ଛେନାଝିଲି
ଛେନାଝିଲି ଏକ ପାରମ୍ପାରିକ ଓଡ଼ିଆ ମିଠା ।[୧] ଏହା ଛେନା ଓ ଚିନିସିରାରେ ତିଆରି ।
ଏହା ପ୍ରଥମ ଥର ପୁରୀର ନିମାପଡ଼ାରେ ତିଆରି ହୋଇଥିଲା ।[୨] ଆର୍ତ୍ତ ସାହୁ[୩] ନାମକ ଜଣେ ବ୍ୟକ୍ତି ଏହାକୁ ପ୍ରଥମ ଥର ପାଇଁ ନିମାପଡ଼ାର ଶ୍ୟାମସୁନ୍ଦର ନାମକ ଗ୍ରାମରେ ତିଆରି କରିଥିଲେ । ଏହା ଜଗନ୍ନାଥ ମନ୍ଦିରରେ ପ୍ରସାଦ ଭାବରେ ମଧ୍ୟ ବ୍ୟବହାର କରାଯାଏ । [୪]
ଛେନା, ଚିନି, ଅଟା, ଅଳେଇଚ ଗୁଣ୍ଡ, ଦେଶୀ ଘିଅ ଆଦି ଛେନା ଝିଲି ପ୍ରସ୍ତୁତ କରିବାରେ ବ୍ୟବହାର ହୋଇଥାଏ ।
- ଛେନା - ୪୦୦ ଗ୍ରାମ
- ଚିନି - ଦୁଇ କପ
- ଅଟା - ଦୁଇ ଚାମଚ
- ଅଳେଇଚ ଗୁଣ୍ଡ - ଅଧ ଚାମଚ
- ଶୁଦ୍ଧ ଦେଶୀ ଘିଅ - ୫୦୦ ମିଲିଲିଟର
ସାଧାରଣତଃ ଏହାସବୁଥିରେ ଏହା ହୋଇଥାଏ । କିନ୍ତୁ ପ୍ରକୃତରେ ଅନ୍ୟ କିଛି ଜିନିଷ ମଧ୍ୟେ ପଡେ ଯାହା ଆର୍ତ ସାହୁଙ୍କର ବଂଶଧରମାନେ ଗୁପ୍ତ ଭାବରେ ରଖିଛନ୍ତି ।
ଛେନା, ଅଟା ଓ ଅଳେଇଚ ଗୁଣ୍ଡକୁ ଚକଟି ସେଦୁଅ ପ୍ରସ୍ତୁତ କରାଯାଏ । ସେହି ସେଦୁଅରୁ ଝିଲି ଆକାରର ଗୁଳା ପ୍ରସ୍ତୁତ କରାଯାଇ, ଘିଅରେ ଛାଣାଯାଏ । ତାପରେ ସେଗୁଡିକୁ ଗରମ ଚିନି ଶିରାରେ ପକାଯାଏ ।[୫]
ଏହାର ପ୍ରସ୍ତୁତ ପ୍ରଣାଳୀ ସହଜ ଅଟେ । ନିମ୍ନରେ ଦର୍ଶାଗଲା ।[୬]
- ପ୍ରଥମେ ଆମେ ଶିରା ପ୍ରସ୍ତୁତ କରିବା । ଗୋଟିଏ କପ ପାଣି ଗରମ କରନ୍ତୁ ।
- ପାଣି ଫୁଟିଲାପରେ ଦୁଇ କପ ଚିନି ପକାଇ ଘାଣ୍ଟନ୍ତୁ । ମନେରଖନ୍ତୁ ପାଣି ଯେତିକି କପ୍ ଦେବେ ତାହାର ଦୁଇଗୁଣା କପ୍ ଚିନି ପକାଇ ଘାଣ୍ଟିବେ ।
- ଚିନି ପୁରା ମିଳେଇଯିବାପରେ, ଫୁଟିବା ଆରମ୍ଭ କରିବ । ବର୍ତ୍ତମାନ ଶିରା ପ୍ରସ୍ତୁତ ।
