![]() CT scan of an intracranial bleed, a possible complication of a hypertensive emergency. | |
ବିଭାଗ | Cardiology |
---|---|
ବିପଦ କାରକ | Not taking BP medication, high salt diet, NSAIDs, stimulants, kidney artery stenosis, phaeochromocytoma, Cushing’s syndrome[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on blood pressure and symptoms; supported by testing[୩] |
ସଠିକ ରୋଗ ନିର୍ଣ୍ଣୟ | Hypertensive urgency[୪] |
ଚିକିତ୍ସା | Intravenous blood pressure medication[୩] |
ପୁନଃପୌନିକ | 0.2% of emergency patients[୫] |
ମୃତ୍ୟୁ ସାନ୍ଦ୍ରତା | 4% risk of death[୩] |
ଜରୁରୀକାଳୀନ ଉଚ୍ଚ ରକ୍ତଚାପ ପରିସ୍ଥିତିରେ ଉଚ୍ଚ ରକ୍ତଚାପ, ସାଧାରଣତ ୧୮୦ ମିମି ପାରଦରୁ ଅଧିକ ସିଷ୍ଟୋଲିକ ରହିବା ଯୋଗୁ ବିଭିନ୍ନ ଅଙ୍ଗ ନଷ୍ଟ ହୋଇଯାଏ ।[୪] [୬] ଏହା ଫଳରେ ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ ଏନସେଫାଲୋପାଥି, ଆକ୍ୟୁଟ୍ ଆଓର୍ଟିକ୍ ସିଣ୍ଡ୍ରୋମ, ଆକ୍ୟୁଟ୍ କରୋନାରି ସିଣ୍ଡ୍ରୋମ, ରେଟିନା ରୋଗ, ବୃକ୍କ ସମସ୍ୟା, ହୃଦଘାତ, ଫୁସଫୁସ ଇଡିମା କିମ୍ବା ପ୍ରିଏକ୍ଲମ୍ପସିଆ ହୋଇପାରେ ।[୩]
ରକ୍ତଚାପର ଉପଯୁକ୍ତ ଔଷଧ ଗ୍ରହଣ ନ କଲେ, ଉଚ୍ଚ ଲୁଣିଆ ଖାଦ୍ୟ ଖାଇଲେ, ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ଉତ୍ତେଜକ ନେଲେ, ବୃକ୍କ ଧମନୀ ଷ୍ଟେନୋସିସ, ଫିଓକ୍ରୋମୋସାଇଟୋମା କିମ୍ବା କୁସିଂ ସିଣ୍ଡ୍ରୋମ ରୋଗମାନ ଏହି ଜରୁରୀକାଳୀନ ଉଚ୍ଚ ରକ୍ତଚାପ ଟ୍ରିଗର୍ କରିବାରେ ସାହାଯ୍ୟ କରିପାରେ ।[୧] [୨] ଲକ୍ଷଣ ଓ ରକ୍ତଚାପ ଉପରେ ଉପରେ ରୋଗ ନିର୍ଣ୍ଣୟ କରାଯାଏ ଓ ପରିସ୍ରା ପରୀକ୍ଷା, ରକ୍ତ ପରୀକ୍ଷା, ଏବଂ ଏକ ଇସିଜି ସାହାଯ୍ୟରେ ରୋଗ ନିର୍ଣ୍ଣୟ ସମର୍ଥନ କରାଯାଏ ।[୩] [୪] ଏପରି ରକ୍ତଚାପ ପାଇଁ କୌଣସି ନିର୍ଦ୍ଦିଷ୍ଟ ମାପ ନିର୍ଦ୍ଧାରଣ କରାଯାଇ ନାହିଁ ।[୧] ଲକ୍ଷଣଗୁଡିକ ଉପରେ ଆଧାର କରି ମେଡିକାଲ୍ ଇମେଜିଙ୍ଗ୍ କରାଯାଇପାରେ | [୪] ଏହା ଜରୁରୀକାଳୀଣ ଉଚ୍ଚ ରକ୍ତଚାପଠାରୁ ଭିନ୍ନ, ଯେଉଁଠାରେ ଅଙ୍ଗର କ୍ଷତି ଅଭାବ | [୪]
ପ୍ରାରମ୍ଭିକ ଚିକିତ୍ସାରେ ଉଚ୍ଚ ରକ୍ତଚାପ ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[୩] ଲାବେଟାଲୋଲ୍ ସାଧାରଣତଃ ବ୍ୟବହୃତ ହୁଏ ।[୩] ଅନ୍ୟାନ୍ୟ ବିକଳ୍ପଗୁଡ଼ିକ ମଧ୍ୟରେ ନିକାର୍ଡିପାଇନ, ଏସମୋଲୋଲ କିମ୍ବା ନାଇଟ୍ରୋଗ୍ଲିସେରିନ ଦିଆ ଯାଇପାରେ ।[୨] [୪] ଏକରୁ ଦୁଇ ଘଣ୍ଟା ମଧ୍ୟରେ ସାଧାରଣତଃ ରକ୍ତଚାପକୁ ପ୍ରାୟ ୨୦% ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଏ ।[୪] ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖି ରୋଗୀର ଯତ୍ନ ନିଆଯାଏ ।[୩] ନିର୍ଦ୍ଦିଷ୍ଟ ଜଟିଳତା ଅନୁସାରେ ପରବର୍ତ୍ତୀ ପଦକ୍ଷେପଗୁଡିକ ନିର୍ଦ୍ଦେଶିତ ହୋଇପାରେ ।[୩]
ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଜରୁରୀକାଳୀନ ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ସଂଖ୍ୟା ୦.୨% ଯଦିଓ ଉଚ୍ଚ ରକ୍ତଚାପ ରୋଗ ଇତିହାସ ଥିବା ସଂଖ୍ୟା ପ୍ରାୟ ୦.୬% ଥାଏ ।[୫] [୨] ରୋଗ ଆରମ୍ଭର ବୟସ ପ୍ରାୟ ୫୦ କିମ୍ବା ୬୦ ଦଶକର ଲୋକମାନଙ୍କର ହୁଏ ।[୭] ମୃତ୍ୟୁ ଆଶଙ୍କା ପ୍ରାୟ ୪% (୦.୨%ରୁ ୧୧୧%) ଥାଏ ।[୩] [୫] ଏହି ଅବସ୍ଥା ପ୍ରଥମେ ୧୯୧୪ ମସିହାରେ ଭୋଲହର୍ଡ ଏବଂ ଫାହରଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୮]
{{cite journal}}
: Check |pmid=
value (help)
{{cite journal}}
: CS1 maint: unflagged free DOI (link)