ଜୋମୋଲ | |
---|---|
ଜନ୍ମ | ଜୋମୋଲ ଜନ କୋଡ଼େନଚେରୀ, କେରଳ, ଭାରତ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୮୯–ଏବେଯାଏଁ |
ବୈବାହିକ-ସାଥୀ | ଚନ୍ଦ୍ରଶେଖର ପିଲ୍ଲାଇ (୨୦୦୨-ଏବେଯାଏଁ) |
ସନ୍ତାନ | ୨ |
ଜୋମୋଲ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟଲମ କଥାଚିତ୍ର ଜଗତରେ କାମ କରନ୍ତି ଏବଂ ଗୌରୀ ନାମରେ ମଧ୍ୟ ପରିଚିତ । ଜଣେ ଶିଶୁ କଳାକାର ଭାବରେ ସେ ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ଏବଂ ୯୦-ଦଶକର ମଧ୍ୟ ଭାଗରେ ମୁଖ୍ୟ ନାୟିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।
ନିରାମ, ପିରିୟାଦା ଭାରାମ ଭେଣ୍ଡୁମ୍ ଓ ଦୀପସ୍ଥମ୍ଭମ୍ ମହାଶ୍ରିୟମ ଭଳି କଥାଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ୧୯୯୬ ମସିହାରେ ଏନ୍ନୁ ସ୍ୱାନ୍ଥମ୍ ଜାନକୀକୁଟ୍ଟି କଥାଚିତ୍ରରେ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ସ୍ପେଶାଲ ମେନସନ୍ ପୁରସ୍କାର ଜିତିଥିଲେ ।[୧]