ଚିରାଗ ଜାନି | |
---|---|
ଜନ୍ମ | କୋଡିନାରା, ଗୁଜରାଟ, ଭାରତ | ୧୪ ଅଗଷ୍ଟ ୧୯୮୭
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୧୩ – ଏବେଯାଏଁ |
ଚିରାଗ ଜାନି (ଜନ୍ମ: ୧୪ ଅଗଷ୍ଟ ୧୯୮୭) ଜଣେ ଭାରତୀୟ ଅଭିନେତା ଯିଏକି ତାମିଲ, ତେଲୁଗୁ, ଗୁଜରାଟୀ ଏବଂ ହିନ୍ଦୀ ଭାଷାର କଥାଚିତ୍ରରେ ଅଭିନୟ କରନ୍ତି । କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ରାଜେଶ ବାବରଙ୍କ ନିର୍ଦ୍ଦେଶିତ ତଥା ଶ୍ୟାମାଶିଷ ଭଟ୍ଟାଚାର୍ଯ୍ୟଙ୍କଦ୍ୱାରା ନିର୍ମିତ ହିନ୍ଦୀ ଧାରାବାହିକ ସପ୍ନେ ସୁହାନେ ଲଡ଼କପନ କେ ଜରିଆରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ବୈଷ୍ଣବୀ ମହାନ୍ତଙ୍କ ସହିତ କାମ କରିଥିଲେ । ସେ ଅନେକ କଥାଚିତ୍ରରେ କାମ କରିଛନ୍ତି । କୁମାର ରାଜଙ୍କ ନିର୍ଦ୍ଦେଶିତ ୟାହାଁ ଅମୀନା ବିକ୍ତି ହୈରେ କାମ କରିଥିଲେ । ସେ ଆଧ୍ୟାତ୍ମିକ ଧାରାବାହିକ ବିଘ୍ନହର୍ତ୍ତା ଗଣେଶରେ ଅଭିନୟ କରିଥିଲେ ।[୧] ତାଙ୍କ ଅଭିନୀତ ଅନ୍ୟ ଧାରାବାହିକ ଗୁଡ଼ିକ ହେଲା ପୋରୁସ (ଦସ୍ୟୁ ରାଜା ଅନୁନାୟକ ଭାବରେ)[୨][୩] ଏବଂ ଦସ୍ତାନ-ଏ-ମୋହବତ୍ ସଲିମ୍ ଅନାରକଲୀ (ମିର୍ଜା ମହମ୍ମଦ ହକିମ ଭୂମିକାରେ) ।
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୧୪ | ଅଞ୍ଜାନ | ଇମ୍ରାନ ଭାଇ ଏଜେଣ୍ଟ | ତାମିଲ୍ | |
୨୦୧୬ | ୟାହାଁ ଅମୀନା ବିକ୍ତି ହୈ | ହିନ୍ଦୀ | ||
୨୦୧୭ | ରୋଗ୍ | ଚିରାଗ | କନ୍ନଡ଼ | |
୨୦୧୯ | କାପ୍ପାନ | ରଣଜିତ କୁମାର | ତାମିଲ୍ | ଏମ୍ଜିଆର୍ ଶିବାଜୀ ଏକାଡେମୀ ଆୱାର୍ଡ଼ସ୍ (୨୦୧୯)ରେ ଶ୍ରେଷ୍ଠ ଖଳନାୟକ |
୨୦୨୦ | ଜି | ଏସିପି ସମ୍ରାଟ | ଗୁଜରାଟୀ | |
ଉନ୍ କାଦଲ୍ ଇରୁଣ୍ଡାଲ୍ | ତାମିଲ୍ | |||
ପମ୍ବାଟ୍ଟମ୍ | ତାମିଲ୍ | |||
ବୀରମ୍ | କନ୍ନଡ଼ | |||
୨୦୨୧ | କ୍ରାକ୍ | ସଲୀମ ଭଟକାଲ/ସତ୍ୟନାରାୟଣ ମୂର୍ତ୍ତି | ତେଲୁଗୁ | |
୨୦୨୨ | ନୟିକା ଦେବୀ - ଦି ୱାରିଅର୍ କୁଇନ୍ | ଗୁଜରାଟୀ | ||
ଧମାକା | ଆର୍ଯ୍ୟ ପକ୍ଷିତପ | ତେଲୁଗୁ | [୪] | |
୨୦୨୩ | ଥୁନିବୁ | ହର୍ଷ | ତାମିଲ୍ | |
ଅଗିଲାନ | ଇନ୍ସପେକ୍ଟର ଏସ୍ ଗୋକୁଲ ମେହେଟ୍ଟା | ତାମିଲ୍ |