ଟିଙ୍କିଟାମ | |
---|---|
town | |
Country | India |
State | Sikkim |
District | South Sikkim |
Government | |
• Type | Municipal corporation |
• Body | Nagar Palika |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | SK |
ଟିଙ୍କିଟାମ ଭାରତୀୟ ରାଜ୍ୟ ସିକ୍କିମର ଦକ୍ଷିଣାଞ୍ଚଳରେ ଥିବା ଏକ ସହର । ଜିଲ୍ଲା ସଦର ମହକୁମା ନିମଚିଠାରୁ ଏଠାକୁ ପହଞ୍ଚିବାକୁ 45 ମିନିଟ ସମୟ ଲାଗେ । ଏହା ନିକଟରେ ପ୍ରସିଦ୍ଧ କଞ୍ଚନଜଙ୍ଘା ପର୍ବତ ଅବସ୍ଥିତ । ଏହି ସ୍ଥାନର ଭୌଗୋଳିକ ଅବସ୍ଥିତି 27°14′0″N 88°19′32″Eଠାରେ ।
Tଏହି ଆଞ୍ଚଲରେ ବିରଳ ପ୍ରଜାତିର ଅର୍ଚିଡ ବୃକ୍ଷୀ ଦେଖାଯାଇଥାଏ । ଏହାକୁ "Lady's slipper" କୁହାଯାଇଥାଏ । ଏଥିରେ ଅକ୍ଟୋବର ମାସରେ ଫୁଲ ଧରେ । ଏଠାରେ ପାର୍ବତ୍ଯ ଢାଲୁ ଆଞ୍ଚଳରେ ଚାହା ଚାଷ ମଧ୍ୟ ହେଇଥାଏ । ଦେହନାମଠାରୁ ତେନ୍ଦୋଙ୍ଗ ଜାତୀୟ ପାର୍କ ଯାଏ ଟ୍ରେକିଙ୍ଗରେ ଗଲେ ବାଟରେ ଏକ ମୃତ ଆଗ୍ନେୟଗିରି ଦେଖିବାକୁ ମିଳେ ।
ଏଠାକାର ସ୍ଥାନୀୟ ଲୋକ ସାଧାରଣତଃ ଭୁଟିଆ ଓ ନେପାଲୀ ବଂଶଜ । ତାଙ୍କର ମୁଖ୍ୟ ଜୀବିକା ଲବଙ୍ଗ ଚାଷ ଓ ଚାହା ଚାଷ । ଏଠାରେ ମୁଖ୍ଯତଃ ନେପାଲୀ ଭାଷାର ପ୍ରଚଳନ ରହିଛି ।
ଭାରତର ଜଣେ ଶ୍ରେଷ୍ଠ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆ ଏହି ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । [୧] ବର୍ତ୍ତମାନ ମଧ୍ୟ ତାଙ୍କ ପରିବାର ସେଠାରେ ରହନ୍ତି । .[୨]