ଜୟପ୍ରକାଶ ମଲ୍ଲ | |
---|---|
Reign | 1736–1746 |
Predecessor | Jagajjaya Malla |
Successor | Jyoti Prakash Malla |
Reign | 1750–1768 |
Predecessor | Jyoti Prakash Malla |
ବାପା | Jagajjaya Malla |
ଜନ୍ମ | Kantipur, Nepal |
ମୃତ୍ୟ | 1769 Pashupatinath |
ଦସ୍ତଖତ |
ଜୟପ୍ରକାଶ ମଲ୍ଲ ନେପାଳର ଇତିହାସରେ ଜଣେ ପ୍ରସିଦ୍ଧ ମଲ୍ଲ ରାଜା ତଥା କାନ୍ତିପୁରର (ବର୍ତ୍ତମାନର କାଠମାଣ୍ଡୁ) ଶେଷ ମଲ୍ଲ ରାଜା ଥିଲେ ।[୧] ଜୟପ୍ରକାଶ ମଲ୍ଲ ଜଣେ ସାହସୀ ଏବଂ ବୀର ରାଜା ଥିଲେ ମଧ୍ୟ ସନ୍ଦେହୀ ଏବଂ କ୍ରୋଧି ସ୍ଵଭାବର ଥିଲେ । ତାଙ୍କୁ ତାଙ୍କ ରାଜତ୍ୱର ଅଧିକାଂଶ ସମୟ ରାଜ୍ୟ ରକ୍ଷା ନିମିତ୍ତ ସଂଗ୍ରାମରେ ବିତାଇବାକୁ ପଡିଲା ଏବଂ ତାଙ୍କ ଆତ୍ମୀୟ ଏବଂ ବାହାର ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଲା |
ଜୟପ୍ରକାଶ ମଲ୍ଲଙ୍କ ଅଳ୍ପ ବୟସରେ ରାଜେନ୍ଦ୍ର ପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କୁ ରାଜକୁମାର ଘୋଷିତ କରାଯାଇଥିଲା । ସେହି କାରଣରୁ, ତାଙ୍କର କେତେକ କୂଳୀନ ବ୍ୟକ୍ତି ମଧ୍ୟ ତାଙ୍କୁ ରାଜା ଭାବରେ ଗ୍ରହଣ କରିନଥିଲେ ।
ଜୟପ୍ରକାଶ ମଲ୍ଲଙ୍କ ବଡ ଭାଇ ତଥା କାନ୍ତିପୁର ରାଜ୍ୟର ପ୍ରକୃତ ଭାବୀ ଉତ୍ତରାଧିକାରୀ ରାଜେନ୍ଦ୍ର ମଲ୍ଲ ଅତି କମ ବୟସରେ ମୃତ୍ୟୁ ବରଣ କରିଥିଲେ । ଏହି ପରିସ୍ଥିତିରେ ଜୟପ୍ରକାଶଙ୍କ ବଦଳରେ ଜୟପ୍ରକାଶଙ୍କ ସାନ ଭାଇ ରାଜ୍ୟପ୍ରକାଶଙ୍କୁ ରାଜ୍ୟର ଉତ୍ତରାଧିକାରୀ ଘୋଷଣା କରିବାକୁ ଅନେକ ରଜ ପାରିଷଦ ଓ ସମ୍ଭ୍ରାନ୍ତ ରାଜାଙ୍କୁ ଅନୁରୋଧ କରିଥିଲେ । ହେଲେ ଜୟପ୍ରକାଶ ହିଁ ତାଙ୍କ ମୃତ୍ୟୁ ପରେ ରାଜ୍ୟର ଉତ୍ତରାଧିକାରୀ ହେବେ ବୋଲି ରାଜା ନିଷ୍ପତ୍ତି ନେବା ପରେ କୂଳୀନ ବ୍ୟକ୍ତି ମାନଙ୍କ ସହ ଜୟପ୍ରକାଶଙ୍କ ବିବାଦ ଆରମ୍ଭ ହୋଇଥିଲା ।[୨]
୧୭୩୬ ମସିହାରେ ବାପାଙ୍କ ମୃତ୍ୟୁ ପରେ ସେ ସିଂହାସନ ଆରୋହଣ କରିଥିଲେ । ରାଜ୍ୟପ୍ରକାଶଙ୍କୁ ତତ୍କାଳୀନ ରାଜା ବିଷ୍ଣୁ ମଲ୍ଲଙ୍କ ଉତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଇଥିଲା ।[୩] ପିତାଙ୍କ ମୃତ୍ୟୁ ପରେ ପରେ ଅର୍ଥାତ ଶବ ସତ୍କାର ପରେ ପିତାଙ୍କ ଉତ୍ତରାଧୀକାରି ବିବାଦକୁ ନେଇ ନିଜ ଭାତୃବୃନ୍ଦ ତଥା କୂଳୀନ ମାନଙ୍କଠାରୁ ବିଦ୍ରୋହର ସନ୍ଦେହ କରି ସେ ତାଙ୍କର ଭାଇ ରାଜ୍ୟପ୍ରକାଶଙ୍କୁ ରାଜ୍ୟରୁ ବହିଷ୍କାର କରିବା ପାଇଁ ଆଦେଶ ଦେଇଥିଲେ ।
