![]() | |
Clinical data | |
---|---|
Trade names | Vagistat-1, others |
Synonyms | Thioconazole |
AHFS/Drugs.com | monograph |
Routes of administration | Topical |
Legal status | |
Legal status |
|
Identifiers | |
| |
ECHA InfoCard | 100.059.958 |
Chemical and physical data | |
Formula | C16H13Cl3N2OS |
Molar mass | ୩୮୭.୭0 g·mol−1 |
(verify) |
ଟିକୋନାଜୋଲ (ଇଂରାଜୀ ଭାଷାରେ Tioconazole), ଅନ୍ୟମାନଙ୍କ ମଧ୍ୟରେ ଭେଜିଷ୍ଟାଟ ଏକ ବେପାର ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଯୋନୀପଥ ଇଷ୍ଟ ସଂକ୍ରମଣ ଏବଂ ଓନିକୋମାଇକୋସିସ ନଖ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ସଂକ୍ରମଣ ସ୍ଥାନରେ ପ୍ରୟୋଗ କରାଯାଏ ।[୧] [୨] ନଖ ପାଇଁ ଏହା ୬ରୁ ୧୨ ମାସ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜଳନ, କୁଣ୍ଡେଇ ହେବା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଏହା ଏକ ଇମିଡାଜୋଲ ଶ୍ରେଣୀର ଔଷଧ ଏବଂ କବକ ଜୀବକୋଷ ଆବରଣକୁ ପ୍ରଭାବିତ କରି କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[୧]
୧୯୭୫ ମସିହାରେ ଟିକୋନାଜୋଲ ପେଟେଣ୍ଟ ହୋଇଥିଲା ଏବଂ ୧୯୮୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ଶ୍ରେଣୀଗତ ବା ଜେନେରିକ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ ।[୨] [୧] ଯୁକ୍ତରାଜ୍ୟରେ ନଖରେ ଲଗେଇବା ଔଷଧ ବୋତଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୮ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଯୋନୀରେ ବ୍ୟବହାର ପାଇଁ ଗୋଟିଏ ମାତ୍ରାର ମୂଲ୍ୟ ପ୍ରାୟ ୧୦ ଡଲାର ।[୪]
{{cite book}}
: CS1 maint: date format (link)