![]() | |
![]() | |
Clinical data | |
---|---|
Trade names | Zoladex, others |
Synonyms | D-Ser(But)6Azgly10-GnRH |
AHFS/Drugs.com | monograph |
MedlinePlus | a601002 |
Pregnancy category |
|
Routes of administration | Implant |
Legal status | |
Legal status |
|
Pharmacokinetic data | |
Protein binding | 27.3% |
Elimination half-life | 4–5 hours |
Identifiers | |
| |
ECHA InfoCard | 100.212.024 |
Chemical and physical data | |
Formula | C59H84N18O14 |
Molar mass | ୧,୨୬୯.୪୩ g·mol−1 |
3D model (JSmol) | |
| |
| |
(verify) |
ଗୋସେରେଲିନ, ଏକ ବେପାର ନାମ ଜୋଲାଡେକ୍ସ, ହେଉଛି ପ୍ରୋଷ୍ଟେଟ୍ କର୍କଟ, ସ୍ତନ କର୍କଟ, ଏଣ୍ଡୋମେଟ୍ରିଓସିସ୍, ଜରାୟୁର ଅସ୍ୱାଭବିକ ରକ୍ତସ୍ରାବ ଏବଂ ଜରାୟୁ ଫାଇବ୍ରଏଡ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧][୨] ପ୍ରୋଷ୍ଟେଟ କର୍କଟ ଚିକିତ୍ସାରେ ଏହା ମୁଷ୍କ ବା ଟେଷ୍ଟିକଲ୍ ଅପସାରଣ ପରିବର୍ତ୍ତେ ବ୍ୟବହୃତ ହୋଇପାରେ ।[୨] ଚର୍ମ ତଳେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଫ୍ଲସ, ଯୌନକ୍ରିୟା ଅସୁବିଧା, ଉଦାସୀନତା ଏବଂ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପିଟୁଇଟାରି ଆପୋପ୍ଲେକ୍ସି, କ୍ୟୁଟି ବିସ୍ତାର, ଓଷ୍ଟିଓପୋରୋସିସ୍ ଏବଂ ଆନାଫାଇଲକ୍ସିସ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଗୋନାଡ଼ୋଟ୍ରୋପିନ ରିଲିଜିଙ୍ଗ ହରମୋନ ଆଗୋନିଷ୍ଟ ଯାହା ଦେବା ଫଳରେ ଫଲିକଲ ଉତ୍ତେଜକ ହରମୋନ୍ (FSH) ଏବଂ ଲ୍ୟୁଟିନାଇଜିଂ ହରମୋନ୍ (LH) ହ୍ରାସ ହୁଏ ଏବଂ ପରେ ଆଣ୍ଡ୍ରୋଜେନ ଏବଂ ଇଷ୍ଟ୍ରୋଜେନ କମିଯାଏ ।[୧]
୧୯୭୬ ମସିହାରେ ଗୋସେରେଲିନ ପେଟେଣ୍ଟ୍ ହୋଇଥିଲେ ଏବଂ ୧୯୮୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩]ଲିଉପ୍ରୋରେଲିନ ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୪] ଯୁକ୍ତରାଜ୍ୟରେ ୩.୬ ମିଗ୍ରା ପ୍ରତିରୋପଣର ମୂଲ୍ୟ ୨୦୨୧ ସୁଦ୍ଧା ୭୦ ପାଉଣ୍ଡ ଥିଲେ ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୬୦୦ ଡଲାର ଅଟେ ।[୫]