ଜଉନା ମୁର୍ମୁ ଜଣେ ଭାରତୀୟ ମହିଳା ଆଥଲେଟ । ତାଙ୍କର ଜନ୍ମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିଲା । ସେ ୪୦୦ ମିଟର ଦୌଡ଼ ଓ ୪୦୦ ମିଟର ହଡଲ୍ସ ଦୌଡ଼ ପ୍ରତିଯୋଗୀତାରେ ଭାଗନେଇ ଅନେକ ଜାତୀୟ ପୁରସ୍କାର ପାଇଛନ୍ତି । ସେ ଓଡ଼ିଶାର କୋଚ ଅରୁଣ କୁମାର ଦାସ ଓ ସୁଭାଷ ଚନ୍ଦ୍ର ଦାଶମହାପାତ୍ରଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ ।[୧]
ଜଉନା, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିଯୋଗୀତାରେ ଭାଗ ନେଇ ପଦକ ପ୍ରାପ୍ତ କରିଛନ୍ତି ।
ସେ ଜାତୀୟ ପ୍ରତିଯୋଗୀତାରେ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ପାଇଥିଲେ ଓ ଅନେକ ପ୍ରତିଯୋଗୀତାରେ ପଦକ ପାଇଛନ୍ତି ।
୨୦୧୧ ମସିହା ମଇ ମାସରେ ତାଙ୍କର ରକ୍ତ ପରୀକ୍ଷାରେ ନିଷିଦ୍ଧ ଔଷଧ ବାହାରିବାରୁ ତାଙ୍କୁ ୨ ବର୍ଷ ପାଇଁ କ୍ରୀଡ଼ାରେ ଭାଗ ନେବାରୁ ବାସନ୍ଦ କରାଯାଇଥିଲା ।[୩][୪][୫]