ଗ୍ରାହାମ ଷ୍ଟେନ୍ସ | |
---|---|
ଜନ୍ମ | ୧୯୪୧ ପାଲ୍ମଉଡ୍, କୁଇନ୍ସଲାଣ୍ଡ, ଅଷ୍ଟ୍ରେଲିଆ |
ମୃତ୍ୟୁ | ୨୩ ଜାନୁଆରୀ ୧୯୯୯ |
ଜାତୀୟତା | ଅଷ୍ଟ୍ରେଲିୟ |
ବୃତ୍ତି | ମିଶନାରୀ |
ଗ୍ରାହାମ ଷ୍ଟେନ୍ସ (୧୯୪୧ – ୨୩ ଜାନୁଆରି ୧୯୯୯) ଜଣେ ଅଷ୍ଟ୍ରେଲିୟ ଖ୍ରୀଷ୍ଠ ଧର୍ମ ପ୍ରଚାରକ ଥିଲେ । ୨୩ ଜାନୁଆରୀ ୧୯୯୯ ମସିହାରେ, ଓଡ଼ିଶାର କେନ୍ଦୁଝରରେ ଥିବା ମନୋହରପୁର ଗ୍ରାମରେ ତାଙ୍କ ନିଜର ଦୁଇଟି ପୁଅ ଫିଲିପ (୧୦ ବର୍ଷ) ଓ ଟିମୋଥିଙ୍କ (୬ ବର୍ଷ) ସହ ଜୀବନ୍ତଦଗ୍ଧ କରିଦିଆଯାଇଥିଲା । ସେମାନଙ୍କୁ ରାତିରେ ଗାଡି ଭିତରେ ଶୋଇବା ସମୟରେ ଏହି ଘଟଣାଟି ଘଟିଥିଲା । ୨୦୦୩ ମସିହାରେ, ବଜରଙ୍ଗ ଦଳ ନେତା , ଦାରା ସିଂହକୁ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ପୁଅ ମାନଙ୍କ ହତ୍ୟାର ଦୋଷରେ ଆଜୀବନ କାରାଦଣ୍ଡ ମିଳିଥିଲା । [୧]
ଓଡ଼ିଶାରେ କୁଷ୍ଠ ରୋଗୀ ଓ ଆଦିବାସୀଙ୍କ ସହ ଗ୍ରାହାମ ଷ୍ଟେନ୍ସ ୧୯୬୫ ମସିହାରୁ କାମ କରୁଥିଲେ । କିଛି ହିନ୍ଦୁ ସଙ୍ଗଠନ ଷ୍ଟେନ୍ସ ଓ ତାଙ୍କ ପରିବାର ନାମରେ ଜବରଦସ୍ତ ଧର୍ମାନ୍ତରଣର ଆରୋପ ମଧ୍ୟ ଲଗାଇଥିଲେ; ଗ୍ଲାଡିଶ ଏହି ସବୁ ଆରୋପକୁ ଖଣ୍ଡନ କରିଥିଲେ[୨]। ସେ ଭାରତରେ ରହି କୁଷ୍ଠ ରୋଗୀଙ୍କ ସାହାୟତା କରୁଥିଲେ, ୨୦୦୫ ମସିହାରେ, ତାଙ୍କୁ ଓଡ଼ିଶା ରେ କୁଷ୍ଠ ରୋଗୀଙ୍କୁ ସାହାୟତା କରିବା ଦିଗରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲା।[୩][୪]
ଷ୍ଟେନ୍ସଙ୍କ ଜନ୍ମ ୧୯୪୧ ମସିହାରେ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ସହର ହେଇଥିଲା। ୧୯୬୫ ମସିହାରେ ସେ ପ୍ରଥମ ଥର ପାଇଁ ଭାରତ ଭ୍ରମଣରେ ଆସିଥିଲେ ଓ Evangelical Missionary Society of Mayurbhanj (EMSM)ରେ ଯୋଗଦାନ କରିଥିଲେ । ସେଠାରେ ସେ ଆଦିବାସୀ ଅଞ୍ଚଳରେ ମିଶନାରୀ ତରଫରୁ କାମ କରିବା ଆରମ୍ଭ କରିଥିଲେ । ୧୯୮୩ ମସିହାରେ, ଷ୍ଟେନ୍ସ ବାରିପଦାଠାରେ ମିଶନର ପରିଚାଳନା ଦାୟିତ୍ୱ ନେଇଥିଲେ । ୧୯୮୨ ମସିହାରେ ସେ ମୟୁରଭଞ୍ଜରେ କୁଷ୍ଠ ରୋଗୀଙ୍କ ପାଇଁ ସାହାୟତା କେନ୍ଦ୍ର ନିର୍ମାଣରେ ସାହାଯ୍ୟ କରିଥିଲେ ।[୫]
କୁଷ୍ଠ ରୋଗୀଙ୍କୁ ସେବା କରିବା ସମୟରେ ଷ୍ଟେନ୍ସ ଗ୍ଲାଡିଶଙ୍କୁ ଭେଟିଥଲେ ପରେ ୧୯୮୩ ମସିହାରେ ଦୁହେଁ ପରସ୍ପରଙ୍କୁ ବିବାହ କରିଥିଲେ । ତାଙ୍କର ତିନୋଟି ସନ୍ତାନ ଥିଲେ, ଜଣେ ଝିଅ (ଏସ୍ଥର) ଓ ଦୁଇଟି ପୁଅ ଥିଲେ (ଫିଲିପ ଏବଂ ଟିମୋଥି) । ଷ୍ଟେନ୍ସ ହୋ ଭାଷାରେ ବାଇବେଲକୁ ଅନୁବାଦ କରିବାରେ ସାହାୟତା କରିଥିଲେ ।
ପତି ଓ ଦୁଇ ଛୁଆଙ୍କ ମୃତ୍ୟୁ ପରେ କମ୍ସିନରଙ୍କ ପାଖରେ ନିଜର ଏକ ହଲଫନାମାରେ ଗ୍ଲାଡିଶ ଦର୍ଶାଇଥିଲେ କି: [୬]
"The Lord God is always with me to guide me and help me to try to accomplish the work of Graham, but I sometimes wonder why Graham was killed and also what made his assassins to behave in such a brutal manner on the night of 22nd/23rd January 1999. It is far from my mind to punish the persons who were responsible for the death of my husband Graham and my two children. But it is my desire and hope that they would repent and would be reformed."