Clinical data | |
---|---|
Trade names | Exviera |
Synonyms | ABT-333 |
AHFS/Drugs.com | monograph |
Pregnancy category |
|
ATC code | |
Legal status | |
Legal status |
|
Identifiers | |
| |
CAS Number | |
ChemSpider | |
KEGG | |
ChEBI | |
ChEMBL | |
ECHA InfoCard | 100.232.246 |
Chemical and physical data | |
Formula | C26H27N3O5S |
Molar mass | 493.58 g/mol |
3D model (JSmol) | |
| |
|
ଡାସାବୁଭିର (ଇଂରାଜୀ ଭାଷାରେ Dasabuvir, ବିକ୍ରୟ ନାମ Exviera) ଏକ ଭୁତାଣୁବିରୋଧୀ ଔଷଧ (antiviral medication) ଯାହା ହେପାଟାଇଟିସ ସି ରୋଗର ଚିକିତ୍ସାରେ ଦିଆଯାଏ । ହେପାଟାଇଟିସ ସି ଟାଇପ ୧ ଭୁତାଣୁ ନିମନ୍ତେ ଏହି ଔଷଧ ସହିତ ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର ଏକତ୍ର ଦିଆଯାଏ ।[୧] ଅଧିକନ୍ତୁ ରିବାଭିରିନ ମଧ୍ୟ ଦିଆଯାଇପାରେ ।[୨] ଏହି ମିଶ୍ରଣ ଫଳରେ ୯୦% ଲୋକ ଆରୋଗ୍ୟ ଲାଭ କରନ୍ତି । [୩] ଏହି ଔଷଧ ଦିନକୁ ଦୁଇଥର, ୧୨ରୁ ୨୪ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରା ସମସ୍ୟା, ଅଇ, ଗଲୁ ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୩] ବୃକ୍କ ରୋଗରେ (kidney disease) ଏହା ଦିଆଯାଇପାରେ ମାତ୍ର ଯକୃତ ଫେଲ (liver failure) ହୋଇଥିଲେ ଦେବାକୁ ମନାକରାଯାଏ । ଗର୍ଭାବସ୍ଥାରେ ଏହି ଔଷଧର କୌଣସି ପ୍ରତିକ୍ରିୟା ହୋଇଥିବାର ପ୍ରମାଣ ମିଳିନଥିଲେ ମଧ୍ୟ ଭଲ ରୂପେ ଅନୁଶୀଳନ ହୋଇନାହିଁ ।[୧] ଏଥିନିଲଏସ୍ଟ୍ରାଡିଅଲ l ଥିବା ଜନ୍ମନିରୋଧ ବଟିକା ସହିତ ଡାସାବୁଭିର ବ୍ୟବହାର କରିବା ଉଚିତ ନୁହେଁ ।[୩] ଏହା ଏଚସିଭି ଏନଏସସ ୫ବି ପଲିମରେଜ ଇନହିବିଟର (HCV NS5B polymerase inhibitor) ଶ୍ରେଣୀର ଔଷଧ ।[୧]
ସନ ୨୦୧୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡାସାବୁଭିର ସ୍ୱିକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଓମ୍ବିଟାସଭିର, ପାରିଟାପ୍ରେଭିର ଓ ରିଟୋନାଭିର ଔଷଧମାନଙ୍କ ସହିତ ଏକତ୍ର ଦେବାକୁ ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନଦ୍ୱାରା (Food and Drug Administration) ସ୍ୱୀକୃତିପ୍ରାପ୍ତ ହୋଇଛି ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ମିଶ୍ରଣର ଖର୍ଚ୍ଚ ୧୨ ସପ୍ତାହରେ ୮୩,୩୧୯ ଓ ୨୪ ସପ୍ତାହର ଖର୍ଚ୍ଚ ୧୬୬, ୬୩୮ ଆମେରିକୀୟ ଡଲାର ।[୨] ସନ ୨୦୧୫ରେ ଏହି ଔଷଧ ପୃଥିବୀରେ ଅନେକ ସ୍ଥାନରେ ମିଳେନାହିଁ ।[୬]