- ଛେନା ଗୋଟିଏ କପରେ ଦୁଇ ଚାମଚ ଅଟା ପକାଇ ଭଲଭାବରେ ମିଶାଇଦିଅନ୍ତୁ ।
- ସେଥିରେ ଅଳେଇଚ ଗୁଣ୍ଡ ଅଧା ଚାମଚ ପକାନ୍ତୁ ।
- ଭଲ ଭାବରେ ମିଶାନ୍ତୁ ଯେପରି ହାତକୁ ମସୃଣ ଲାଗିବ, କିଛି ଦାନା ଦାନା ରହିବ ନାହିଁ ।[୭]
- ଏକ ସଫା ପଲିଥିନରେ ସେଦୁଅ ରଖନ୍ତୁ । ଏହି ପଲିଥିନରୁ ସେଦୁଅ କାଢିକରି ଆମେ ଝିଲ୍ଲୀର ଆକାର ପାଇ ପାରିବା ।
- ଏକ କଡେଇରେ ଘିଅକୁ ପକାଇ ଗରମ କରନ୍ତୁ ।
- ଘିଅ ଉପଯୁକ୍ତ ଗରମ ହୋଇଛି କି ନାହିଁ ଜାଣିବା ନିମିତ୍ତ ଛୋଟ ସେଦୁଅ ଟିକେ ପକାନ୍ତୁ, ଯଦି ଏହା ଉପରକୁ ଉଠିଆସିଲା ତେବେ ଆମେ ଛଣା ଛଣି ନିମନ୍ତେ ପ୍ରସ୍ତୁତ ।
- ହାତ ପାପୁଲିରେ କିଛି ତେଲ ଲଗାନ୍ତୁ ଯେଉଁଥିରେ ଝିଲ୍ଲୀର ଆକାର ଗୋଲ କରାଯିବ ।
- ପଲିଥିନରୁ ସେଦୁଅ ଗୋଲ ଗୋଲ କରି କାଢି କଡେଇଟି ପୂର୍ଣ୍ଣ ହେବାଯାଏଁ ପକାଇ ଚାଲନ୍ତୁ ।
- ମଧ୍ୟମ ଗ୍ୟାସ ଆଞ୍ଚରେ ଘାଣ୍ଟନ୍ତୁ ।
- ଗାଢ଼ ସୁବର୍ଣ୍ଣ ମାଟିଆ ରଙ୍ଗ ହେଲା ପର୍ଯ୍ୟନ୍ତ ଘାଣ୍ଟି ଚାଲନ୍ତୁ ।
- ଛେନା ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଶିରାରେ ବୁଡ଼ାଇ ରଖନ୍ତୁ ।
- ମନେରଖନ୍ତୁ ଗରମ ଗରମ ଗୁଳା ପକାଇବା ସମୟରେ ଶିରା କିଞ୍ଚିତ ମାତ୍ରାରେ ଗରମ ଥିବା ଆବଶ୍ୟକ ।
- ଏହାକୁ ପାଖାପାଖି ଦୁଇ ଘଣ୍ଟା ସମୟଧରି ବୁଡ଼ାଇ ରଖନ୍ତୁ ।
- ଦୁଇ ଘଣ୍ଟା ପରେ ଏହା ଥଣ୍ଡା ହୋଇଯାଇଥିବ । ଆପଣ ଜାଣିଥିବେ ଛେନାଝିଲ୍ଲୀକୁ ଥଣ୍ଡା ଖାଆନ୍ତି, ବର୍ତ୍ତମାନ ଝିଲ୍ଲୀକୁ ଶୀରାରୁ କାଢନ୍ତୁ । ଛେନାଝିଲ୍ଲୀ ଏବେ ପେଟପୁଜା ପାଇଁ ପ୍ରସ୍ତୁତ ।