ଜଷ୍ଟିସ ଗୋପାଳବଲ୍ଲଭ ପଟ୍ଟନାୟକ | |
---|---|
ମୁଖ୍ୟ ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ ୮ ନଭେମ୍ବର ୨୦୦୨ – ୧୯ ଡିସେମ୍ବର ୨୦୦୨ | |
ପୂର୍ବ ଅଧିକାରୀ | ଭୁପିନ୍ଦର ନାଥ କୃପାଳ |
ପର ଅଧିକାରୀ | ବିଶ୍ୱେଶ୍ୱର ନାଥ ଖରେ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କଟକ | ୧୯ ଡିସେମ୍ବର ୧୯୩୭
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ମୀରା |
ସନ୍ତାନ | ଅମର, ଅଞ୍ଜନ ଓ ରିଙ୍କୁ |
ବାପା/ବୋଉ | ରାସବିହାରୀ ପଟ୍ଟନାୟକ, ବିଦୁଲତା ଦେଇ |
ଘର | କଟକ |
ଶିକ୍ଷା | ସ୍ନାତକ(ଆଇନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବିଶ୍ୱବିଦ୍ୟାଳୟ,ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି |
ଗୋପାଳବଲ୍ଲଭ ପଟ୍ଟନାୟକ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ୩୨ତମ[୧] ମୁଖ୍ୟ ବିଚାରପତି ଥିଲେ ।[୨]
ଗୋପାଳବଲ୍ଲଭ ୧୯୩୭ ମସିହା ଡିସେମ୍ବର ୧୯ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାସବିହାରୀ ପଟ୍ଟନାୟକ ଓ ମାତାଙ୍କ ନାମ ବିଦୁଲତା ଦେଇ ଥିଲା । ସେ କଟକର ରେଭେନ୍ସା ମହାବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ସେ ଆଇନ ଶିକ୍ଷା ହାସଲ କରିଥିଲେ ।
୧୯୬୨ ମସିହାରେ ଗୋପାଳବଲ୍ଲଭ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ ।[୩] ୧୯୭୪ମସିହାରେ ସେ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ । ୧୯୮୩ ମସିହାରେ ସେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।[୪] ୧୯୮୫ ମସିହାରେ ସେ ପାଟନା ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଓ ମାତ୍ର ୪ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୨୦୦୨ ମସିହା ନଭେମ୍ବର ୮ ତାରିଖରେ ସେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ ।[୫] ମୁଖ୍ୟ ବିଚାରପତି ଭାବରେ ସେ ସ୍ୱଳ୍ପକାଳ ରହିଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାରେ ସକ୍ଷମ ହୋଇଥିଲେ ।
ବିଚାରପତିଭାବେ ତାଙ୍କ ପ୍ରଦତ୍ତ ରାୟଗୁଡିକମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ରାୟ ହେଉଛି:
ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ "ଡକ୍ଟରେଟ ଇନ ଲ" ପ୍ରଦାନ କରାଯାଇଛି ।
ସେବାନିବୃତ ହେବା ପରେ ଗୋପାଳବଲ୍ଲଭ ନୂଆ ଦିଲ୍ଲୀରେ ନିଜ ପତ୍ନୀ ମୀରା ଓ ତିନି ସନ୍ତାନ ଅମର, ଅଞ୍ଜନ ଓ ରିଙ୍କୁଙ୍କ ସହ ବାସ କରୁଛନ୍ତି ।