ଜାଲାକ ଦେଶାଇ | |
---|---|
ଜନ୍ମ | ଝଲକ ଦେଶାଇ ୨୧ ଡିସେମ୍ବର ୧୯୯୨ ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ପ୍ରସିଦ୍ଧି | ରାଧାକ୍ରିଷ୍ଣା ଲଡୋ ୨ |
ବୈବାହିକ-ସାଥୀ |
ନୀରବ ଶାହା (m. ୨୦୨୦) |
ପିତାମାତା | ଫାଲଗୁନି ଦେଶାଇ (ମାଆ) |
ଜାଲାକ ଦେଶାଇ (ଜନ୍ମନାମ: ଝଲକ ଦେଶାଇ), ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧][୨] ସେ ମୁଃ ବୋଲି ବୋହୂ, ସାଜନ୍ ଘର୍ ଜାନା ହୈ ଭଳି ଧାରାବାହିକରେ କାମ କରିଛନ୍ତି ।[୩][୪] କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଲାଡୋ ୨ରେ, ସେ କୋମଲ ଭୂମିକାରେ ଓ ଷ୍ଟାର୍ ଭାରତରେ ପ୍ରସାରିତ ଧାରାବାହିକ ରାଧାକ୍ରିଷ୍ଣାରେ ରାଜକୁମାରୀ ରୁକ୍ମଣୀ, ଦେବୀ ଲକ୍ଷ୍ମୀ ଓ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିଲେ ।
ଜାଲାକ ୧୯୯୨ ମିସିହାର ଡିସେମ୍ବର ୨୧ ତାରିଖରେ, ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଫାଲଗୁନି ଦେଶାଇ ଜଣେ ଗୁଜରାଟି ଅଭିନେତ୍ରୀ ଥିଲେ । ତାଙ୍କ ପିଲାଦିନ ମୁମ୍ବାଇରେ କଟିଥିଲା ।[୫]
୨୦୦୯ ମସିହାରେ, ୧୬ ବର୍ଷ ବୟସରେ, ସେ ସାଜନ୍ ଘର୍ ଜାନା ହୈ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୬][୭] ମିଠିବାଇ କଲେଜରୁ ସେ ସ୍ନାତକ କରିଥିଲେ ଏବଂ ଏହି ସମୟରେ, ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ୨୦୧୫ ମସିହାରେ, ସେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ମୁଃ ବୋଲି ଶାଦି ଜରିଆରେ କାମ କରିଥିଲେ ।[୮]