ବିଜ୍ଞାନର ଯେଉଁ ବିଭାଗରେ ଗଣିତ ଏବଂ ଏହା ସମ୍ବନ୍ଧୀୟ ଅନ୍ୟ ବିଶେଷତ୍ୱ ଗୁଡିକର ଆଲୋଚନା ହୋଇଥାଏ ତାହାକୁ ଗାଣିତିକ ବିଜ୍ଞାନ (English: Mathematical sciences) କୁହାଯାଏ । ଯଦିଓ ପାଠ୍ୟ ପୁସ୍ତକ ଗୁଡ଼ିକରେ ଏହାକୁ ଗାଣିତିକ ଢାଞ୍ଚାରେ ପଠାଯାଇଥାଏ କିନ୍ତୁ ସବୁବେଳେ ଏହା ଗଣିତର ଉପ-ବିଭାଗ ଭାବେ ଗ୍ରହଣୀୟ ନୁହେଁ । ଯଥା ପରିସଂଖ୍ୟାନ, ଗାଣିତିକ ନିୟମ ଉପରେ ଆଧାରିତ ହେଲେହେଁ ଏହା ସାମାଜିକ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ, ଅର୍ଥନୀତି ଆଦି ବିଷୟ ସହ ସମାନ୍ତରାଳ ଭାବେ ଉନ୍ନତି ହୋଇଥାଏ ।
କେତେକ ଅନୁଷ୍ଠାନ ଗାଣିତିକ ବିଜ୍ଞାନ ବିଷୟରେ ସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ କରିଥାନ୍ତି ।
ଗଣିତ ଶାସ୍ତ୍ରକୁ ଭାରତର ଅବଦାନ ଅତି ଗୁରୁତ୍ତ୍ୱପୂର୍ଣ୍ଣ । ବୈଦିକ ୟୁଗରୁ ଭାରତରେ ଜ୍ୟାମିତି ତଥା ଗଣିତ ଶାସ୍ତ୍ରର ପୂର୍ଣ୍ଣ ବିକାଶ ହୋଇ ସାରିଥିବା ସୂଚନା ମିଳେ । ଗୋବର୍ଦ୍ଧନ ମଠ, ପୁରୀର ଶଙ୍କରାଚାର୍ଯ୍ୟ ଜଗଦ୍ଗୁରୁ ସ୍ୱାମୀ ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ୧୬ଟି ଅତି ସରଳ ସୂତ୍ର ବେଦରୁ ଉଦ୍ଧାର କରିଥିଲେ ଯାହାକୁ ଆଧାରକରି ବୈଦିକ ଗଣିତ ଆମ ସମୟରେ ପ୍ରଚଳିତ ହେବାର ସୁଯୋଗ ପାଇଲା ।