ଗୋପାଲା ଗୋପାଲା | |
---|---|
ନିର୍ଦ୍ଦେଶକ | କିଶୋର କୁମାର ପର୍ଦାଶାନୀ |
ପ୍ରଯୋଜକ | ଡି. ସୁରେଶ ବାବୁ |
ସଂଳାପ | (କଥା): ଉମେଶ ଶୁକ୍ଳା, |
କଳାକାର | ପବନ କଲ୍ୟାଣ, ଭେଙ୍କେଟେଶ, ଶ୍ରୀୟା ଶରଣ, ମିଥୁନ ଚକ୍ରବର୍ତ୍ତୀ, ଆଶିଷ ବିଦ୍ୟାର୍ଥୀ, ମୁରଲୀ ଶର୍ମା |
ସଙ୍ଗୀତ | ଅନୂପ ରୁବେନସ |
ମୁକ୍ତିଲାଭ ତାରିଖ | ୨୦୧୫ |
ଦେଶ | ଭାରତ |
ଭାଷା | ତେଲୁଗୁ |
ଗୋପାଲା ଗୋପାଲା ୨୦୧୫ ମସିହାରେ ନିର୍ମିତ ଏକ ତେଲୁଗୁ ଭାଷୀ ଭାରତୀୟ ବ୍ୟଙ୍ଗାତ୍ମକ ଚଳଚ୍ଚିତ୍ର ।[୧] ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଥିଲେ କିଶୋର କୁମାର ପର୍ଦାଶାନୀ ଏବଂ ଏହାର ଯୁଗ୍ମ ପ୍ରଯୋଜକ ଥିଲେ ଡି. ଶୁରେଶବାବୁ ଏବଂ ଶରତ ମାରାର । ଚଳଚ୍ଚିତ୍ରଟି ଶୁରେଶ ପ୍ରୋଡକସନ୍ସ ଓ ନର୍ଥ ଷ୍ଟାର ଏଣ୍ଟେର୍ଟେନମେଣ୍ଟ ବ୍ୟାନେରରେ ନିର୍ମିତ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୱନ କଲ୍ୟାଣ ଏବଂ ଭେଙ୍କେଟେଶ । ଏହା ବ୍ୟତୀତ ଅନ୍ୟାନ୍ୟ ସହ କଳାକାରମାନେ ହେଲେ ଶ୍ରୀୟା ଶରଣ, ମିଥୁନ ଚକ୍ରବର୍ତ୍ତୀ ତଥା ପି. କ୍ରୀଷ୍ଣା ମୁରଲୀ ଇତ୍ୟାଦି । ଏହାର ସଂଗୀତ ପରିଚାଳନା କରିଛନ୍ତି ଅନୁପ ରୁବେନ୍ସ ଏବଂ ଛବି ଉତ୍ତୋଳନ ବା ସିନେମାଟୋଗ୍ରାଫି କରିଛନ୍ତି ଜେ. ଭିନସେଣ୍ଟ ।
ଚଳଚ୍ଚିତ୍ରଟି ୨୦୧୨ ମସିହାରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର Oh My God(OMG)ର ତେଲୁଗୁ ସଂସ୍କରଣ ବା ରିମେକ୍ । ତେବେ OMG ଚଳଚ୍ଚିତ୍ରଟି ମୁଖ୍ୟତଃ ଗୁଜରାତି ନାଟକ କାଞ୍ଜି ବିରୁଦ୍ଧ କାଞ୍ଜି ଉପରେ ଆଧାରିତ । ୯ ଜୁନ ୨୦୧୪ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା ।[୨] ଚଳଚ୍ଚିତ୍ରଟିର ଅଧିକାଂଶ ଭାଗ ବିଶାଖାପାଟଣାରେ ଏବଂ କିଛି ଭାଗ ହାଇଦ୍ରାବାଦରେ ଶୁଟିଂ ହୋଇଛି ।
ଗୋପାଲା ଗୋପାଲା (୨୦୧୫ର ତେଲୁଗୁ ଚଳଚ୍ଚିତ୍ର) ଚଳଚ୍ଚିତ୍ରର କଥାବସ୍ତୁ ଏହିଭଳି:
ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର କେ. ଗୋପାଲା ରାଓ ହେଉଛନ୍ତି ଜଣେ ନାସ୍ତିକ । ନିଜର ସ୍ତ୍ରୀ, ପୁଅ ମୋକ୍ଷ୍ୟ ଏବଂ ସହକାରୀ ଓଥୁକୁ ନେଇ ନିଜର ଏକ ଦୋକାନ ଚଳାନ୍ତି । ଘଟଣା ଚକ୍ରରେ ଏକ ଧାର୍ମିକ ଅନୁଷ୍ଠାନକୁ ନେଇ ତାଙ୍କର ସିଦ୍ଧେଶ୍ୱର ମହାରାଜଙ୍କ ସହ ବିରୋଧ ହୁଏ । ପରେ ପରେ ଏକ ଭୂମିକମ୍ପରେ ତାଙ୍କର ଦୋକାନ ଘରଟି ନଷ୍ଟ ହୋଇଯାଏ । ଦୋକାନ ନଷ୍ଟ ବାବଦରେ କ୍ଷତିପୂରଣ ନିମିତ୍ତ ସେ ବୀମା କମ୍ପାନୀ ସହ ଯୋଗାଯୋଗ କରନ୍ତି । କିନ୍ତୁ କମ୍ପାନୀ ଏଇଥିପାଇଁଁ ମନାକରିଦିଏ ଯେ ଭୂମିକମ୍ପ ହେଉଛି ଭଗବାନଙ୍କ ରଚିତ ଏକ ଧ୍ୱଂସଲୀଳା ଆଉ ସେଇଥିପାଇଁଁ ବୀମା କମ୍ପାନୀ ଦାୟୀ ନୁହେଁଁ । ପରିଶେଷରେ ସେ ଭଗବାନଙ୍କ ନାମରେ ଏକ ମକଦ୍ଦମା କରିବା ପାଇଁଁ ମନସ୍ଥ କରେ । ହେଲେ ଏଇଥିପାଇଁଁ କୌଣସି ଓକିଲ ରାଜି ହୁଅନ୍ତି ନାହିଁଁ । ଯାହାହେଉ ଆକବର ଭାଇ ନାମକ ଜଣେ ଭିନ୍ନକ୍ଷମ ଓକିଲଙ୍କ ସହ ତାର ଦେଖା ହୁଏ ଯିଏକି ଭଗବାନଙ୍କ ନାମରେ ମକଦ୍ଦମା କରିବା ପାଇଁଁ ରାଜି ହୁଅନ୍ତି । ଏହାର ପ୍ରାରମ୍ଭିକ ପ୍ରକ୍ରୀୟାରେ ସେ କାନୁନୀ ନୋଟିସ ଉଭୟ ବୀମା କମ୍ପାନୀ ଏବଂ ଭଗବାନଙ୍କ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଧର୍ମ ଗୁରୁମାନକୁ ପ୍ରେରଣ କରନ୍ତି । ଏହି ତଥାକଥିତ ଧର୍ମଗୁରୁମାନକ ମଧ୍ୟରେ ସିଦ୍ଧେଶ୍ୱର ଅନ୍ୟତମ । ଅଦାଲତ ସିନା ରାଓଙ୍କ ମକଦ୍ଦମା ଗ୍ରହଣ କରନ୍ତି ହେଲେ ଏଣେ ରାଓ ପରିସ୍ଥିତିର ଚକ୍ରବ୍ୟୁହରେ ଫସି ଯାଆନ୍ତି । ଋଣ ବାବଦକୁ ତାଙ୍କ ଘର କୋରଖ ହୋଇଯାଏ ଏବଂ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯାଆନ୍ତି । ଏଭଳି ଏକ ପରିସ୍ଥିତିରେ ଅକସ୍ମାତ ଗୋପାଲା ଗୋବିନ୍ଦ ହରି ନାମକ ଜଣେ ପରାମର୍ଶଦାତା ତାଙ୍କୁ ସହାୟତାର ହାତ ବଢାନ୍ତି । ଚଳଚ୍ଚିତ୍ର କଥାବସ୍ତୁରେ ଏହି ଗୋପାଲା ମହାଶୟଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଯାଇଛି ।
ଚଳଚ୍ଚିତ୍ର କଥାବସ୍ତୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଏବଂ ବ୍ୟଙ୍ଗାତ୍ମକ । ଭଗବାନଙ୍କ ଅସ୍ତିତ୍ୱ, ଧର୍ମର ପରିଭାଷା ତଥା ତଥାକଥିତ ଧର୍ମଗୁରୁଙ୍କ ଭୂମିକା ସମ୍ପର୍କରେ ଚଳଚ୍ଚିତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି ଏବଂ ଏଇଥିପାଇଁଁ ଏହା କିଛି ମାତ୍ରାରେ ବିରୋଧର ସମ୍ମୁଖିନ ହେବା ସହ ଅଧିକାଂଶ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛି ।[୩]
ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:
