ଜୟନଗର ମୁଆ ଏକ ଦୋକାନରେ | |
ଅଞ୍ଚଳ ବା ରାଜ୍ୟ | ଜୟନଗର, ପଶ୍ଚିମ ବଙ୍ଗ |
---|---|
ଆରମ୍ଭ | tapas sasmal and rajesh sasmal
|
ପରଷିବା ଉତ୍ତାପ | ସାମାନ୍ୟ ତାପମାତ୍ରା |
ମୁଖ୍ୟ ଉପାଦାନ | ତାଳ ଗୁଡ଼, ମୁଢ଼ି |
|
ଜୟନଗର ମୁଆଁ (Bengali:জয়নগরের মোয়া) ଏକ ପାର୍ବଣ ଭିତ୍ତିକ/ଋତୁକାଳୀନ ଶୁଖିଲା ଖାଦ୍ୟ ।ଏହା ତାଳ ଗୁଡ଼ ଏବଂ ମୁଢ଼ିରେ ପ୍ରସ୍ତୁତ ହୋଇଥାଏ । ଏହି ନିର୍ଦ୍ଧିଷ୍ଟ ପ୍ରକାର ମୁଆଁ ପଶ୍ଚିମ ବଙ୍ଗର ଭୌଗଳିକ ସଂକେତ ଭାବେ ଭାରତ ସରକାରଙ୍କଠାରେ ପଂଜିକୃତ ହୋଇଛି । ଏହା ବେଙ୍ଗଲୀମାନଙ୍କ ଏକ ପ୍ରିୟ ଖାଦ୍ୟ ଅଟେ । ସ୍ଥାନେସ୍ଥାନେ ଏହା ଶସ୍ତା ଉପାଦାନ ଏବଂ ରସାୟନିକ ଦେଇ ପ୍ରସ୍ତୁତ ହୋଇଥାଏ । [୧] [୨]
ଜୟନଗର ମୁଆଁ ତାଳଗୁଡ଼, ମୁଢ଼ି, କନକଚୁର ଖଇ (ସୁବାସିତ ଚାଉଳରୁ ତିଆରି ମୁଢ଼ି), ଗାଈ ଘିଅ, ଗୁଜୁରାତି, ପୋସ୍ତ ଆଦି ଉପାଦାନରେ ତିଆରି ହୋଇଥାଏ । ତାଳଗୁଡ଼ ଏବଂ କନକଚୁର ଚାଉଳ ଶୀତଦିନେ ଉତ୍ପାଦନ ହେଉଥିବାରୁ ଜୟନଗର ମୁଆଁ ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଉପଲବ୍ଧ ହୋଇଥାଏ ବଙ୍ଗଳାଦେଶର ପ୍ରାୟ ଘରେ ଘରେ ଏଇ ମୁଆଁ ତିଆରି ହୋଇଥାଏ ଆଉ ମଧ୍ୟ ସଉଦା ଦୋକାନମାନଙ୍କରେ ଛୋଟ ଛୋଟ ଜରି ପ୍ୟାକେଟରେ ବର୍ଷ ସାରା ବିକ୍ରୀ ହୋଇଥାଏ । ଜୟନଗରଅଂଚଳରେ ୧୫୦ରୁ ଉର୍ଦ୍ଧ ମୁଆଁ ଦୋକାନୀ ୧୯୨୯ରୁ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି ଦାବି କରନ୍ତି ।[୩][୪]