Clinical data | |
---|---|
Trade names | Teripress, Glypressin, Terlivaz, others |
Synonyms | Terlipressin acetate, triglycyl lysine vasopressin |
AHFS/Drugs.com | monograph |
Routes of administration | IV |
Pharmacokinetic data | |
Protein binding | ~30% |
Identifiers | |
| |
ECHA InfoCard | 100.035.149 |
Chemical and physical data | |
Formula | C52H74N16O15S2 |
Molar mass | ୧,୨୨୭.୩୮ g·mol−1 |
3D model (JSmol) | |
| |
| |
(verify) |
ଟେର୍ଲିପ୍ରେସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟେରିପ୍ରେସ, ହେଉଛି ଏକ ଔଷଧ ଯାହା ହେପାଟୋରେନାଲ୍ ସିଣ୍ଡ୍ରୋମରେ ଜାତ ହେଉଥିବା ବୃକ୍କ ସମସ୍ୟା ଓ ସ୍ଫିତ ଗ୍ରାସନଳୀ ଶିରାରୁ (ଏସୋଫେଜାଲ୍ ଭାରିସେସ) ଜାତ ହେଉଥିବା ରକ୍ତସ୍ରାବ ଇତ୍ୟାଦି ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହି ଔଷଧ ଦେଲେ ମୃତ୍ୟୁ ଆଶଙ୍କା ହ୍ରାସ କରିଥାଏ ।[୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ଶ୍ୱାସକ୍ରିୟା ବିଫଳତା ଏବଂ ତରଳ ଝାଡ଼ା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମେସେଣ୍ଟେରିକ ଇସକେମିଆ ଏବଂ ହୃତ୍ପିଣ୍ଡ ସ୍ୱଳ୍ପ ରକ୍ତତା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୨] ଏହା ଏକ ଭାସୋପ୍ରେସିନ୍ ରିସେପ୍ଟର ସକ୍ରିୟକାରୀ ଔଷଧ ।[୨]
୧୯୭୫ ମସିହାରୁ ଟେର୍ଲିପ୍ରେସିନ ବିଶ୍ୱର ବିଭିନ୍ନ ସ୍ଥାନରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଛି ।[୩] ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଅନୁମୋଦିତ ହୋଇଥିଲା ।[୨] ୨୦୨୧ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ୧ ମିଗ୍ରା ଭାଏଲର ମୂଲ୍ୟ ୧୮ପାଉଣ୍ଡ ଥିଲା ।[୧]