ଗୋବର୍ଦ୍ଧନ ପାନିକା | |
---|---|
ଜନ୍ମ | |
ବୃତ୍ତି | ହସ୍ତତନ୍ତ କଳାକାର |
ବୈବାହିକ-ସାଥୀ | ଜେମା ପାନିକା |
ସନ୍ତାନ | ଥବିର ପାନିକା[୧] |
ପୁରସ୍କାର | ପଦ୍ମଶ୍ରୀ |
ଗୋବର୍ଦ୍ଧନ ପାନିକା, ଜଣେ କୋଟପାଡ଼ ହସ୍ତତନ୍ତ କାରିଗର ଅଟନ୍ତି ।[୨] ୨୦୧୮ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩]
ଗୋବର୍ଦ୍ଧନ, କୋରାପୁଟ ଜିଲ୍ଲାର କୋଟପାଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ୧୨ବର୍ଷ ବୟସରେ ସେ ପାଠ ଛାଡି, ନିଜ କୌଳିକ ବୃତ୍ତି ହସ୍ତତନ୍ତକୁ ଜୀବିକା ଭାବରେ ଗ୍ରହଣ କରିଥିଲେ । ସେ "ଜେମା ପାନିକା"ଙ୍କୁ ବିବାହ କରିଛନ୍ତି । ଜେମା ନିଜେ ମଧ୍ୟ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ହସ୍ତତନ୍ତ କାରିଗର ।[୪]
ଗୋବର୍ଦ୍ଧନଙ୍କ ହସ୍ତକଳାରେ ମୂଳ ଆଦିବାସୀ ଜ୍ୟାମିତୀୟ ଢାଞ୍ଚାର ଚିତ୍ର ଦେଖିବାକୁ ମିଳେ । ସେ ଚିତ୍ରଗୁଡ଼ିକ ବିଭିନ୍ନ ପଶୁପକ୍ଷୀ, ଫୁଲଫଳ, ମାଛ ବା ପିରାମିଡ଼ ଆଦିରୁ ଗ୍ରହଣ କରାଥାନ୍ତି । ସେ ବ୍ୟବହାର କରୁଥିବା ରଙ୍ଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରାକୃତିକ । ତାଙ୍କୁ ଗୋଟିଏ ଓଢ଼ଣି ବୁଣିବାକୁ ସମ୍ପୂର୍ଣ୍ଣ ଗୋଟେ ସପ୍ତାହ ଓ ଗୋଟିଏ ଶାଢି ବୁଣିବାକୁ ଗୋଟେ ମାସ ଲାଗିଥାଏ ।[୫]
ବିଶ୍ୱନାଥ ରଥଙ୍କ ନିର୍ଦ୍ଦେଶନାରେ ଗୋବର୍ଦ୍ଧନ ପାନିକାଙ୍କ ଉପରେ ଏକ ବୃତଚିତ୍ର ନିର୍ମାଣ କରାଯାଇଛି । ସେ ବୃତଚିତ୍ରର ନାମ ଥିଲା Kotpad Weaving : The Story of a Race Against Time । ଏହା ଦୂରଦର୍ଶନର ଜାତୀୟ ଚ୍ୟାନେଲରେ ୨୪ ମାର୍ଚ୍ଚ ୨୦୧୮ରେ ପ୍ରଦର୍ଶିତ ହୋଇଥିଲା ।[୬]