ଚିକିତ୍ସୀୟ ଖାଦ୍ୟ

ଚିକିତ୍ସୀୟ ଖାଦ୍ୟ
Packets of ready-to-use therapeutic food
Clinical data
Trade namesPlumpy'Nut, Nutribun, others
SynonymsReady to use therapeutic food (RUTF)

ଚିକିତ୍ସୀୟ ଖାଦ୍ୟ (ଇଂରାଜୀ ଭାଷାରେ Therapeutic food), ପ୍ଲମ୍ପି’ନଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ପ୍ରକାର ଖାଦ୍ୟ ଯାହା ମୁଖ୍ୟତଃ ୬ମାସରୁ ୬ ବର୍ଷ ବୟସର ପିଲାମାନଙ୍କୁ ସାଂଘାତିକ ଅପ‌ପୁଷ୍ଟି ଭୋଗୁଥିବା ରୋଗୀଙ୍କ ପାଇଁ ବ୍ୟବହୃତ ହୁଏ ।[] [] [] ପୁଷ୍ଟିହୀନତା ଥିବା ବୟସ୍କମାନଙ୍କଠାରେ ଏହା ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ଏକ ପେଷ୍ଟ କିମ୍ବା ବିସ୍କୁଟ ଭଳି ମିଳେ ଏବଂ ଯେପରି ସେହିପରି ଖାଇହୁଏ ।[] [] ବ୍ୟବହାର ପ୍ରାୟତ ଘରେ ହୋଇପାରେ । [] ୯୦% ରୁ ଅଧିକ କ୍ଷେତ୍ରରେ ଏହା ପ୍ରଭାବଶାଳୀ ଅଟେ ।[]

ପ୍ରତ୍ୟେକ ପ୍ୟାକେଜରେ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ସହିତ ପ୍ରାୟ ୫୦୦ କ୍ୟାଲୋରୀ ଥାଏ ।[] [] ପିଲାମାନଙ୍କର ସାଧାରଣ ସୁପାରିଶ କରାଯାଇଥିବା ଖାଦ୍ୟ ମାତ୍ରା ପୁନରୁଦ୍ଧାର ପର୍ଯ୍ୟନ୍ତ ଦିନ‌କୁ ୧୫୦-୨୨୦ କି କାଲ/ କେଜି ଦିଆଯାଏ ।[] ଏହି ଖାଦ୍ୟ ସାଧାରଣତଃ ଚିନାବାଦାନ, ଚିନି, କ୍ଷୀର ପାଉଡର, ତେଲ, ଭିଟାମିନ୍ ଏବଂ ଖଣିଜ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ ।[] [] ଅନ୍ୟାନ୍ୟ ସମ୍ଭାବ୍ୟ ଉପାଦାନଗୁଡ଼ିକରେ ଛେନା କିମ୍ବା ସୋୟାବିନ୍ ଅନ୍ତର୍ଭୁକ୍ତ | [] ଖାଦ୍ୟରେ ଅଭାବକୁ ଦୂର କରିବା ପାଇଁ ସାଧାରଣତଃ ଜୀବସାର କ, ଘ ଏବଂ ୱଁ ଅଧିକ ଦେବାକୁ ପରାମର୍ଶ ଦିଆଯାଏ ।[] ସଲମୋନେଲା ଏବଂ ଆଫ୍ଲାଟୋକ୍ସିନ ପ୍ରଦୂଷଣକୁ ରୋକିବା ଉଚିତ୍ ।[]

ଆଣ୍ଡ୍ରେ ବ୍ରାଇଣ୍ଡଙ୍କ ଦ୍ୱାରା ୧୯୯୦ ଦଶକରେ ଚିକିତ୍ସୀୟ ଖାଦ୍ୟ ବିକଶିତ ହୋଇଥିଲା ଓ ୨୦୦୦ ଦଶକରୁ ବ୍ୟବସାୟିକ ବଣ୍ଟନ କରାଯାଇଥିଲା ।[] ୨୦୨୨ ମସିହାରେ ଏହା ୫ ନିୟୁତରୁ ଅଧିକ ପିଲାଙ୍କୁ ଦିଆଯାଇଥିଲା ଏବଂ ଏହା ଦ୍ୱାରା ଲକ୍ଷ ଲକ୍ଷ ମୃତ୍ୟୁକୁ ରୋକି ହୋଇଛି । [] [] [] ୟୁନିସେଫ୍ ୭୫% ରୁ ଅଧିକ ଚିକିତ୍ସୀୟ ଖାଦ୍ୟ ବଣ୍ଟନ କରିଥାଏ, ଅନ୍ୟମାନଙ୍କ ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଅଣ-ସରକାରୀ ସଂଗଠନ ମଧ୍ୟ ବଣ୍ଟନରେ ଜଡ଼ିତ ଥିଲେ ।[] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ୯୨ ଗ୍ରାମର ୧୫୦ ୟୁନିଟର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୪୦ରୁ ୬୦ ଡଲାର ଥିଲା ।[] ଏହା ଅତି କମରେ ଦୁଇ ବର୍ଷ ଧରି ରହିପାରେ ଏବଂ ଏହାର ମାତ୍ରା ଫ୍ରିଜ୍ ଆବଶ୍ୟକ କରେ ନାହିଁ ।[] []

  1. "eEML - Electronic Essential Medicines List". list.essentialmeds.org. Archived from the original on 22 September 2023. Retrieved 7 December 2023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "A wonder 'food' for the world's children | UNICEF". www.unicef.org (in ଇଂରାଜୀ). Archived from the original on 25 November 2023. Retrieved 7 December 2023."A wonder 'food' for the world's children | UNICEF". www.unicef.org. Archived from the original on 25 November 2023. Retrieved 7 December 2023.
  3. ୩.୦ ୩.୧ ୩.୨ ୩.୩ ୩.୪ "Ready to use therapeutic Food paste - Standard products catalogue IFRC ICRC". itemscatalogue.redcross.int. Archived from the original on 12 December 2023. Retrieved 7 December 2023."Ready to use therapeutic Food paste - Standard products catalogue IFRC ICRC". itemscatalogue.redcross.int. Archived from the original on 12 December 2023. Retrieved 7 December 2023.
  4. "Ready to use therapeutic food". list.essentialmeds.org. Archived from the original on 18 June 2022. Retrieved 15 September 2023.
  5. "Malnutrition | MSF medical response". Médecins Sans Frontières (MSF) International (in ଇଂରାଜୀ). Archived from the original on 30 November 2023. Retrieved 7 December 2023.
  6. ୬.୦ ୬.୧ ୬.୨ "Saving lives with RUTF (ready-to-use therapeutic food) | UNICEF Supply Division". www.unicef.org (in ଇଂରାଜୀ). Archived from the original on 7 October 2023. Retrieved 7 December 2023.
  7. ୭.୦ ୭.୧ ୭.୨ ୭.୩ ୭.୪ "Application for inclusion of Ready-to-Use Therapeutic Food (RUTF) on the WHO Model List of Essential Medicines (EML) and Model List of Essential Medicines for Children (EMLc)" (PDF). WHO. 2022. Archived (PDF) from the original on 12 December 2023. Retrieved 7 December 2023.
  8. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  9. "Ready-to-use-therapeutic-food-price-data-2003-2022" (PDF). UNICEF. Archived (PDF) from the original on 12 December 2023. Retrieved 7 December 2023.