Tinea nigra | |
---|---|
Superficial phaeohyphomycosis, tinea nigra plantaris[୧] | |
ଫାଇଲ:Tinea nigra palm.png Tinea nigra of the palm | |
ବିଭାଗ | Dermatology |
ଲକ୍ଷଣ | One or more dark brown, painless spots on palms or soles[୨] |
କାରଣ | Hortaea wernecki[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Visualisation, dermoscopy, microscopy, culture[୧] |
ସଠିକ ରୋଗ ନିର୍ଣ୍ଣୟ | Addison's disease, syphilis, pinta, yaws, melanoma, lentigines, palmer lichen planus, junctional melanocytes nevus[୧] |
ଔଷଧ | Topical Whitfield's ointment or salicylic acid, itraconazole by mouth[୧] |
ଚିକିତ୍ସା | Antifungals, scraping the lesion[୨] |
ପୁନଃପୌନିକ | Uncommon, female > male, children and young adults[୧] |
ଟିନିଆ ନାଇଗ୍ରା (ଇଂରାଜୀ ଭାଷାରେ Tinea nigra) ଏକ ପ୍ରକାର କବକ ସଂକ୍ରମଣ ଯାହା ଚର୍ମର ଉପର ସ୍ତରକୁ ଆକ୍ରମଣ କରେ ।[୧] ଏହା କାତି ବିହୀନ, କଳା କିମ୍ବା ଗାଢ଼ ବାଦାମି ରଙ୍ଗ, ସମଭୂମିସ୍ଥିତ ଏକ ଦାଗ ଯାହାର ଆକାର ସାଧାରଣତ ୧ରୁ ୫ ସେମି ଆକାରର ହାତ ବା ପାଦ ତଳିପାରେ ହୁଏ ।[୧] ଚର୍ମରେ ପ୍ରଦାହ ଅଳ୍ପ ବା ଆଦୌ ନ ଥାଏ ।[୧] ସାଧାରଣତ ଏହା ଦେଖାଯାଏ ଯେଉଁମାନେ ଅନ୍ୟଥା ସୁସ୍ଥ ଅଟନ୍ତି ।[୧]
ଏହାକୁ ଟିନିଆ ପରିବର୍ତ୍ତେ ଏକ ପ୍ରକାର ଫେଓହାଇଫୋମାଇକୋସିସ କୁହାଯାଇ ପାରେ ।[୧] ଅଧିକାଂଶ କ୍ଷେତ୍ରରେ ଏହା ହୋର୍ଟିଆ ୱର୍ନେକି ପିଗମେଣ୍ଟେଡ୍ କବକଦ୍ୱାରା ହୋଇଥାଏ, ଯାହା ସଢ଼ା ପଚା ଉଦ୍ଭିଦ ଜିନିଷ, ମାଟି, ଘୂର୍ଣ୍ଣନ ଉଦ୍ଭିଦ ପଦାର୍ଥ ଏବଂ ଅଧିକ ଲୁଣଯୁକ୍ତ ସ୍ଥାନ ଯେପରିକି କାଦୁଅ ଲୁଣିଆ ମାଛ କିମ୍ବା ସମୁଦ୍ର କୂଳରେ ମିଳିଥାଏ, ଯେଉଁଠାରେ ବାଲି ସହିତ ଯୋଗାଯୋଗ ହୋଇପାରେ ।[୧] [୨] ସଂକ୍ରମଣ ସିଧାସଳଖ ଯୋଗାଯୋଗଦ୍ୱାରା ହୋଇଥାଏ | [୧] ଚର୍ମର ବାହ୍ୟ ମୃତ ସ୍ତରରେ କବକ ପ୍ରବେଶ କରି ଚର୍ମର ବାହ୍ୟ ସ୍ତରରେ ରହିଥାଏ ଗଭୀର ତନ୍ତୁ ଉପରେ କୌଣସି ଆକ୍ରମଣ କରିନଥାଏ [୧]
ଚର୍ମର ବାହ୍ୟ ଦର୍ଶନରେ ରାସ ଦେଖି, ଡର୍ମୋସ୍କୋପି, ମାଇକ୍ରୋସ୍କୋପି କିମ୍ବା ଚର୍ମ ସ୍କ୍ରାପିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ସମାନ ଭାବରେ ଉପସ୍ଥାପିତ ଅନ୍ୟ ରୋଗ ଗୁଡ଼ିକ ମଧ୍ୟରେ ଆଡିସନ୍ ରୋଗ, ସିଫିଲିସ୍, ପିଣ୍ଟା, ୟଜ, ମେଲାନୋମା, ଲେଣ୍ଟିଜାଇନ୍ସ, ପାମର ଲାଇଚେନ ପ୍ଲାନସ୍ ଏବଂ ଜଙ୍କସନାଲ ମେଲାନୋସାଇଟ ନେଭସ୍ ହୋଇପାରେ ।[୧] ଚିକିତ୍ସାରେ ହ୍ୱିଟଫିଲ୍ଡର ମଲମ କିମ୍ବା ସାଲିସିଲିକ୍ ଏସିଡ୍ ମଲମ ଦିଆଯାଏ ।[୧] ସ୍ଥାନୀୟ କବକରୋଧୀ ମଲମ କିମ୍ବା ପାଟିରେ ଇଟ୍ରାକୋନାଜଲ୍ ଅନ୍ୟ ବିକଳ୍ପ ଭାବରେ ଦିଆଯାଏ ।[୩] ଏହି କ୍ଷତକୁ କୋରିଦେବା ଉପଶମକାରୀ ହୋଇପାରେ ।[୨] ସାଧାରଣ ସ୍ୱଚ୍ଛତା ଉପାୟଦ୍ୱାରା ପ୍ରତିରୋଷେଧ ହୋଇପାରେ ।[୧]
ଟିନିଆ ନାଇଗ୍ରା ଏକ ଅସାଧାରଣ ରୋଗ ଅଟେ ।[୧] ଏହି ରୋଗ ସାଧାରଣତଃ କେନ୍ଦ୍ରୀୟ କିମ୍ବା ଦକ୍ଷିଣ ଆମେରିକାରେ ଥିବା ଟ୍ରପିକାଲ୍ ଏବଂ ସବଟ୍ରୋପିକାଲ୍ ଦେଶମାନଙ୍କରେ, କାରିବିଆନ୍, ୟୁରୋପ, ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ଦୂର ପୂର୍ବାଞ୍ଚଳରେ ଦେଖାଯାଏ ।[୧] ଜାପାନରେ ଏହା ବିରଳ ଯଦିଓ ଆମେରିକାରେ ଏହା ବିରଳ ନୁହେଁ । [୧] ଏହି ରୋଗ ପ୍ରଥମେ ୧୮୯୧ ମସିହାରେ ବ୍ରାଜିଲର ଆଲେକ୍ସଜାଣ୍ଡାର୍ ସେରେକେରାଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୧] ପଶୁମାନଙ୍କ ଦେହାରେ ଏଭଳି କୌଣସି ମାମଲା ହୋଇନାହିଁ। [୧]