Thiamine deficiency[ ୧] ଫାଇଲ:Beriberi USNLM.jpg A person with beriberi during the early twentieth century in
Southeast Asia ବିଭାଗ Neurology , cardiology , pediatrics ଲକ୍ଷଣ Wet: Fast heart rate, shortness of breath, leg swelling[ ୧] Dry: Numbness, confusion, trouble moving the legs, pain[ ୧] କାରଣ Not enough thiamine [ ୧] ବିପଦ କାରକ Diet of mostly white rice ; alcoholism , dialysis , chronic diarrhea , diuretics [ ୧] [ ୩] ପ୍ରତିକାର Food fortification [ ୧] ଚିକିତ୍ସା Thiamine supplementation [ ୧] ପୁନଃପୌନିକ Rare (US)[ ୧]
ଥିଆମାଇନ ଅଭାବ ବା ଥାୟାମିନ ଅଭାବ ବା ଜୀବସାର ଖ୧ ଅଭାବ ଏକ ଅବସ୍ଥା ଯେଉଁଥିରେ ଜୀବସାର ଖ୧ ପରିମାଣ ଆବଶ୍ୟକତାରୁ କମ୍ ଥାଏ | [ ୪] ଏକ ଗମ୍ଭୀର ଏବଂ କ୍ରନିକ୍ ଆକାରକୁ ବେରିବେରୀ କୁହାଯାଏ | [ ୧] [ ୫] ବୟସ୍କମାନଙ୍କ ମଧ୍ୟରେ ଦୁଇଟି ମୁଖ୍ୟ ପ୍ରକାର ଅଛି: ଓଦା ବେରିବେରୀ ଏବଂ ଶୁଖିଲା ବେରିବେରୀ | [ ୧] ଓଦା ବେରିବେରୀ ଥିଲେ ହୃଦରକ୍ତନଳୀ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ଦୃତ ହୃତ୍ପିଣ୍ଡ ଗତି, ଅଣନିଶ୍ୱାସ ହୁଏ ଏବଂ ଗୋଡ ଫୁଲିଯାଏ | [ ୧] ଶୁଖିଲା ବେରିବେରୀରେ ସ୍ନାୟୁ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ହାତ ଓ ପାଦ କାଲୁଆ ଲାଗେ, ଦ୍ୱନ୍ଦ୍ୱ, ଗୋଡ ଚଳାଇବାରେ ଅସୁବିଧା ଏବଂ ଯନ୍ତ୍ରଣା ହୁଏ | [ ୧] ଅନ୍ୟ ଏକ ପ୍ରକାରରେ ଅରୁଚି ଏବଂ କୋଷ୍ଠକାଠିନ୍ୟ ହୋଇପାରେ | [ ୬] ଅନ୍ୟ ଏକ ପ୍ରକାରରେ ଯାହାକୁ ତୀବ୍ର ବେରିବେରୀ କୁହାଯାଏ, ଅଧିକାଂଶ ଶିଶୁମାନଙ୍କଠାରେ ଦେଖାଯାଏ ଏବଂ ଅରୁଚି, ବାନ୍ତି, ଲାକ୍ଟିକ ଏସିଡୋସିସ, ହୃଦସ୍ପନ୍ଦନ ହାରରେ ପରିବର୍ତ୍ତନ ଏବଂ ହୃତ୍ପିଣ୍ଡର ଆକାର ବୃଦ୍ଧି ହୁଏ | [ ୭]
ମୁଖ୍ୟତଃ ଏହା ଧଳା ଚାଉଳର ଖାଦ୍ୟ ଖାଇଲେ, ମଦ୍ୟପାନ , ଡାଏଲିସିସ, କ୍ରନିକ୍ ତରଳ ଝାଡ଼ା , ଏବଂ ଅଧିକ ମାତ୍ରାରେ ଡାଇୟୁରେଟିକ ଗ୍ରହଣ କଲେ ଏହି ବିପଦ ସଙ୍କଟ ସୃଷ୍ଟି ହୁଏ ।[ ୪] [ ୮] କ୍ୱଚିତ୍ ଏହା ଏକ ଜେନେଟିକ ଅବସ୍ଥା ହେତୁ ହୋଇପାରେ ଯାହା ଫଳରେ ଖାଦ୍ୟରେ ମିଳୁଥିବା ଥିଆମାଇନ୍ ଅବଶୋଷଣରେ ଅସୁବିଧାର ହୁଏ | [ ୧] ୱର୍ନିକ୍ ଏନସେଫାଲୋପାଥି ଏବଂ କୋରସାକ୍ଫ୍ ସିଣ୍ଡ୍ରୋମ ଶୁଖିଲା ବେରିବେରୀର ଦୁଇଟ ରୂପ ଅଛି ଯାହାକୁ ୱେର୍ଣ୍ଣିକ ଏନସେଫାଲୋପାଥି ଓ କୋର୍ସାକୋଫ ସିଣ୍ଡ୍ରୋମ କୁହାଯାଏ | [ ୩] ମୂତ୍ରରେ ଥିଏମାଇନ୍ ସ୍ତର କମ୍ ଥିଲେ, ଉଚ୍ଚ ରକ୍ତ ଲାକ୍ଟେଟ ଥିଲେ ଏବଂ ଚିକିତ୍ସା ସହିତ ଉନ୍ନତି ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [ ୯]
ପାଟିରେ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଥିଆମାଇନ ସପ୍ଲିମେଣ୍ଟେସନ କରି ଚିକିତ୍ସା କରାଯାଏ | [ ୪] ଚିକିତ୍ସା ସହିତ ଲକ୍ଷଣଗୁଡିକ ସାଧାରଣତଃ ଦୁଇ ସପ୍ତାହ ମଧ୍ୟରେ କମିଯାଏ | [ ୯] ସୁଷମ ଖାଦ୍ୟ ଗ୍ରହଣ କରିବାଦ୍ୱାରା ଜନସଂଖ୍ୟା ସ୍ତରରେ ଏହି ରୋଗକୁ ରୋକାଯାଇପାରେ | [ ୧]
ଯୁକ୍ତରାଷ୍ଟ୍ରରେ ଥିଆମାଇନ୍ ଅଭାବ ବିରଳ | [ ୧୦] ସାହାର ଆଫ୍ରିକାରେ ଏହା ଅପେକ୍ଷାକୃତ ସାଧାରଣ ଅଟେ | [ ୧୧] ଶରଣାର୍ଥୀ ଶିବିରରେ ଏହି ରୋଗ ଦେଖିବାକୁ ମିଳିଛି। [ ୮] ଏସିଆରେ ହଜାର ହଜାର ବର୍ଷ ଧରି ଥିଆମାଇନ୍ ଅଭାବକୁ ବର୍ଣ୍ଣନା କରାଯାଇଛି ଏବଂ ଚାଉଳର ପ୍ରକ୍ରିୟାକରଣ ଯୋଗୁ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଏହା ଅଧିକ ସାଧାରଣ ହୋଇଗଲା | [ ୧୨]
↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Beriberi" . Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017 .
↑ Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?" . Annals of the New York Academy of Sciences . 1408 (1): 15–19. Bibcode :2017NYASA1408...15A . doi :10.1111/nyas.13509 . PMID 29064578 .
↑ ୩.୦ ୩.୧ "Nutrition and Growth Guidelines | Domestic Guidelines - Immigrant and Refugee Health" . CDC (in ଆମେରିକୀୟ ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017 .
↑ ୪.୦ ୪.୧ ୪.୨ "Beriberi" . Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017 .
↑ Hermann, Wolfgang; Obeid, Rima (2011). Vitamins in the prevention of human diseases . Berlin: Walter de Gruyter. p. 58. ISBN 9783110214482 .
↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1368. ISBN 9780323529570 . Archived from the original on 2017-11-11.
↑ Gropper, Sareen S. and Smith, Jack L. (2013). Advanced Nutrition and Human Metabolism (6 ed.). Wadsworth, Cengage Learning. p. 324. ISBN 978-1133104056 . {{cite book }}
: CS1 maint: multiple names: authors list (link )
↑ ୮.୦ ୮.୧ "Nutrition and Growth Guidelines | Domestic Guidelines - Immigrant and Refugee Health" . CDC (in ଆମେରିକୀୟ ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017 .
↑ ୯.୦ ୯.୧ Swaiman, Kenneth F.; Ashwal, Stephen; Ferriero, Donna M.; Schor, Nina F.; Finkel, Richard S.; Gropman, Andrea L.; Pearl, Phillip L.; Shevell, Michael (2017). Swaiman's Pediatric Neurology E-Book: Principles and Practice (in ଇଂରାଜୀ). Elsevier Health Sciences. p. e929. ISBN 9780323374811 . Archived from the original on 2017-11-11.
↑ "Thiamin Fact Sheet for Consumers" . Office of Dietary Supplements (ODS): USA.gov. Archived from the original on October 29, 2017. Retrieved April 10, 2018 .
↑ Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?" . Annals of the New York Academy of Sciences . 1408 (1): 15–19. Bibcode :2017NYASA1408...15A . doi :10.1111/nyas.13509 . PMID 29064578 .
↑ Lanska, DJ (2010). Chapter 30: historical aspects of the major neurological vitamin deficiency disorders: the water-soluble B vitamins . Vol. 95. pp. 445–76. doi :10.1016/S0072-9752(08)02130-1 . ISBN 9780444520098 . PMID 19892133 .