Clinical data | |
---|---|
Trade names | Qalsody |
data | |
Routes of administration | Intrathecal |
Legal status | |
Legal status | |
Chemical and physical data | |
Formula | C230H317N72O123P19S15 |
Molar mass | ୭,୧୨୭.୮୫ g·mol−1 |
ଟୋଫର୍ସେନ (ଇଂରାଜୀ ଭାଷାରେ Tofersen), କ୍ୱାଲସୋଡି ଏହାର ଏକ ବିକ୍ରୟ ନାମ, ହେଉଛି ଆମୋୟୋଟ୍ରୋଫିକ ଲାଟେରାଲ୍ ସ୍କ୍ଲେରୋସିସ୍ (ALS) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଜିନ ସୁପରଅକ୍ସାଇଡ୍ ଡିସମ୍ୟୁଟେଜ୍ ୧ର (SOD1) ମ୍ୟୁଟେସନ୍ ଥିବା ଲୋକଙ୍କଠାରେ ବ୍ୟବହୃତ ହୁଏ, ଯାହା ୨% କ୍ଷେତ୍ରରେ ଉପସ୍ଥିତ ଥାଏ ।[୧] [୩] ଏହା ମେରୁଦଣ୍ଡରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଗଣ୍ଠି ଯନ୍ତ୍ରଣା, ଅଧିକ ସିଏସଏଫ (CSF), ଶ୍ୱେତ ରକ୍ତ କଣିକା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାୟେଲାଇଟିସ୍, ବର୍ଦ୍ଧିତ ଇଣ୍ଟାକ୍ରାନିଆଲ୍ ଚାପ ଏବଂ ଆସେପ୍ଟିକ୍ ମେନିଞ୍ଜାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ଆଣ୍ଟିସେନସ ଓଲିଗୋନ୍ୟୁକ୍ଲିଓଟାଇଡ ଯାହା ସୁପରଅକ୍ସାଇଡ୍ ଡିସମ୍ୟୁଟେଜ୍ ଉତ୍ପାଦନକୁ ହ୍ରାସ କରିଥାଏ ।[୧]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟୋଫରସେନ ଅନୁମୋଦିତ ହୋଇଥିଲା ।[୧] ମସିହା ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ପିଛା ବର୍ଷକୁ ପ୍ରାୟ ୧୫୮,୦୦୦ ଡଲାର୍ ଖର୍ଚ୍ଚ ହେଉଥିଲା ।[୩] ଏହା ୨୦୧୬ରେ ୟୁରୋପରେ ଏହା ଏକ ଅନାଥ ଔଷଧ ମାନ୍ୟତା ପାଇଛି ।[୪]