![]() | |
![]() | |
Clinical data | |
---|---|
Trade names | Kytril, Sancuso, others |
AHFS/Drugs.com | monograph |
MedlinePlus | a601211 |
data | |
Pregnancy category |
|
Routes of administration | By mouth, intravenous, transdermal |
Legal status | |
Legal status | |
Pharmacokinetic data | |
Bioavailability | 60% |
Protein binding | 65% |
Metabolism | Liver |
Elimination half-life | 3–14 hours |
Excretion | Kidney 11–12%, faecal 38% |
Identifiers | |
| |
ECHA InfoCard | 100.212.327 |
Chemical and physical data | |
Formula | C18H24N4O |
Molar mass | ୩୧୨.୪୨ g·mol−1 |
3D model (JSmol) | |
| |
| |
(verify) |
ଗ୍ରାନିସେଟ୍ରନ (ଇଂରାଜୀ ଭାଷାରେ Granisetron), ଏକ ବେପାର ନାମ ସାନକୁସୋ, ହେଉଛି ଏକ ଔଷଧ ଯାହା କେମୋଥେରାପି, ବିକିରଣ, ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ଓ ବାନ୍ତିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଇପାରେ, ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ କିମ୍ବା ଚର୍ମ ପ୍ୟାଚ୍ ଭାବରେ ଆବଶ୍ୟକତା ଅନୁସାରେ ବ୍ୟବହୃତ ହୋଇପାରେ ।[୧] ଗତି ଅସୁସ୍ଥତା କିମ୍ବା ଓପିଓଏଡ୍ କାରଣରୁ ହେଉଥିବା ବାନ୍ତି ପାଇଁ ଏହା ଉପଯୋଗୀ ନୁହେଁ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବୁକୁଜ୍ୱାଳା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୩] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନ ଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ୫-ଏଚଟି୩ (5-HT3 ରିସେପ୍ଟର ବିରୋଧୀ ।[୫]
ଗ୍ରାନିସେଟ୍ରନ ୧୯୮୫ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] ଓଣ୍ଡାନ୍ସେଟ୍ରନ୍ର ବିକଳ୍ପ ଭାବରେ[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୭] ଏହା ଜେନେରିକ୍ ବା ମୂଳ ନାମ ବିଶିଷ୍ଟ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧ ମିଗ୍ରାର ୧୦ଟି ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୨୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୬ ଡଲାର ଅଟେ ।[୮]