![]() Cartoon representation of the antibody Golimumab. The heavy and light chains are coloured blue and yellow respectively. From PDB entry ଛାଞ୍ଚ:PDBe | |
Monoclonal antibody | |
---|---|
Type | Whole antibody |
Source | Human |
Target | TNFα |
Clinical data | |
Trade names | Simponi, Simponi Aria |
Synonyms | CNTO-148[୧] |
AHFS/Drugs.com | monograph |
MedlinePlus | a610010 |
data | |
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Identifiers | |
ECHA InfoCard | 100.226.360 |
Chemical and physical data | |
Formula | C6530H10068N1752O2026S44 |
Molar mass | ୧,୪୬,୯୪୫.୨୫ g·mol−1 |
(verify) |
ଗୋଲିମୁମାବ, ସିମ୍ପୋନି ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ, ଜୁଭେନାଇଲ ଇଡିଓପାଥିକ ଆର୍ଥ୍ରାଇଟିସ, ସୋରିୟାଟିକ୍ ଗଣ୍ଠି ପ୍ରଦାହ, ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଏବଂ ଅଲସରେଟିଭ କୋଲାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] [୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ, ନିମୋନିଆ, ହେପାଟାଇଟିସ୍ ବିର ପୁନଃ ସକ୍ରିୟତା, ହୃଦ୍ପାତ, ଆଲର୍ଜି ପ୍ରତିକ୍ରିୟା, ଭାସ୍କୁଲାଇଟିସ ଏବଂ ଲିଉକେମିଆ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର୍ ଆଲଫା (TNF-alpha) ନାମକ ଏକ ପ୍ରୋ-ଇନ୍ଫ୍ଲାମେଟୋରୀ ଅଣୁ ସହିତ ସଂଲଗ୍ନ ହୋଇ ତାହାକୁ ଅବରୋଧ କରେ ।[୨]
୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗୋଲିମୁମାବକୁ ଅନୁମୋଦନ କରାଯାଇଥିଲା ।[୫] [୨] ଆଡାଲିମୁମାବର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୭] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦୦ମିଗ୍ରା ଔଷଧର ମୂଲ୍ୟ ପ୍ରାୟ ୧୫୦୦ ପାଉଣ୍ଡ ଡଲାର ଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୩୦୦ ଡଲାର ଅଟେ ।[୯]