ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଅଷ୍ଟଦଶ ନକ୍ଷତ୍ର ହେଉଛି ଜ୍ୟେଷ୍ଠା । ରାଶିଚକ୍ର (ଅପମଣ୍ଡଳ)ରେ ବିଛାରାଶିରେ ୧୬ ଡିଗ୍ରୀ ୪୦ ମିନିଟରୁ ୩୦ ଡିଗ୍ରୀ ଯାଏଁ ବ୍ୟାପ୍ତ ।
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।
ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]
ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |