ଗୋପାଳ ଦତ୍ତ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ଗୋପାଳ ଦତ୍ତ ଜଣେ ଭାରତୀୟ ଅଭିନେତା ଓ ଲେଖକ । ୧୯୯୯ ମସିହାରେ ସେ ଜଣେ ଥିଏଟର କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ । ୨୦୦୧ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମୁଝେ କୁଚ୍ଛ୍ କେହନା ହୈ । ତେରେ ନାମ୍, ସାମ୍ରାଟ ଏଣ୍ଡ୍ କୋ ଏବଂ ଜାତୀୟ ଜଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କଥାଚିତ୍ର ଫିଲ୍ମିସ୍ତାନ ଭଳି ଉଲ୍ଲଖନୀୟ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]
ସେ ନୈନିତାଲରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କ ହାଇସ୍କୁଲ ଶିକ୍ଷା ଶେଷ ହୋଇଥିଲା । ସେ ରସାୟନ ବିଜ୍ଞାନରେ ସ୍ନାତକ କରିଛନ୍ତି । ସ୍ନାତକ ପରେ ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାଗ୍ରହଣ କରିଥିଲେ ଏବଂ ୧୯୯୯ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଅନେକ ଥିଏଟରରେ ଅଭିନୟ କରିଥିଛନ୍ତି ।
ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଦିଲ୍ଲୀରୁ ମୁମ୍ବାଇ ଯାଇଥିଲେ । ୨୦୦୧ ମସିହାରେ ସେ ହିନ୍ଦୀ କଥାଚିତ୍ର ମୁଝେ କୁଛ୍ କେହେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ କିଛି ଜଣାଶୁଣା ହିନ୍ଦୀ କଥାଚିତ୍ରରେ କାମ କରିବା ସହିତ ଏକ ଫିଲ୍ମ ଫେଷ୍ଟିଭାଲରେ ଜୁରି ଭାବରେ କାର୍ଯ୍ୟ କରିଥିଲେ ।[୨][୩] ସେ କିଛି ୱେବ୍ ସିରିଜ୍ରେ ମଧ୍ୟ କାମ କରିଛନ୍ତି, ଯେଉଁଥିରେ ଟିଭିଏଫ୍, ଆରେ, ଭୁଟ୍, ଏଆଇବି ଭଳି ସଂସ୍ଥା ସହ କାମ କରିଛନ୍ତି ।[୪]