ଚିତ୍ରା ଦେବ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୂର୍ଣ୍ଣିଆ | ୨୪ ନଭେମ୍ବର ୧୯୪୩
ମୃତ୍ୟୁ | ୨ ଅକ୍ଟୋବର ୨୦୧୭ କଲିକତା |
ବୃତ୍ତି | ଲେଖକ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଠାକୁରବୀର ଆନ୍ଦରମହଲ |
ପୁରସ୍କାର | ଚିତ୍ତରଂଜନ ବୃନ୍ଦାବୋଧ ଜନ୍ମ ଶତବାର୍ଷିକୀ ପୁରସ୍କାର |
ଜୀବନସାଥୀ | ଅବିବାହିତ |
ଚିତ୍ରା ଦେବ (୨୪ ନଭେମ୍ବର ୧୯୪୩ - ୨ ଅକ୍ଟୋବର ୨୦୧୭) ଜଣେ ବଙ୍ଗଳା-ଭାଷୀ ଔପନ୍ୟାସିକା ତଥା ସମ୍ପାଦିକା ଥିଲେ ।
ସେ ୧୯୪୩ ମସିହାରେ ବ୍ରିଟିଶ ଭାରତର ପୂର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସ୍ନାତକୋତ୍ତର ଓ ପିଏଚ୍.ଡି. କଲିକତା ବିଶ୍ୱବିଦ୍ୟାଳୟରୁ ବଙ୍ଗଳା ସାହିତ୍ୟରେ ସମାପ୍ତ କରିଥିଲେ ।[୧]
ଚିତ୍ରା ଆନନ୍ଦବଜାର ପତ୍ରିକାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୮୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେହି ପତ୍ରିକାରେ କାର୍ଯ୍ୟ କରିଥିଲେ । ସେ ଏବିପିର ଲାଇବ୍ରେରୀ ବିଭାଗର ଦାୟିତ୍ୱରେ ଥିଲେ । ଦେବ ଅନେକ ପୁସ୍ତକ ସମ୍ପାଦନ ଓ ଅନୁବାଦ କରିଛନ୍ତି ଏବଂ ପିଲାମାନଙ୍କ ପାଇଁ ତାଙ୍କର କିଛି ଐତିହାସିକ ଉପନ୍ୟାସ ମଧ୍ୟ ରହିଛି । ସେ ବଙ୍ଗଳାର ସାମାଜିକ ତଥା ସାଂସ୍କୃତିକ ଇତିହାସରେ ମହିଳାମାନଙ୍କ ଅବଦାନ ଉପରେ ଗବେଷଣା କରି ସେମାନଙ୍କ ବିଷୟରେ ଲେଖିଛନ୍ତି । ଦେବଙ୍କର ସବୁଠାରୁ ଲୋକପ୍ରିୟ କାର୍ଯ୍ୟ ଠାକୁର ପରିବାରର ମହିଳାମାନଙ୍କ ସହିତ ସମ୍ବନ୍ଧିତ ହୋଇଥାଏ ।[୨] ତାଙ୍କ ପୁସ୍ତକ ଠାକୁରବୀର ଅନ୍ଦରମହଲ ୧୯୮୦ ମସିହାରେ ପ୍ରକାଶିତ ହୋଇଥିଲା ଯାହା ବଙ୍ଗଳା ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲା ଏବଂ ଅନେକ ଭାଷାରେ ଅନୁବାଦ କରାଯାଇଥିଲା ।.[୩] ସେ ବଙ୍ଗି ସାହିତ୍ୟ ପରିଷଦଦ୍ୱାରା 'ଚିତ୍ତରଂଜନ ବୃନ୍ଦୋପାଧ୍ୟାୟ ଜନ୍ମ ଶତବାର୍ଷିକୀ ପୁରସ୍କାର' ମଧ୍ୟ ପାଇଥିଲେ । ତାଙ୍କର ପୁସ୍ତକଗୁଡ଼ିକ ହେଉଛି:
ମ୍ୟାସ୍ଥେନିଆ ଗ୍ରାଭିସ ରୋଗର ଶିକାର ହୋଇ ୨ ଅକ୍ଟୋବର ୨୦୧୭ରେ କଲିକତାରେ ମୃତ୍ୟୁ ବରଣ କରିଥିଲେ ସେ ।[୪]