ଗୋପ ମନ୍ଦିର | |
---|---|
ગોપનું મંદિર | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ |
District | ଜାମ ନଗର ଜିଲ୍ଲା |
ଦେବାଦେବୀ | ସୂର୍ଯ୍ୟ, ସ୍କନ୍ଧ, ଅନ୍ୟାନ୍ୟ[୧] |
Location | |
ସ୍ଥାନ | ଜିନାଭରି ଗ୍ରାମ,ଜାମଯୋଧପୁର ତାଲୁକା |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°1′43″N 69°55′44″E / 22.02861°N 69.92889°E |
Architecture | |
Style | ହିନ୍ଦୁ ମନ୍ଦିର ସ୍ଥାପତ୍ୟ |
Completed | 6th century CE[୨] |
ଗୋପ ମନ୍ଦିର ଏକ ସୂର୍ଯ୍ୟ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶସ୍ଥିତ ଜାମନଗର ଜିଲ୍ଲାର ଜିନଭାରି ଗ୍ରାମରେ (ଜାମଯୋଧପୁର ତାଲୁକା) ଅବସ୍ଥିତ । ଗୁଜରାଟରେ ଏହା ଏକ ଷଷ୍ଠ ଶତାବ୍ଦୀରେ ନିର୍ମିତ ଏକ ପ୍ରସ୍ତର ନିର୍ମିତ ହିନ୍ଦୁ ମନ୍ଦିର ।[୨][୩] ମୂଳ ମନ୍ଦିର ନଷ୍ଟ ହୋଇଥିଲେ ମଧ୍ୟ ଆଂଶିକ ଭାବରେ ତିଷ୍ଠି ରହିଛି ।[୨] ମନ୍ଦିରର ଉଚ୍ଚତା ୨୩ ଫୁଟ । ଏକ ମୁକୁଟ ଭଳି ଛାତ ତଳେ ଏକ ଗବାକ୍ଷ ଆକାର ଭଳି ସଜା ହୋଇଛି ।
ବରଦା ପର୍ବତର ଗୋପ ପାହାଡ଼ର ଦକ୍ଷିଣ-ପଶ୍ଚିମ ଦିଗରେ ଭର୍ତୁ ନଦୀ କୂଳରେ ଏହା ଅବସ୍ଥିତ । ଜିନାଭରି ଗ୍ରାମକୁ ଜୁନା ବା ନନା ଗୋପ ମଧ୍ୟ କୁହାଯାଏ ଓ ଏହା ଗୋପ ଗ୍ରାମର ପୂର୍ବ ଦିଗରେ ଅବସ୍ଥିତ । ଘୁମାଳୀର ଉତ୍ତର ଦିଗରେ ଏକ ପାହାଡ଼ ଉପରେ ଏହା ବିଦ୍ୟମାନ ।[୪][୩]
ସୌରାଷ୍ଟ୍ରର ବଞ୍ଚି ରହିଥିବା ମନ୍ଦିର ମଧ୍ୟରୁ ଏହା ଗୋଟିଏ ।[୩][୪] ୧୮୭୬ ମସିହାରେ ବରଜେସ ହିସାବ କରି ଦେଖିଥିଲେ, ଏହା ଷଷ୍ଠ ଶତାବ୍ଦୀ ପରେ ତିଆରି ହୋଇନି ।[୪] ସଂକଳିଆ ମତରେ ଏହା ପଞ୍ଚମ ଶତାବ୍ଦୀରେ ତିଆରି ହୋଇଛି କିନ୍ତୁ ଜୁନାଗଡ଼ ବୌଦ୍ଧ ଗୁମ୍ଫା ପୂର୍ବରୁ ନୁହେଁ ।[୫] ଏହାର ସମୟ ସାଧାରଣ ଭାବରେ ଷଷ୍ଠ ଶତାବ୍ଦୀରେ ହୋଇଥିବା ମନେ ହୁଏ (575-600 CE) । ).[୨][୬]
This article incorporates text from this source, which is in the public domain.Alt URL Archived 2016-08-29 at the Wayback Machine.