Clinical data | |
---|---|
Trade names | Terazol |
AHFS/Drugs.com | monograph |
MedlinePlus | a688022 |
Pharmacokinetic data | |
Protein binding | 94.9% |
Identifiers | |
| |
ECHA InfoCard | 100.061.573 |
Chemical and physical data | |
Formula | C26H31Cl2N5O3 |
Molar mass | ୫୩୨.୪୭ g·mol−1 |
3D model (JSmol) | |
| |
| |
(verify) |
ଟର୍କୋନାଜୋଲ (ଇଂରାଜୀ ଭାଷାରେ Terconazole), ଅନ୍ୟମାନଙ୍କ ମଧ୍ୟରେ ଟେରାଜୋଲ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଯୋନୀପଥ କବକ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[୧] ଏହି ରୋଗ ପାଇଁ ଏହା ଏକ ପ୍ରଥମ ଧାଡ଼ିର ଚିକିତ୍ସା ।[୧] ଏହା ଯୋନି ଭିତରେ ଏକ ପ୍ରଲେପ ବା ଲୋସନ କିମ୍ବା ସପୋଜିଟୋରୀ ଭାବରେ ବ୍ୟବହୃତ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ପେଟ ଯନ୍ତ୍ରଣା ଏବଂ ଯନ୍ତ୍ରଣାଦାୟକ ଋତୁଶୂଳ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ନିର୍ଦ୍ଦିଷ୍ଟ କବକ କୋଷର ଆବରଣକୁ ନଷ୍ଟ କରି କାର୍ଯ୍ୟକ୍ଷମ ହୁଏ ।[୧] ଏହାର ଅପେକ୍ଷାକୃତ ବ୍ୟାପକ କାର୍ଯ୍ୟକଳାପ ମଧ୍ୟ ଅଛି ।[୧]
୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟର୍କୋନାଜୋଲ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ଏକ ଟ୍ୟୁବ ବା ଔଷଧ ନଳୀର ମୂଲ୍ୟ ପ୍ରାୟ ୨୦ ଡଲାର ।[୩]