ଜିଲ୍ଲୂ | |
---|---|
ଜନ୍ମ | ଜୁଲେକା ଇବ୍ରାହାଇନ୍ ୧୯୦୫ |
ମୃତ୍ୟୁ | ୨୦୦୪ | (ବୟସ ୯୮–୯୯)
ଜାତୀୟତା | ବ୍ରିଟିଶ ଭାରତ (୧୯୦୫ – ୧୯୪୭) ଭାରତୀୟ (୧୯୫୦–୨୦୦୪) |
ଅନ୍ୟ ନାମ | ଜିଲ୍ଲୂବାଇ, ଜିଲ୍ଲୋ, ଜିଲ୍ଲୋବାଇ, ଜିଲ୍ଲୋ ବାଇ, ଜିଲ୍ଲୂ ବାଇ, ମିସ୍ ଟିଲ୍ଲୂ |
ବୃତ୍ତି(ସମୂହ) | ଅଭିନେତ୍ରୀ, କଣ୍ଠଶିଳ୍ପୀ |
ସକ୍ରିୟ ବର୍ଷ | ୧୯୨୪–୧୯୬୦ |
ଉଲ୍ଲେଖନୀୟ କୃତି | ଆଲମ ଆରା ମଦର୍ ଇଣ୍ଡିଆ ମୁଗଲ-ଏ-ଆଜମ |
ଜିଲ୍ଲୂ (ଜନ୍ମ: ୧୯୦୫) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ୧୯୨୪ ମସିହାରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ ସେ ଅନେକ ଚରିତ୍ର ଭୂମିକାରେ ଅଭିନୟ କରିଥିଲେ ଏବଂ ୧୯୫୦ ଦଶକରେ ମଦର୍ ଇଣ୍ଡିଆ ଓ ମୁଗଲ୍-ଏ-ଆଜମ୍ ଭଳି ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।
ସେ ୧୯୦୫ ମସିହାରେ ବ୍ରିଟିଶ ଭାରତ ଅନ୍ତର୍ଗତ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ ଓ ଜନ୍ମ ସମୟରେ ତାଙ୍କ ନାମ ଥିଲା ଜୁଲେକା ଇବ୍ରାହାଇନ୍ ।[୧]
୧୯୨୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲା । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବୀର ଦୁର୍ଗାଦାସ । ସେ ଯୁବାବସ୍ଥାରେ ଭାରତର ପ୍ରଥମ କଥାକୁହା କଥାଚିତ୍ର ଆଲାମ ଆରାରେ ମଧ୍ୟ କାମ କରିଥିଲେ ।
୧୯୫୦ ଦଶକର ଜଣାଶୁଣା ତଥା ବ୍ୟବସାୟିକ ସଫଳତା ପାଇଥିବା ହିନ୍ଦୀ କଥାଚିତ୍ର ମଦର ଇଣ୍ଡିଆ ଏବଂ ମୁଗଲ-ଏ-ଆଜମରେ ସେ ଅଭିନୟ କରିଥିଲେ ।[୨] ସେ ଅନେକ କଥାଚିତ୍ରରେ ଛୋଟ ଛୋଟ ଚରିତ୍ର ଅଭିନେତ୍ରୀ ଭାବରେ କାମ କରିଥିଲେ । ମଦର ଇଣ୍ଡିଆର ସେ ନାୟିକା ରାଧାଙ୍କ ଶାଶୁ ଏବଂ ମୁଗଲ-ଏ-ଆଜମର ମୁଖ୍ୟ ନାୟିକା ଅନାରକଲିଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ସେ ମଦହୋଶରେ ମୀନା କୁମାରୀଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ ।[୩] ମାଆ ଭୂମିକାରେ ସେ ଅଧିକ କାମ କରିଥିବାରୁ, ସେ କଥାଚିତ୍ର ଜଗତରେ ଜିଲ୍ଲୂ ମାଆ ଭାବରେ ପରିଚିତ ।
୨୦୦୪ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।