ପ୍ରୁରାଇଟିକ ଅର୍ଟିକାରିଆଲ ପାପୁଲସ ଏବଂ ଗର୍ଭାବସ୍ଥାର ପ୍ଲେକ ( PUPPP), ହେଉଛି ଗର୍ଭାବସ୍ଥାରେ ଚର୍ମ ଅବସ୍ଥାର ପରିବର୍ତ୍ତନ । [୧] [୪] ଏହାର ଲକ୍ଷଣ ମଧ୍ୟରେ ନାଭି ଚାରିପାଖରେ କିଛି ଅଣ-ଜଡିତ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଅତ୍ୟଧିକ ଗଲୁ ହାଇଭ୍ସ, ଛୋଟ ଛୋଟ ଫୋଟକା, ଏବଂ ବ୍ୟାପକ ଲାଲ ରଙ୍ଗ ହୋଇପାରେ ।[୧] ଏହା ସାଧାରଣତଃ ପ୍ରଥମେ ଜଙ୍ଘ ଏବଂ ଦେହରେ ବିସ୍ତାର ହେବା ପୂର୍ବରୁ ଟଣା ଦାଗ ମଧ୍ୟରେ ଦେଖାଯାଏ; ଯେତେବେଳେ ଚେହେରା, ପାପୁଲି ଏବଂ ପାଦ ସାଧାରଣତଃ ଜଡ଼ିତ ହୋଇନଥାଏ ।[୫] ଆରମ୍ଭ ସାଧାରଣତଃ ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ କିମ୍ବା ପ୍ରସବ ହେବାର କିଛି ସମୟ ପରେ ହୋଇଥାଏ ।[୧]
ଏହା ସାଧାରଣତଃ ପ୍ରଥମ ଗର୍ଭଧାରଣରେ ବଡ଼ ପେଟ ଥିବା ଏବଂ ଏକାଧିକ ଗର୍ଭଧାରଣ କରୁଥିବା ମହିଳାମାନଙ୍କୁ ପ୍ରଭାବିତ କରିଥାଏ | [୧] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀ ଅସ୍ପଷ୍ଟ ଥିବାବେଳେ ଏହା ଚର୍ମ ଟାଣି ହେବା ସହିତ ଜଡିତ ହୋଇପାରେ ।[୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ହୋଇପାରେ ।[୨] ବେଳେବେଳେ ଆଇଜିଇ (IgE) ବୃଦ୍ଧି ବ୍ୟତୀତ ଅନ୍ୟାନ୍ୟ ପରୀକ୍ଷାଗାର ପରୀକ୍ଷା ଫଳ ସ୍ୱାଭାବିକ ଥାଏ ।[୨]
କର୍ଟିକୋଷ୍ଟିରଏଡ ଦେଇ ଏହାର ଚିକିତ୍ସା କରାଯାଏ ।[୩] ସାଧାରଣତଃ ଏହା ଚର୍ମରେ ପ୍ରୟୋଗ କରାଯାଏ ଯେପରିକି ବିଟାମେଥାସୋନ ଭାଲେରେଟ ୦.୧%; ଯଦିଓ ବେଳେବେଳେ ପାଟିରେ ଦିଆଯାଇପାରେ ।[୩] [୨] ସେଟିରିଜାଇନ ପରି ଆଣ୍ଟିହିଷ୍ଟାମିନ ମଧ୍ୟ ବ୍ୟବହାର କରାଯାଇପାରେ ।[୨] ପ୍ରସବ ପରେ ସ୍ଥିତି ସ୍ୱତଃ ସମାଧାନ ହୋଇଯାଏ ।[୩] ଏହା ମା କିମ୍ବା ଶିଶୁ ପାଇଁ କୌଣସି ଦୀର୍ଘକାଳୀନ ବିପଦ ଉପସ୍ଥାପନ କରେ ନାହିଁ ।[୪] ଏହା ପୁନର୍ବାର ହେବା ଅସ୍ୱାଭାବିକ ଅଟେ ।[୪]
ଗର୍ଭଧାରଣର ପଲିମର୍ଫିକ ଉଦ୍ଗୀରଣ ରୋଗ ୧୨୦ରୁ ୩୦୦ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ ।[୧] ଯାହାର ଯାଆଁଳା ବା ଟ୍ରିପଲେଟ ବା ତ୍ରିକ ଛୁଆ ମଧ୍ୟରୁ ୩ରୁ ୧୭% ପ୍ରଭାବିତ ହୁଏ ।[୪] ପ୍ରଭାବିତ ମହିଳାମାନେ ଏକ ପୁରୁଷ ଶିଶୁକୁ ବହନ କରିବା ସମ୍ଭାବନା ଦୁଇଗୁଣ ହୋଇପାରେ ।[୪] ୧୯୭୯ ମସିହାରେ ଏହି ଅବସ୍ଥା ପ୍ରଥମେ ବର୍ଣ୍ଣନା ହୋଇଥିଲା ।[୩]