୨୦୧୪ ଏପ୍ରିଲ୍ ମଧ୍ୟ ଭାଗରେ ଏହି କଥାଚିତ୍ରର ସଂଗୀତ ରଚନା ପାଇଁଁ ସଂଗୀତକାର ସୋହେଇଲ୍ ସେନ୍ଙ୍କୁ ଚୟନ କରାଯାଇଥିଲା । ଏହା ତାଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଥିଲା । ତେବେ କୌଣସି କାରଣରୁ ପରବର୍ତ୍ତୀ ସମୟରେ ଅର୍ଥାତ ଜୁନ ୨୦୧୪ରେ ସଂଗୀତକାର ଅନୂପ ରୁବେନସ ସୋହେଲଙ୍କ ସ୍ଥାନ ନେଇଥିଲେ । ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ଗୀତରେ କଣ୍ଠଶିଳ୍ପୀ କୈଲାଶ ଖେର କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରର ସଂଗୀତ ମୁକ୍ତିଲାଭ ନିମିତ୍ତ ଏକ ନିଆରା ଉତ୍ସବର ଆୟୋଜନ ହୋଇଥିଲା । କୈଲାଶ ଖେର ଏବଂ ହରିହରନଙ୍କ ବ୍ୟତୀତ ସୋନୁ ନିଗମ ମଧ୍ୟ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ସମ୍ମାନିତ କରିବା ସଂସ୍ଥା | ବର୍ଗ | ମନୋନିତ/ପୁରସ୍କୃତ |
---|---|---|
ଆଇଫା-୨୦୧୫ | ମୁଖ୍ୟ ଚରିତ୍ର(ପୁରୁଷ)ରେ ନିଖୁଣ ଅଭିନୟ ପାଇଁଁ- ପାବନ କଲ୍ୟାଣ | ମନୋନିତ |
ଆଇଫା-୨୦୧୫ | ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁଁ-ଅନୂପ ରୁବେନସ | ମନୋନିତ |
ଆଇଫା-୨୦୧୫ | ଶ୍ରେଷ୍ଠ ପ୍ରଚ୍ଛଦପଟ କଣ୍ଠଶିଳ୍ପି(ପୁରୁଷ) ପାଇଁଁ-ହରିଚରନ ଏବଂ ଧନଞ୍ଜୟ | ମନୋନିତ |
ଚଳଚ୍ଚିତ୍ରଟି ଏକ ବିବାଦାସ୍ପଦ ବିଷୟ ଉପରେ ଆଧାରିତ ହୋଇଥିବାରୁ ବିଭିନ୍ନ ମହଲରେ ଏହାର ବିରୋଧ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଏବଂ ଭାଗ୍ୟନଗର ଗଣେଶ ଉତ୍ସବ ସମିତି କେନ୍ଦ୍ରିୟ ଚଳଚ୍ଚିତ୍ର ପ୍ରାମାଣିକ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏକ ବିରୋଧ ପତ୍ର ଜରିଆରେ ଜଣାଇଥିଲେ କି ଚଳଚ୍ଚିତ୍ରରେ ଥିବା ଅନେକ ଦୃଶ୍ୟ ହିନ୍ଦୁମାନଙ୍କର ଧାର୍ମିକ ମନୋଭାବକୁ ଆଘାତ କରିଛି ।[୪] ଅତଏବ ସେମାନେ ଚଳଚ୍ଚିତ୍ରରୁ ଏହି ସବୁ ଦୃଶ୍ୟକୁ ବାଦ ଦେବାକୁ ଦାବୀ କରିଥିଲେ ।
{{cite web}}
: CS1 maint: bot: original URL status unknown (link)
{{cite web}}
: CS1 maint: bot: original URL status unknown (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |