ଜଗନ୍ନାଥ ମନ୍ଦିର | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Ahmedabad |
ଦେବାଦେବୀ | Jagannath ଜଗନ୍ନାଥ |
Festivals | Rath yatra ରଥ ଯାତ୍ରା, ଅହମଦାବାଦ |
Governing body | ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ କମିଟି |
Location | |
ସ୍ଥାନ | Jamalpur, Ahmedabad |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 23°00′41.1″N 72°34′51.2″E / 23.011417°N 72.580889°E |
Architecture | |
Date established | ପରେ ୪୫୦ ବର୍ଷ ପୂର୍ବେ |
Website | |
www |
ଜଗନ୍ନାଥ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶର ଅହମଦାବାଦରେ ଅବସ୍ଥିତ ଓ ହିନ୍ଦୁ ଠାକୁର ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ହୋଇଛି । ଏହା ଗୁଜରାଟର ଜମାଲପୁର ଇଲାକାରେ ଅଛି ଯାହା ୪୫୦ ବର୍ଷ ପୂର୍ବେ ସାଧୁ ସାରଙ୍ଗଦାସଜୀ ତିଆରି କରେଇଥିଲେ ।[୧] ଏହି ସ୍ଥାନ ବାର୍ଷିକ ରଥ ଯାତ୍ରା ପାଇଁ ପ୍ରସିଦ୍ଧ ଯାହା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବୃହତ୍ ରଥଯାତ୍ରା । ଭକ୍ତମାନଙ୍କ ପାଇଁ ସକାଳ ୪:୩୦ରୁ ଦିନ ଗୋଟାଏ ଓ ଦିନ ୩ଟାରୁ ରାତି ୯ଟା ଯାଏ ଖୋଲା ରହେ ।
ଏଠାକାର ରଥଯାତ୍ରା ଓ ପୁରୀ ରଥଯାତ୍ରା ଏକ ସମୟରେ ସମାହିତ ହୁଏ । ପରମ୍ପରା ଅନୁସାରେ ହାତୀ ଆଣି ଜଗନ୍ନାଥ, ତାଙ୍କ ଭ୍ରାତା ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଦର୍ଶନ କରେଇବା ପରେ ସେମାନେ ଯାତ୍ରା ଅଗ୍ରଭାଗରେ ରହନ୍ତି ।[୨] ଗୁଜରାଟର ମୁଖ୍ୟମନ୍ତ୍ରୀ ‘ପହଣ୍ଡି ବିଧି’ କରନ୍ତି ଯାହା ରଥ ପରିଷ୍କାର କରିବାର ଏକ ପ୍ରତୀକ ବିବେଚିତ ହୁଏ ଓ ତା’ ପରେ ରଥ ଟଣା ଆରମ୍ଭ ହୁଏ । [୩] ଅହମଦାବାଦ ସହର ଭିତରେ ୧୪ କିମି ପଥ ଉପରେ ରଥ ଟଣାଯାଏ । ଏହି ଯାତ୍ରା ସରସ ପୁରରେ ଶେଷ ହୁଏ ଓ ସେଠାରେ ସ୍ଥାନୀୟ ଲୋକମାନେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ‘ମହାଭୋଜ’ରେ ଆପ୍ୟାୟିତ କରନ୍ତି । ଏହା ଗୁଜରାଟ ରାଜ୍ୟର ଲୋକୋତ୍ସବ ବା ଜନ ଉତ୍ସବ ଭାବରେ ପାଳନ କରାଯାଏ । ପୁରୀ ଓ କୋଲକାତା ରଥଯାତ୍ରା ପରେ ଏହା ଭାରତର ତୃତୀୟ ବିରାଟ ଯାତ୍ରାର ମାନ୍ୟତା ପାଏ ।
ସେପ୍ଟେମ୍ବର ୧୯୬୯ ମସିହାରେ ସୁଫୀ ସନ୍ଥ ଭୂଖରୀ ସାହେବ ଚିଲାଙ୍କ ସମାଧି ପାଖରେ ସ୍ଥାନୀୟ ଉର୍ସ ଉତ୍ସବ ପାଳନ କରିବାକୁ ମୁସଲମାନ ଜନତା ଜମା ହୋଇଥିଲେ । ସେତିକିବେଳେ କତିପୟ ହିନ୍ଦୁ ସାଧୁ ସେହି ରାସ୍ତା ଦେଇ ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରକୁ ତାଙ୍କର ଗାଈ ଆଣୁଥିଲେ । ସେତିକି ବେଳେ କିଛି ମୁସଲମାନ ମହିଳା ଆଘାତ ପ୍ରାପ୍ତ ହୋଇଥିଲେ । ରାସ୍ତା ଉପରେ ଜିନିଷ ବିକ୍ରି କରିବା ପାଇଁ ଥିବା କିଛି ଶଗଡ଼ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଏ ।[୪] ସେଥି ଯୋଗୁ କେତେକ ମୁସଲମାନ ଯୁବକ ଆକ୍ରମଣ କରି ସାଧୁଙ୍କୁ ଆଘାତ ଦେଇଥିଲେ ଓ ମନ୍ଦିର ଝରକା ଭାଙ୍ଗିଦେଇଥିଲେ । ହିନ୍ଦୁ ମନ୍ଦିରର ମହନ୍ତ ସେବାଦାସଜୀ ଅନଶନରେ ବସିଗଲେ । ଏ ଏମ ପୀରଜାଦାଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ଆସି ମହନ୍ତଙ୍କୁ କ୍ଷମା ଭିକ୍ଷା କରିବା ପରେ ସେ ଅନଶନ ଭାଙ୍ଗିଥିଲେ ।[୫]
ଏହା ପରେ ମନ୍ଦିର ପାଖରେ ଥିବା ଦରଗାହକୁ କିଛି ହିନ୍ଦୁ ଭଙ୍ଗାରୁଜା କରିଥିଲେ । ଫଳରେ ସେହି ସ୍ଥାନରେ ଅନେକ ମୁସଲମାନ ଲୋକ ଜମା ହୋଇଗଲେ । ସେପ୍ଟେମ୍ବର ୧୯ ତାରିଖ ଦିନ ପ୍ରାୟ ୨୫୦୦-୩୦୦୦ ମୁସଲମାନ ମନ୍ଦିରକୁ ପୁନର୍ବାର ଆକ୍ରମଣ କରିଥିଲେ । ସେମାନେ ଆଖପାଖର ଅନ୍ୟାନ୍ୟ ପୂଜା ସ୍ଥଳଗୁଡ଼ିକରେ ଆକ୍ରମଣ କରି ଖୁନ ଓ ପୋଡ଼ାଜଳା କରିଥିଲେ ।
ରାସ୍ତା – ଅହମଦାବାଦରୁ ଗୁଜରାଟର ପ୍ରତ୍ୟେକ ବଡ଼ ସହର ରାସ୍ତା ମାଧ୍ୟମରେ ସଂଯୁକ୍ତ ଅଛି । ଅନେକ ପ୍ରାଇଭେଟ ବସ ଓ ପବ୍ଲିକ ବସ ଜଗନ୍ନାଥ ମନ୍ଦିରକୁ ଯାତାୟତ କରେ ।
ଟ୍ରେନ – ଗୁଜରାଟର ପ୍ରତ୍ୟେକ ବଡ଼ ବଡ଼ ସହର ସହିତ ଟ୍ରେନ ମାଧ୍ୟମରେ ଅହମଦାବାଦ ସଂଯୁକ୍ତ ଅଛି । ଅହମଦାବାଦରୁ ମନ୍ଦିର ପର୍ଯ୍ୟନ୍ତ ଏକ ଟ୍ରେନ ଯିବା ଆସିବା କରେ ।[୬]
ଉଡ଼ାଜାହାଜ – ଅହମଦାବାଦରୁ ପୃଥିବୀର ଅନେକ ମୂଖ୍ୟ ସହରକୁ ଉଡ଼ାଜାହାଜ ଯିବା ଆସିବା କରେ ।