Clinical data | |
---|---|
Trade names | Duvroq, Jesduvroq |
Synonyms | GSK1278863 |
AHFS/Drugs.com | monograph |
data |
|
Routes of administration | By mouth[୧] |
Legal status | |
Legal status | |
Identifiers | |
| |
ECHA InfoCard | 100.219.426 |
Chemical and physical data | |
Formula | C19H27N3O6 |
Molar mass | ୩୯୩.୪୪ g·mol−1 |
3D model (JSmol) | |
| |
|
ଡାପ୍ରୋଡୁଷ୍ଟାଟ (ଇଂରାଜୀ ଭାଷାରେ Daprodustat), ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡୁଭ୍ରକ, ହେଉଛି ଏକ ଔଷଧ ଯାହା କ୍ରନିକ୍ ବୃକ୍କ ରୋଗ ଯୋଗୁ ହେଉଥିବା ସ୍ୱଳ୍ପ ଲୋହିତ ରକ୍ତ କଣିକାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେଉଁମାନେ ଚାରି ମାସରୁ ଅଧିକ ସମୟ ଧରି ଡାଏଲିସିସରେ ଅଛନ୍ତି ଏହା ସେମାନଙ୍କ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହା ରକ୍ତଦାନର ଆବଶ୍ୟକତାକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ରକ୍ତ ଜମାଟ ବାନ୍ଧିବା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ପାତ ଏବଂ ଉପର ପାକଅନ୍ତନଳୀ ରକ୍ତସ୍ରାବ ହୋଇପାରେ ।[୧] ବ୍ୟବହାର ମୃତ୍ୟୁ ଆଶଙ୍କା ଅଧିକ ହୋଇପାରେ ।[୧] ସକ୍ରିୟ କର୍କଟ ରୋଗୀଙ୍କ କ୍ଷେତ୍ରରେ ଏହା ସୁପାରିଶ କରାଯାଏ ନାହିଁ ।[୧] ଏହା ସିୱାଇପି୨ସି୮ (CYP2C8)କୁ ପ୍ରଭାବିତ କରୁଥିବା ଔଷଧ ସହିତ ପାରସ୍ପରିକ ପ୍ରତିକ୍ରିୟା କରିଥାଏ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ହାଇପୋକ୍ସିଆ-ଇଣ୍ଡ୍ୟୁସିବଲ ଫ୍ୟାକ୍ଟର୍ ପ୍ରୋଲିଲ୍ ହାଇଡ୍ରୋକ୍ସିଲେଜ୍ ଇନହିବିଟର ଯାହା ଏରିଥ୍ରୋପୋଇଏଟିନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୧] [୨]
୨୦୨୦ ମସିହାରେ ଜାପାନ[୨] ଏବଂ ୨୦୨୩ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡାପ୍ରୋଡୁଷ୍ଟାଟ ଅନୁମୋଦିତ ହୋଇଥିଲା ।[୧] ବୃକ୍କ ରୋଗଦ୍ୱାରା ହେଉଥିବା ସ୍ୱଳ୍ପ ଲାଲ ରକ୍ତ କଣିକା ପାଇଁ ପାଟିରେ ଦିଆଯାଉଥିବା ପ୍ରଥମ ଚିକିତ୍ସା ଅଟେ । [୩] ପୂର୍ବରୁ ଇଞ୍ଜେକସନ ଆକାରରେ ଦିଆଯାଉଥିବା ଏରିଥ୍ରୋପଏସିସ-ସ୍ଟିମୁଲେଟିଙ୍ଗ ଔଷଧ ବ୍ୟବହୃତ ହେଉଥିଲା ।[୪]