Clinical data | |
---|---|
Pronunciation | dak" oh mi' ti nib |
Trade names | Vizimpro |
Synonyms | PF-00299804 |
AHFS/Drugs.com | monograph |
MedlinePlus | a618055 |
data |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 80% |
Protein binding | 98% |
Metabolism | CYP2D6, CYP3A4 |
Metabolites | O-desmethyl-dacomitinib |
Elimination half-life | 70 hrs |
Excretion | 79% faeces, 3% urine |
Identifiers | |
| |
Chemical and physical data | |
Formula | C24H25ClFN5O2 |
Molar mass | ୪୬୯.୯୫ g·mol−1 |
3D model (JSmol) | |
| |
|
ଡାକୋମିଟିନିବ (ଇଂରାଜୀ ଭାଷାରେ Dacomitinib), ଭିଜିମପ୍ରୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ-ଜୀବକୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା କେତେକ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ମ୍ୟୁଟେସନ ସହିତ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ପାଟି ପ୍ରଦାହ, ନେତ୍ରାବରଣ ପ୍ରଦାହ, ଗଲୁ, ଯକୃତ ସମସ୍ୟା ଏବଂ ଅଇ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟରସ୍ଟିସିଆଲ୍ ଫୁସଫୁସ ରୋଗ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଇଜିଏଫଆର (EGFR)ର ଏକ ଟାଇରୋସିନ୍ କାଇନେଜ ଇନହିବିଟର ।[୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାକୋମିଟିନିବ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହି ଚିକିତ୍ସା ପିଛା ପ୍ରାୟ ୧୪,୩୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୭୦୦ ପାଉଣ୍ଡ ଥିଲା ।[୫]