କିଛି ସମୟ ପରେ କିଛି ରାଜ ପାରିଷଦ ତଥା ରାଜଦରବାର କର୍ମଚାରୀ ଷଡଯନ୍ତ୍ର କରି ତାଙ୍କ ସାନଭାଇ ନରେନ୍ଦ୍ରପ୍ରକାଶଙ୍କୁ ରାଜ୍ୟର ଉତ୍ତର-ପୂର୍ବ ଭାଗର ଶାସକ ଭାବରେ ଘୋଷଣା କଲେ । ଜୟପ୍ରକାଶ ଚାରିମାସ ପରେ ନରେନ୍ଦ୍ରପ୍ରକାଶଙ୍କୁ ପରାସ୍ତ କଲେ ଏବଂ ନରେନ୍ଦ୍ରପ୍ରକାଶ ଭଦଗାଓଁକୁ ପଳାୟନ କଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
୧୭୩୭ ମସିହାରେ, ଗୋରଖାର ନରଭୁପାଳ ଶାହା ନୁଆକୋଟ ଉପରେ ଆକ୍ରମଣ କରିଥିଲେ କିନ୍ତୁ ଜୟପ୍ରକାଶ ମଲ୍ଲଙ୍କ ଦ୍ଵାରା ଶୀଘ୍ର ପରାସ୍ତ ହୋଇଥିଲେ ।
୧୭୪୪ ମସିହାରେ, ପ୍ରୀତି ନାରାୟଣ ଶାହା ପୁନର୍ବାର ନୁଆକୋଟ ଉପରେ ଆକ୍ରମଣ କରି କାନ୍ତିପୁରକୁ ଅଧିକାର କରିନେଇଥିଲେ ।[୪][୫]
ଯେତେବେଳେ ପ୍ରୀତି ନାରାୟଣ ଶାହା ନୁଆକୋଟ ଉପରେ ଆକ୍ରମଣ କରିଥିଲେ, କାନ୍ତିପୁରର ସମର୍ଥକ ତଥା ସୁରକ୍ଷାଦାତା, ଜୟପ୍ରକାଶ ସେତେବେଳେ କାଶିରାମ ଥାପାଙ୍କ ନେତୃତ୍ଵରେ ସୁରକ୍ଷା ନିମିତ୍ତ ସୈନ୍ୟ ପଠାଇଥିଲେ । ଏହି ଯୁଦ୍ଧ ୧୭୪୬ ମସିହାରେ ଘଟିଥିଲା ଯେଉଁଠାରେ କାଶିରାମ ଥାପା ଯୁଦ୍ଧରେ ହାରି ଯାଇଥିଲେ ଏବଂ ଜୟପ୍ରକାଶ ମଲ୍ଲ କାଶୀରାମଙ୍କ ପ୍ରତାରଣା ବିଷୟରେ ସନ୍ଦେହ କଲେ ।[୬] ଜୟ ପ୍ରକାଶ ମଲ୍ଲ ଏଥିରେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ହତ୍ୟା କରିଥିଲେ ।[୭] ଯେତେବେଳେ ସେଠାରେ ଇନ୍ଦ୍ର ଯାତ୍ରା ପର୍ବ ଚାଲିଥିଲା, ପ୍ରୀତି ନାରାୟଣ ଶାହା ୟେନ (କାନ୍ତିପୁର) ଉପରେ ସହସା ଆକ୍ରମଣ କରିଥିଲେ । ଜୟ ପ୍ରକାଶ ମଲ୍ଲ ଅସହାୟ ହୋଇ ସେ ଲଲିତପୁରକୁ ଯାଇ ଆଶ୍ରୟ ନେଇଥିଲେ । ତେଜ ନରସିଂହ ମଲ୍ଲ ସେହି ରାଜ୍ୟକୁ ଶାସନ କରିବାକୁ ଲାଗିଲେ । କିଛି ସମୟ ପରେ ପ୍ରୀତି ନାରାୟଣ ଶାହା ଲଲିତପୁର ଉପରେ ଆକ୍ରମଣ କରିଥିଲେ ଏବଂ ତେଜ ନରସିଂହ ମଲ୍ଲଙ୍କ ସହ ଜୟ ପ୍ରକାଶ ମଲ୍ଲ ନିଜ ନିଜକୁ ବଞ୍ଚାଇବାକୁ ତଥା ରାଜନୈତିକ ଶରଣ ନେବାକୁ ଭକ୍ତପୁରକୁ ଚାଲିଯାଇଥିଲେ । ଯେତେବେଳେ ପ୍ରୀତି ନାରାୟଣ ଶାହା ଭକ୍ତପୁର ଉପରେ ଆକ୍ରମଣ କରିଥିଲେ, ସେତେବେଳେ ରଣଜିତ ମଲ୍ଲ ଆତ୍ମସମର୍ପଣ କରିଥିଲେ । ପରେ, ରଣଜିତ୍ ମଲ୍ଲଙ୍କୁ ଅବଶିଷ୍ଟ ଜୀବନ ବିତାଇବାକୁ କାଶୀକୁ ପଠାଯାଇଥିଲା । ଜୟ ପ୍ରକାଶ ମଲ୍ଲଙ୍କର ମୃତ୍ୟୁ ପରେ ତେଜ ନରସିଂହ ମଲ୍ଲଙ୍କୁ ଆଜୀବନ କାରାଗାରରେ ରଖାଯାଇଥିଲା ।[୮]
{{cite book}}
: CS1 maint: unrecognized language (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |