ଡଲି ଅନବର | |
---|---|
ডলি আনোয়ার | |
ଜନ୍ମ | ଡଲି ଇବ୍ରାହିମ ଜୁଲାଇ ୧, ୧୯୪୮ ଜେସୋର, ପୂର୍ବ ବଙ୍ଗଳା, ଡୋମିନିଅନ୍ ଅଫ୍ ପାକିସ୍ତାନ |
ମୃତ୍ୟୁ | ୩ ଜୁଲାଇ ୧୯୯୧ ଢାକା, ବଙ୍ଗଳାଦେଶ | (ବୟସ ୪୩)
ଜାତୀୟତା | ବଙ୍ଗଳାଦେଶି |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୬୪ – ୧୯୯୧ |
ବୈବାହିକ-ସାଥୀ |
ଅନବର ହୁସେନ (m. ୧୯୭୯) |
ପିତାମାତା |
|
ଡଲି ଅନବର (୧ ଜୁଲାଇ ୧୯୪୮- ୩ ଜୁଲାଇ ୧୯୯୧) ଜଣେ ବଙ୍ଗଳାଦେଶି ମଞ୍ଚ, ଦୂରଦର୍ଶନ ଏବଂ କଥାଚିତ୍ର ଅଭିନେତ୍ରୀ ଥିଲେ । ଏତଦ ବ୍ୟତୀତ ସେ ସାତଦିନ ପତ୍ରିକାର ଲେଖିକା ଏବଂ ସମ୍ପାଦକ ଥିଲେ । ୧୯୭୯ରେ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସୁର୍ଯୋ ଦିଘଲ ବାରି ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧]
ଡଲି ଅନବର ୧ ଜୁଲାଇ ୧୯୪୮ରେ ଉତ୍ତର ବଙ୍ଗଳାର ଯେସୋରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ନିଲିମା ଇବ୍ରାହିମ ଜଣେ ରାଜନିତୀଜ୍ଞ ଥିଲେ ଏବଂ ବାପା ଥିଲେ ମହମଦ ଇବ୍ରାହିମ । ପ୍ରାକ୍ତନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସାମ୍ବାଦିକ ଅଲାମଗିରି କବିରଙ୍କର ଭାଉଜ ଥିଏଲ ଡଲି ଅନବର । ୧୯୭୦ ଦଶକରେ ସେ ଢାକା ବିଶ୍ୱବିଦ୍ୟାଳୟରୁ ବଙ୍ଗଳା ସାହାତ୍ୟରେ ସ୍ନାତକ ହାସଲ କରିଥିଲେ ।
ଡଲି ଅନବର ଛୋଟବେଳୁ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ପ୍ରଥମେ ମଞ୍ଚ ଅଭିନୟ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଡଲି ମାତ୍ର ୧୩ ବର୍ଷ ବୟସରେ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ୧୬ ବର୍ଷ ବୟସରେ ଡଲି ବଙ୍ଗଳାଦେଶର ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଅକ୍ତଳ ଡୋଟଳରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ପ୍ରେଫେସର ମୁନୀର ଚୌଧୁରୀ ରଚନା କରିଥିଲେ । ସେ ୧୯୮୦ ଦଶକରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସୁର୍ଯୋ ଦିଘଲ ବରି ଚଳଚ୍ଚିତ୍ର ଜରିଆରେ ସେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୧୯୮୬ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦହନ ମୁକ୍ତିଲାଭ କରିଥିଲା । ଏଥି ସହ ସେ ଅନେକ ଛୋଟ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୧୯୮୦ ଦଶକରେ ବଙ୍ଗଳାଦେଶର ରାଜନୈତିକ ବ୍ୟବସ୍ଥାର ବିରୋଧ କରିବାରୁ ଡଲିଙ୍କୁ ଅନେକ ସମୟରେ ବିଭିନ୍ନ ଚଳଚ୍ଚିତ୍ରରୁ ବାହାର କରି ଦିଆ ଯାଇଥିଲା । ଏମିତି ତାଙ୍କୁ ଅଭିନେତ୍ରୀ ଭାବରେ କୌଣସି ଚଳଚ୍ଚିତ୍ରରେ କାମ ମିଳିନଥିଲା । ଫଳରେ ସେ ୧୯୮୦ରୁ ୧୯୯୦ ମଧ୍ୟ ଏକ ସାପ୍ତାହିକ ପତ୍ରିକାର ଲେଖକ ଏବଂ ସମ୍ପାଦକ ଭାବରେ କର୍ଯ୍ୟ କରିଥିଲେ । ଏହି ପତ୍ରିକାଟିର ନାମ ଥିଲା 'ସାତଦିନ' ।
୧୯୭୯ରେ ଡଲି ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସେ ଶ୍ରେଷ୍ଠ ନାରୀ ଅଭିନେତ୍ରୀ ଭାବରେ ଜାତୀୟ ପୁରସ୍କାର ପାଇଥିଲେ । ସେହିବର୍ଷ ତାଙ୍କୁ ସାମ୍ବାଦିକ ସଂଘ ତରଫରୁ ଆୟୋଜନ କରାଯାଉଥିବା ପୁରସ୍କାର ଉତ୍ସବରେ ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିଲା । ୧୯୮୭ରେ ତାଙ୍କୁ ୟୁନେସ୍କୋ ତରଫରୁ ଫଟୋଗ୍ରାଫି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଡଲି ଅନବର ୧୯୬୬ରେ ରଜିଉଦ୍ଦିନ ଅହମଦଙ୍କୁ ବିବାହ କରିଥିଲେ । ଅହମଦ ଜଣେ ଛାତ୍ର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ରାଜନିତୀଜ୍ଞା ସାଜିଥିଲେ । ଉଭୟ ଦମ୍ପତିଙ୍କର ୧୯୭୨ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତା'ର ନାମ ରାଜିବ ଅହମଦ ପାର୍ଥ । ଏହି ଦମ୍ପତିଙ୍କର ୧୯୭୯ରେ ବିବାହ ବିଚ୍ଛେଦ ହୋଇଥିଲା ଏବଂ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହାପରେ ଡଲି ଅନବର ହୁସେନଙ୍କୁ ବିବାହ କରିଥିଲେ । ହୁସେନ ଜନେ ଛାୟାଚିତ୍ରକାର ଏବଂ ଚଳଚ୍ଚିତ୍ରରେ କାର୍ଯ୍ୟ କରୁଥିଲେ ।[୨]
୩ ଜୁଲାଇ ୧୯୯୧ରେ ଡଲି ଅନବର ଆତ୍ମହତ୍ୟା କରିଥିଲେ । ସେ ଘରେ ପେଟରେ ଯନ୍ତ୍ରଣା ଅନୁଭ କରିବା ଫଳରେ ତାଙ୍କୁ ଢାକା ମେଡିକାଲ କଲେଜ ଏବଂ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା । ସେହିଦିନ ରାଇତରେ ସେ ସେଇଠି ପ୍ରାଣ ହରାଇଥିଲେ ।