ଜୁଏଲ ଓରାମ | |
---|---|
ସାଂସଦ [[ସାଂସଦ: ୧୬ଶ, ୧୭ଶ ଓ ୧୮ଶ ଲୋକ ସଭା]] | |
କାର୍ଯ୍ୟକାଳ ୨୦୧୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ହେମାନନ୍ଦ ବିଶ୍ୱାଳ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କେନ୍ଦୁଡ଼ିହି,ସୁନ୍ଦରଗଡ଼ ଜିଲ୍ଲା | ୨୨ ମାର୍ଚ୍ଚ ୧୯୬୧
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ଝିଙ୍ଗିଆ ଓରାମ |
ସନ୍ତାନ | ୩ କନ୍ୟା |
ବୃତ୍ତି | ରାଜନୀତି |
ୱେବସାଇଟ | http://jualoram.org/ |
ଜୁଏଲ ଓରାମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁଡ଼ିହିଠାରେ ୩ ମାର୍ଚ୍ଚ ୧୯୬୧ରେ ଜନ୍ମଗ୍ରହଣ କରିଥିଲେ । ସପ୍ତଦଶ ଲୋକ ସଭାରେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ଭାବେ ସେ ନିର୍ବାଚିତ ।[୧][୨] ସେ ମଧ୍ୟ ଭାରତୀୟ ଜନତା ପାର୍ଟି ଟିକେଟରେ ଦ୍ୱାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ ଲୋକ ସଭାକୁ ପ୍ରତିନିଧିତ୍ୱ କରିଥିଲେ । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ସରକାରରେ ସେ ଆଦିବାସୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।[୩][୪] ସଂପ୍ରତି ସେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ଜଣେ ବରିଷ୍ଠ ସଦସ୍ୟ ତଥା ଉପ ସଭାପତି । ଏଥି ପୂର୍ବରୁ ସେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ସଭାପତିରୂପେ ଚାରିବର୍ଷରୁ ଅଧିକ କାଳ ରହିଥିଲେ ।
ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସେ ଡିପ୍ଳୋମା ଶିକ୍ଷା ସମାପ୍ତ କରିଛନ୍ତି ।[୫] "BHEL" ଅଧୀନରେ ଛଅ ବର୍ଷ ଚାକିରୀ କରିବା ପରେ ସେ ୧୯୯୦ ମସିହାରେ ରାଜନୀତିରେ ଯୋଗଦିଅନ୍ତି ।
ସେ ଭାରତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ସେ ଯଥାକ୍ରମେ ୧୬ଶ, ୧୭ଶ ଓ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ପୂର୍ବରୁ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୬] ଏହି ନିର୍ବାଚନରେ, ସେ ସମୁଦାୟ ୪,୯୪,୨୮୨ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କୀଙ୍କୁ ୧,୩୮,୮୦୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୭]