Monoclonal antibody | |
---|---|
Type | Whole antibody |
Source | Human |
Target | IL23 |
Clinical data | |
Trade names | Tremfya |
AHFS/Drugs.com | monograph |
MedlinePlus | a617036 |
data |
|
Pregnancy category |
|
Routes of administration | Subcutaneous |
Legal status | |
Legal status | |
Chemical and physical data | |
Formula | C6402H9864N1676O1994S42 |
Molar mass | ୧,୪୩,୫୬୧.୫୯ g·mol−1 |
ଗୁସେଲକୁମାବ, ବେପାର ନାମ ଟ୍ରେମଫ୍ୟା, ହେଉଛି ଏକ ଔଷଧ ଯାହା ପ୍ଲେକ୍ ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] [୬] ଏହା ମଧ୍ୟମରୁ ଗମ୍ଭୀର ଧରଣର ରୋଗ ପାଇଁ ଦିଆଯାଏ ।[୫] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ | [୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଯକୃତ ସମସ୍ୟା ଏବଂ ଟିକାଗୁଡ଼ିକର ପ୍ରଭାବ ହ୍ରାସ ହୋଇପାରେ ।[୭] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୭] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ-୨୩କୁ ସଂଲଗ୍ନ ହୁଏ ଏବଂ ତାକୁ ଅବରୋଧ କରେ ।[୫]
୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗୁସେଲକୁମାବ ଅନୁମୋଦିତ ହୋଇଥିଲା ।[୭] [୫] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ପ୍ରତି ୧୦୦ ମିଗ୍ରା ଗୁସେଲକୁମାବ ନିମନ୍ତେ ୨,୨୫୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧,୬୦୦ ଡଲାର ଥିଲା ।[୯]