ଚାମୁଣ୍ଡି ପାହାଡ (Kannada: ಚಾಮುಂಡಿ ಬೆಟ್ಟ) ଭାରତୀୟ ରାଜ୍ୟ କର୍ଣାଟକର ମହଲ ସହର ମହିଶୂରଠାରୁ 13 କିଲୋମିଟର ଦୁରବର୍ତୀ ସ୍ଥାନରେ ଅବସ୍ଥିତ । ଏହାର ହାରାହାରି ପତ୍ତନ 3,300 ଫୁଟ ।
ପ୍ରାଚୀନ ରାଜକୀୟ ମହିଶୂର ରାଜ୍ୟର ରାଜା ମାନଙ୍କଦ୍ୱାରା ନିର୍ମିତ ଓ ପରିଚାଳିତ ଚାମୁଣ୍ଡେଶ୍ୱରୀ ମନ୍ଦିର ପାହାଡର ଶିଖରରେ ରହିଛି । ଏହା ରାଜା କୃଷ୍ଣରାଜା ୱାଡିୟାର III ଙ୍କ ସମୟରେ 1827 ମସିହାରେ ପୁନର- ନିର୍ମିତ ହେଇଥିଲା ।
ଦେବୀ ଚାମୁଣ୍ଡି ଉପାସନା ପାଇଁ ନିର୍ମିତ ମନ୍ଦିର ପାହାଡ ଶିକ୍ଷାରରେ ଥିବା ବେଳେ ପାହାଡ ଉପରକୁ ଯିବା ପାଇଁ 1008 ଟିପ୍ରସ୍ତର ସୋପାନ ରହିଛି । ଅରଧ ରାସ୍ତାରେ ଭଗବାନ ଶିବଙ୍କ ବାହନ ନନ୍ଦୀ ଶଣ୍ଢଙ୍କ ପ୍ରସ୍ତର ପ୍ରତିମା ରହିଛି । ଏହା ଗୋଟିଏ କଳା ଗ୍ରାନାୟତପଥରରେ 4.9ମିଟର ଉଛ ଓ 7.6 ପ୍ରସ୍ତ ବିଶିଷ୍ଟ । ଏହି ପାହାଡ ଉପରୁ ମହିଶୂର ସହରର ବିହଙ୍ଗମ ଦ୍ରୁଷ୍ଟି ଦେଖାଯାଇଥାଏ ।
ପାହାଡ ଶିଖରରୁ କରଞ୍ଜି ହ୍ରଦ ଓ ଅନେକ କ୍ଷୁଦ୍ର ମନ୍ଦିର ଦେଖାଯାଇଥାଏ ।
କିମ୍ବଦନ୍ତୀ କହେ , ଦେବୀ ଚାମୁଣ୍ଡେଶ୍ୱରୀ ମହିଷାସୁର ଅସୁରକୁ ତୀବ୍ର ଯୁଦ୍ଧ ପରେ ବଧ କରିଥିଲେ । ସେଥି ପାଇଁ ଦେବୀ ଙ୍କୁ "ମହିଷାସୁର ମର୍ଦିନୀ" ଭାବରେ ମଧ୍ୟ କୁହାଯାଏ । .[୧]
ପୁରାଣ ଅନୁସାରେ ଏହି ପାହାଡକୁ ମହାବଳାଚଳ କୁହାଯାଏ । ଏଠାରେ 2ଟି ପ୍ରାଚୀନ ମନ୍ଦିର ରହିଛି । ଚାମୁଣ୍ଡେଶ୍ୱରୀଙ୍କ ମନ୍ଦିର ସହ ମହାବଳେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି । ଏଠି ମଧ୍ୟରୁ ମହାବଳେଶ୍ୱର ମନ୍ଦିର ବେଶି ପ୍ରାଚୀନ ।
Climbing Chamundi Hill; 1001 Steps with a Storyteller and a Reluctant Pilgrim. Ariel Glucklich. http://www.publishersweekly.com/978-0-06-050894-4