Tic disorder | |
---|---|
Examples of tics | |
ବିଭାଗ | Neurology, psychiatry |
ଲକ୍ଷଣ | Sudden, rapid, nonrhythmic movements or sounds[୧] |
ଆକ୍ରାନ୍ତ ସମୟ | Around 5 years old[୧] |
ବିପଦ କାରକ | Family history[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms after ruling out other similar conditions[୧][୩] |
ସଠିକ ରୋଗ ନିର୍ଣ୍ଣୟ | ADHD, myoclonus, cocaine intoxication, Huntington disease, postviral encephalitis[୧][୩] |
ଚିକିତ୍ସା | Education and reassurance[୩] |
Prognosis | Generally good[୩] |
ପୁନଃପୌନିକ | Up to 4%[୩] |
ଟିକ ବିକାର ହେଉଛି ଏକ ରୋଗ ଯାହା ମାଂସପେଶୀ କିମ୍ବା ଧ୍ୱନି ଜନିତ ହୋଇପାରେ ।[୧] ଟିକ ହଠାତ୍ ଆରମ୍ଭ, ଦ୍ରୁତ, ଅଣ-ଗତିଶୀଳ ଗତି ବା ଶବ୍ଦ ହୌପାରେ ।[୧] ସରଳ ପେଶୀ ସଙ୍କୋଚନଠାରୁ ଆରମ୍ଭ କରି ଅଧିକ ଜଟିଳ ଯେପରିକି ଶବ୍ଦର ଗୋଷ୍ଠୀ କହିବା ଭଳି ଭିନ୍ନ ହୋଇପାରେ ।[୧] ଟିକ୍ ବିକାରରେ ଏହା ବାରମ୍ବାର ଘଟେ । [୧] କିଛି ସମୟ ପାଇଁ ସେଗୁଡିକ ପ୍ରାୟ ସଚେତନ ଭାବରେ ବନ୍ଦ ହୋଇପାରେ ।[୧] ରୋଗ ଜଟିଳ ହେଲେ ମାନସିକ ଚାପ ହୋଇପାରେ । [୨]
ଚାରୋଟି ପ୍ରକାର ଟିକ ଅଛି: ଟୁରେଟ୍ ଡିସଅର୍ଡର୍, କ୍ରମାଗତ ଟିକ୍ ଡିସଅର୍ଡର, ପ୍ରୋଭିଜନାଲ ଟିକ୍ ଡିସଅର୍ଡର୍ ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ବା ଅନିର୍ଦ୍ଦିଷ୍ଟ ଟିକ୍ ବିକାର । [୧] ବିଭିନ୍ନ ଗମ୍ଭୀରତାକୁ ପ୍ରତିନିଧିତ୍ୱ କରୁଥିବା ଟିକମାନଙ୍କ ମଧ୍ୟରେ ଟୁରେଟ ବିକାର ସବୁଠାରୁ ଅଧିକ ଗମ୍ଭୀର ବିକାର । [୧] [୧] ପ୍ରଥମ ତିନୋଟି ବିକାର ୧୮ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୁଏ ।
ବିପଦ କାରକଗୁଡ଼ିକ ମଧ୍ୟରେ ପାରିବାରିକ ଇତିହାସ ଅନ୍ତର୍ଭୁକ୍ତ ହୁଏ । [୨] ସମ୍ପର୍କୀୟ ରୋଗ ମଧ୍ୟରେ ଅବସେସିଭ କମ୍ପଲସିଭ ଡିଜଅର୍ଡ଼ର ଏବଂ ଅବସାଦ ହୋଇପାରେ ।[୧] ଉତ୍ତେଜନା କିମ୍ବା ନିଦ୍ରା ଅଭାବରୁ ଏଡିକ ସୃଷ୍ଟି ହୋଇପାରେ ।[୧] ସମ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗ ଚିହ୍ନଟ ପରେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [୧] [୩] ସମାନ ଅବସ୍ଥାର ଅନ୍ୟାନ୍ୟ ରୋଗଗୁଡ଼ିକର ନାମ ଏଡିଏଚଡି, ମାୟୋକ୍ଲୋନସ୍, କୋକେନ ନିଶା, ହଣ୍ଟିଙ୍ଗଟନ୍ ରୋଗ କିମ୍ବା ଭୂତାଣୁ ପରବର୍ତ୍ତୀ ଏନସେଫାଲାଇଟିସ୍ ଅନ୍ତର୍ଭୁକ୍ତ ହୁଏ । [୧] [୩]
ଅଧିକାଂଶ ମାମଲାରେ ଶିକ୍ଷା ଏବଂ ଆଶ୍ୱାସନା ସହିତ ପରିଚାଳିତ ହୋଇପାରିବ ।[୩] ବେଳେବେଳେ ଆଚରଣଗତ ଚିକିତ୍ସା କିମ୍ବା ଔଷଧ ବ୍ୟବହାର କରାଯାଇପାରେ । [୩] ଟିକ ରୋଗ ୪% ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଟୁରେଟ ପ୍ରାୟ ୨୦୦ ସ୍କୁଲ ବୟସର ପିଲାମାନଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ। [୧] [୩] ପୁରୁଷମାନେ ମହିଳାଙ୍କ ତୁଳନାରେ ପ୍ରାୟ ୩ ଗୁଣ ଅଧିକପ୍ରଭାବିତ ହୁଅନ୍ତି। [୧] ଆରମ୍ଭ ପ୍ରାୟ ୫ ବର୍ଷ ବୟସରେ ହୋଇଥାଏ, ପ୍ରାୟ ୧୧ବର୍ଷ ବୟସରେ ସବୁଠାରୁ ଭୟଙ୍କର ହୋଇଥାଏ ଏବଂ ପରବର୍ତ୍ତୀ ପିଲାଦିନରେ ଭଲ ହୋଇଯାଏ ।[୧] ଯେଉଁମାନଙ୍କର ସାମାନ୍ୟରୁ ମଧ୍ୟମ ଟିକ ଥାଏ ସେମାନେ ସାଧାରଣତଃ ଭଲ ଫଳାଫଳ ପାଇଥା’ନ୍ତି । [୧]